Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଘୋଷଣା ହେଲା ଭାରତର ଅଷ୍ଟ୍ରେଲିଆ ଗସ୍ତ ସୂଚୀ, ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଗୋଟିଏ ଦିବା-ରାତ୍ରୀ ମ୍ୟାଚ

ନୂଆଦିଲ୍ଲୀ: କ୍ରିକେଟ୍ ପ୍ରଶଂସକମାନେ ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବିଷୟରେ ପାଗଳ। ସମସ୍ତେ ୨୦୨୪ ଆଇପିଏଲ ଉପଭୋଗ କରୁଛନ୍ତି। ଏହି ସମୟରେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ବିଶେଷ କଥା ହେଉଛି ଏଥର ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳୁଛି। ଏହି କ୍ରମରେ ଦିବା-ରାତ୍ରୀ ଟେଷ୍ଟ ମଧ୍ୟ ହେବ।

ନଭେମ୍ବର ୨୨ ତାରିଖରୁ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ଏକ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ୩୨ ବର୍ଷ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଶେଷ ଥର ପାଇଁ ୧୯୯୧-୯୨ ମସିହାରେ ଦୁଇ ଦେଶ ମଧ୍ୟରେ ଏକ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜ୍ ଆୟୋଜିତ ହୋଇଥିଲା। ସେବେଠାରୁ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ କେବଳ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ସେହିଭଳି କଙ୍ଗାରୁ ମଧ୍ୟ ଭାରତରେ ମାତ୍ର ୪ ଟି ଟେଷ୍ଟ ଖେଳିଥିଲେ।

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ:

୨୨ ରୁ ୨୬ ନଭେମ୍ବର- ପ୍ରଥମ ଟେଷ୍ଟ- ପର୍ଥ (ଦିନ)

୬ ରୁ ୧୦ ଡିସେମ୍ବର- ଦ୍ୱିତୀୟ ଟେଷ୍ଟ- ଆଡିଲେଡ୍ ଓଭାଲ୍ (ଦିନ-ରାତି)

୧୪ ରୁ ୧୮ ଡିସେମ୍ବର- ତୃତୀୟ ଟେଷ୍ଟ- ଗାବା, ବ୍ରିସବେନ୍ (ଦିନ)

୨୬ ରୁ ୩୦ ଡିସେମ୍ବର – ଚତୁର୍ଥ ଟେଷ୍ଟ- MCG, ମେଲବୋର୍ଣ୍ଣ (ଦିନ)

୩ ରୁ ୭ ଜାନୁଆରୀ- ପଞ୍ଚମ ଟେଷ୍ଟ- SCG, ସିଡନୀ (ଦିନ)

ଗତ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳର ପ୍ରଦର୍ଶନ:

ଭାରତୀୟ ଦଳ ଶେଷ ଥର ପାଇଁ ୨୦୨୦-୨୧ ରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା। ସେତେବେଳେ ଦୁଇ ଦଳ ମଧ୍ୟରେ ୪ ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୮ ୱିକେଟରେ ଜିତିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ୮ ୱିକେଟ୍ ରେ ବିଜୟୀ ହୋଇଥିଲା। ଏହା ପରେ ତୃତୀୟ ଟେଷ୍ଟ ମ୍ୟାଚ୍ ଡ୍ର ଥିଲା। ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡ୍ର ହୋଇପାରିଥାନ୍ତା, କିନ୍ତୁ ଋଷଭ ପନ୍ତଙ୍କ ଐତିହାସିକ ଇନିଂସ ଯୋଗୁଁ ଭାରତ ଏହି ମ୍ୟାଚକୁ ୩ ୱିକେଟରେ ଜିତି ନେଇଥିଲା। ଏହିପରି ଟିମ୍ ଇଣ୍ଡିଆ ୨-୧ରେ ସିରିଜ୍ ଜିତିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

