ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ (୭୮୭-୮ ବୋଇଂ ଡ୍ରିମଲାଇନର) ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ବିଜେ ମେଡିକାଲ କଲେଜ ଏବଂ ସିଭିଲ୍ ହସ୍ପିଟାଲର ହଷ୍ଟେଲ କୋଠାରେ ପଡ଼ିଥିଲା, ଯେଉଁଥିରେ ମୋଟ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ବିମାନରେ ବସିଥିବା ୨୪୧ ଜଣଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଏଥିରେ ଜଣେ ଯୁବ କ୍ରିକେଟର ମଧ୍ୟ ମୃତ୍ୟୁବରଣ କରିଛନ୍ତି, ଯିଏ ଇଂଲଣ୍ଡ ଯାଉଥିଲେ।
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ୨୩ ବର୍ଷୀୟ ଦୀର୍ଦ୍ଧ ପଟେଲ ମଧ୍ୟ ଅନ୍ତର୍ଭୁକ୍ତ, ଯିଏ ଇଂଲଣ୍ଡର ଲିଡ୍ସ ମଡର୍ନିଆନ୍ କ୍ରିକେଟ କ୍ଲବ ପାଇଁ ଖେଳିଥିଲେ। ସେ ହଡର୍ସଫିଲ୍ଡ ବିଶ୍ୱବିଦ୍ୟାଳୟରୁ ପାଠପଢିଥିଲେ। ଲିଡ୍ସର ଏହି କ୍ଲବ ଦୀର୍ଦ୍ଧ ପଟେଲଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି।
କ୍ଲବ କହିଛି ଯେ, ତାଙ୍କ ମୃତ୍ୟୁ ଖବର ଶୁଣି ସେମାନେ ବହୁତ ଦୁଃଖିତ। “କ୍ଲବର ସମସ୍ତଙ୍କର ସମବେଦନା ଦୀର୍ଦ୍ଧଙ୍କ ପରିବାର ଏବଂ ତାଙ୍କୁ ଜାଣିଥିବା ସମସ୍ତଙ୍କ ସହିତ ଅଛି।”