IPL 2024: ପେଶୱାରର ଏହି ଦ୍ରୁତ ବୋଲରଙ୍କୁ ଦଳରେ ସାମିଲ କଲା ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସିଜନ୍ ପାଇଁ ବିଗୁଲ ବାଜିଛି। ବର୍ତ୍ତମାନ ୨୦୨୪ ଆଇପିଏଲ ଆରମ୍ଭ ହେବାକୁ କେବଳ ତିନି ଦିନ ବାକି ଅଛି। ତେବେ ଏହି ସମୟ ମଧ୍ୟରେ ଅନେକ ଖେଳାଳି ସେମାନଙ୍କ ଖେଳାଳିଙ୍କ ଆଘାତ ଯୋଗୁଁ ଚିନ୍ତିତ ଅଛନ୍ତି। ଲିଗ୍ ଆରମ୍ଭ ପୂର୍ବରୁ, ଦଳ କ୍ରମାଗତ ଭାବରେ ଆହତ ଖେଳାଳିଙ୍କ ପାଇଁ ସ୍ଥାନ ଖୋଜୁଛନ୍ତି। ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଜେସନ ବେହେରେଣ୍ଡୋରଫଙ୍କ ଆହତ ହୋଇଛନ୍ତି, ଏବେ ତାଙ୍କ ସ୍ଥାନରେ ଆଉ ଜଣେ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି।

ମୁମ୍ବାଇ ଇଣ୍ଡିଆନ୍ସ ପାକିସ୍ତାନ ସୁପର ଲିଗରେ ପେଶୱାର ଜଲମି ପାଇଁ ଖେଳୁଥିବା ଦ୍ରୁତ ବୋଲର ଲୁକ ଉଡଙ୍କୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିଛି। ୨୮ ବର୍ଷୀୟ ବାମହାତୀ ଦ୍ରୁତ ବୋଲର ବାବର ଆଜାମଙ୍କ ଅଧିନାୟକତ୍ୱରେ ୨୦୨୪ ପିଏସଏଲ ରେ ପେଶୱାର ଜଲମି ପାଇଁ ଖେଳିଥିଲେ। ସେ ହିଁ ବୋଲର ଯିଏ ତାଙ୍କ ଦଳ ପାଇଁ ସର୍ବାଧିକ ୱିକେଟ୍ ନେଇଥିଲେ। ଉଡ ସମୁଦାୟ ୧୨ ୱିକେଟ୍ ନେଇ ୮.୨୪ ଇକୋନୋମିରେ ରନ୍ ଖର୍ଚ୍ଚ କରିଥିଲେ।

ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଆହତ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜେସନ ବେହେରେଣ୍ଡର୍ଫଙ୍କ ସ୍ଥାନରେ ଲୁକ ଉଡଙ୍କୁ ନିଜ ଦଳରେ ସାମିଲ କରିଛି। ଉଡ ଇଂଲଣ୍ଡ ପାଇଁ ଦୁଇଟି ODI ଏବଂ ପାଞ୍ଚ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ତାଙ୍କୁ ଟି -୨୦ କ୍ରିକେଟର ଜଣେ ସ୍ପେଶାଲିଷ୍ଟ ବୋଲର ଭାବେ ବିବେଚନା କରାଯାଏ।

ଇଣ୍ଡିଆନ ପ୍ରିମିୟର ଲିଗର ବିବୃତ୍ତି ଅନୁଯାୟୀ ଲୁକ ଉଡ ମୁମ୍ବାଇ ଇଣ୍ଡିଆନ୍ସରେ ୫୦ ଲକ୍ଷ ଟଙ୍କା ମୂଲ୍ୟରେ ଯୋଗଦେବେ। ଆଇପିଏଲ୍ ବିବୃତ୍ତି ଅନୁଯାୟୀ, ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପାଇଁ ଆହତ ଜେସନ୍ ବେହେରେଣ୍ଡର୍ଫଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଇଂଲଣ୍ଡର ଲୁକ ଉଡଙ୍କୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିଛି।

ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୨୨ ତାରିଖ ରୁ ୨୦୨୪ ଆଇପିଏଲ ଆରମ୍ଭ ହେବ। ଲିଗ୍‌ର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଯେଉଁଠାରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ୨୪ ମାର୍ଚ୍ଚରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ହେତୁ ଏପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ ର ୨୧ ଟି ମ୍ୟାଚ୍ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

୨୦୨୪ ଆଇପିଏଲ ରେ ଖେଳିବେ କି ନାହିଁ ବିରାଟ କୋହଲି?, ଆସିଲା ବଡ ଅପଡେଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରେଇ ରହିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ କିଙ୍ଗ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜରେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି କୋହଲି ୨୦୨୪ ଆଇପିଏଲ ରେ ଖେଳିବେ କି ନାହିଁ? ବିରାଟ ଏପର୍ଯ୍ୟନ୍ତ ଏ ବିଷୟରେ କିଛି କହି ନାହାଁନ୍ତି, କିନ୍ତୁ ଏକ ବଡ ରିପୋର୍ଟ ନିଶ୍ଚିତ ଭାବେ ସାମ୍ନାକୁ ଆସିଛି।

କୋହଲିଙ୍କ ଖେଳ ସମ୍ପର୍କରେ ତାଙ୍କ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ତେବେ ESPNcricinfo ରିପୋର୍ଟ ଅନୁଯାୟୀ କିଙ୍ଗ କୋହଲି କ୍ରିକେଟ୍ ପଡ଼ିଆକୁ ଫେରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବିରାଟ ଏପର୍ଯ୍ୟନ୍ତ ଆରସିବି କ୍ୟାମ୍ପରେ ଯୋଗ ଦେଇନାହାଁନ୍ତି, ମାର୍ଚ୍ଚ ୨୨ ତାରିଖରେ ଖେଳାଯିବାକୁ ଥିବା ଓପନିଂ ମ୍ୟାଚ୍ ପୂର୍ବରୁ ସେ ବେଙ୍ଗାଲୁରୁର ପ୍ରି-ଟୁର୍ଣ୍ଣାମେଣ୍ଟ କ୍ୟାମ୍ପରେ ଦଳରେ ଯୋଗଦେବେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଟି -୨୦ ବିଶ୍ୱକପରେ ଖେଳିବେ ନାହିଁ ଶାମି, ଋଷଭ ପନ୍ତଙ୍କ ପାଇଁ ଦ୍ୱାର ଖୋଲା ଅଛି: କଲେ ନିଶ୍ଚିତ ଜୟ ଶାହା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଚଳିତ ବର୍ଷ ଜୁନ୍ ରେ ଖେଳାଯିବାକୁ ଥିବା ଆଇପିଏଲ୍ ୨୦୨୪ ଏବଂ ୨୦୨୪ ଟି -୨୦ ବିଶ୍ୱକପ୍ ଖେଳି ପାରିବେ ନାହିଁ। ବିସିସିଆଇ ସଚିବ ଜୟ ଶାହା ଏହା ନିଶ୍ଚିତ କରିଛନ୍ତି। ଶାମି ବର୍ତ୍ତମାନ ତାଙ୍କ ଗୋଡରେ ଆଘାତ ଯୋଗୁଁ ଚିକିତ୍ସିତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ, ସେ ବାଂଲାଦେଶ ବିପକ୍ଷ ସିରିଜରୁ ଫେରିବେ।

ଶାମି ବ୍ୟତୀତ ଋଷଭ ପନ୍ତଙ୍କ ବିଷୟରେ ଏକ ବଡ ଅପଡେଟ୍ ମଧ୍ୟ ବାହାରିଛି। ଋଷଭ ୨୦୨୪ ଟି-୨୦ ବିଶ୍ଵକପ ୱାର୍ଲ୍ଡ ଖେଳିପାରନ୍ତି। ପନ୍ତଙ୍କ ବିଷୟରେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, ସେ ଭଲ ବ୍ୟାଟିଂ କରୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଆମେ ତାଙ୍କୁ ଶୀଘ୍ର ଫିଟ୍ ଘୋଷଣା କରିବୁ। ଯଦି ସେ ଆମ ପାଇଁ ଟି -୨୦ ବିଶ୍ୱକପ ଖେଳିପାରନ୍ତି, ତେବେ ଏହା ଆମ ପାଇଁ ଏକ ବଡ଼ କଥା ହେବ।

ପ୍ରକାଶ ଯେ, ୨୦୨୩ ଦିନିକିଆ ବିଶ୍ୱକପ ପରଠାରୁ ଶାମି ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି। ନିକଟରେ ଶାମି ତାଙ୍କ ଗୋଡରେ ଅସ୍ତ୍ରୋପଚାର କରିବାକୁ ବ୍ରିଟେନ ଯାଇଥିଲେ। ଶାମିଙ୍କ ବିଷୟରେ ଜୟ ଶାହା କହିଛନ୍ତି ଯେ, “ଶାମି ଅସ୍ତ୍ରୋପଚାର କରିଛନ୍ତି। ସେ ଭାରତ ଫେରିଛନ୍ତି। ବାଂଲାଦେଶ ବିପକ୍ଷ ଘରୋଇ ସିରିଜ ପାଇଁ ଶାମିଙ୍କ ପ୍ରତ୍ୟାବର୍ତ୍ତନ ହେବାର ସମ୍ଭାବନା ରହିଛି। କେ.ଏଲ ରାହୁଲଙ୍କୁ ଇଞ୍ଜେକ୍ସନ ଦରକାର, ସେ ପୁନଃ ଫିଟନେସ ପାଇଁ ଏନସିଏରେ ଅଛନ୍ତି।”

ଜୟ ଶାହା ବିଶ୍ୱାସ କରନ୍ତି ଯେ, ଋଷଭ ପନ୍ତଙ୍କ ପାଇଁ ଟି -୨୦ ବିଶ୍ୱକପ ଦଳର ଦ୍ୱାର ଖୋଲା ଅଛି। ସେ କହିଛନ୍ତି କେ, “ଯଦି ସେ ୱିକେଟ୍ କିପିଂ କରିପାରିବେ, ତେବେ ସେ ବିଶ୍ୱକପ୍ ଖେଳିପାରିବେ। ପ୍ରଥମେ ଆଇପିଏଲ୍ ୨୦୨୪ ରେ ସେ କିପରି ପ୍ରଦର୍ଶନ କରୁଛନ୍ତି ଦେଖିବା।”

ସୂଚନାଯୋଗ୍ୟ ଯେ, ଜିତେଶ ଶର୍ମା କିଛି ସମୟ ଧରି ଭାରତ ପାଇଁ କ୍ରମାଗତ ଭାବେ ଟି -୨୦ କ୍ରିକେଟ୍ ଖେଳୁଥିଲେ। କିଛି ସମୟ ପୂର୍ବରୁ ଜିତେଶ ଟି -୨୦ ବିଶ୍ୱକପ ଖେଳିବେ ବୋଲି ନିଶ୍ଚିତ କରାଯାଇଥିଲା। ଜିତେଶ ପ୍ରଥମ ବଲରୁ ବଡ ସଟ୍ ଖେଳିବାରେ ପାରଦର୍ଶୀ ଅଟନ୍ତି ଏବଂ ସେଥିପାଇଁ ତାଙ୍କୁ କ୍ରମାଗତ ଭାବରେ ଟି -୨୦ ଦଳରେ ଅନ୍ତର୍ଭୁକ୍ତ କରାଯାଉଥିଲା। ଯଦି ଋଷଭ ସମ୍ପୂର୍ଣ୍ଣ ଫିଟ୍ ହୋଇଯା’ନ୍ତି, ତେବେ ଏହା ଜିତେଶଙ୍କ ପାଇଁ ଏକ ଝଟକାଠାରୁ କମ୍ ହେବ ନାହିଁ।