Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ସାବଧାନ: ଫେସବୁକ୍ ମେସଞ୍ଜରରେ ମେସେଜ ପଠାଇ ସାଇବର ଅପରାଧୀଙ୍କ ଅଭିନବ ଠକେଇ

ଭୁବନେଶ୍ବର: ସାଇବର ଅପରାଧୀଙ୍କ ଦିନକୁ ଦିନ ଅପରାଧର ତରିକା ବଦଳିବାରେ ଲାଗିଛି। କେତେବେଳେ ସେମାନେ କେଉଁ ମାଧ୍ୟମରେ ଅପରାଧ କରୁଛନ୍ତି ତାହା ଜ୍ଞାନୀ ଶିକ୍ଷିତ ଲୋକଙ୍କୁ ମଧ୍ୟ ଜାଣିବା କଷ୍ଟକର ହୋଇପଡିଛି। ନିକଟରେ ସେହିପରି ଏକ ନୂଆ ତରିକାରେ ସାଇବର ଅପରାଧୀ ବିଭିନ୍ନ ଲୋକଙ୍କୁ ଠକିଥିବାର ନଜରକୁ ଆସିଛି।

ଘଟଣାରୁ ଜଣାପଡିଛି ଯେ, ସାଇବର ଅପରାଧୀମାନେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫେସବୁକ ମେସେଞ୍ଜରକୁ ହାକ କରି ନେଉଛନ୍ତି। ସେହି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମେସେଞ୍ଜର ମାଧ୍ୟମରେ ସେମାନେ ତାଙ୍କର ପରିଚିତ ବ୍ୟକ୍ତିମାନଙ୍କୁ ମେସେଜ ପଠାଉଛନ୍ତି। ସେଥିରେ ସେମାନେ ପ୍ରଥମେ ଆପଣଙ୍କ ମୋବାଇଲ ନମ୍ବରଟି ଦିଅନ୍ତୁ ବୋଲି ଉଲ୍ଲେଖ କରୁଛନ୍ତି।

ଯେହେତୁ ସେହି ପ୍ରତିଷ୍ଠତ ବ୍ୟକ୍ତି ଜଣଙ୍କ ଆପଣଙ୍କ ପରିଚିତ, ତେଣୁ କାଳେ ସେ ଫୋନ ନମ୍ବର ହଜାଇ ଦେଇଥିବେ ଭାବି ଆପଣ ତାଙ୍କୁ ନମ୍ବର ପ୍ରଦାନ କରିବେ। ଏହାପରେ ସେହି ମେସେଞ୍ଜରରୁ ମେସେଜ ଆସିବ ଯେ, ମୋର ଜଣେ ବନ୍ଧୁ ସିଆରପିଏଫ ରେ ଚାକିରୀ କରୁଛନ୍ତି। ତାଙ୍କର ବିହାରକୁ ବଦଳି ହୋଇଯାଇଛି। ସେଥିପାଇଁ ତାଙ୍କର ବହୁ ଦାମିକା ଆସବାବ ପତ୍ରକୁ ବିକ୍ରି କରିଦେବାକୁ ଚାହୁଁଛନ୍ତି। ଆପଣଙ୍କ ନମ୍ବରରେ ସେହି ବ୍ୟକ୍ତିଙ୍କୁ ଦେଉଛି ଏବଂ ଆପଣଙ୍କୁ ମଧ୍ୟ ତାଙ୍କ ନମ୍ବର ଦେଉଛି।

ଏହାପରେ ଆପଣଙ୍କ ହ୍ବାଟସପକୁ ବହୁ ଦାମୀକା ଆସବାବ ପତ୍ରର ଫଟୋ ଆସିବ। ଯାହାକୁ ଦେଖିଲେ ଆପଣ ଚମକି ପଡିବେ। ଏହାର ମୂଲ୍ୟ ଆପଣ ହିସାବ କଲେ ତାହା 10 ଲକ୍ଷ ଟଙ୍କାରୁ ଅଧିକ ହେବ ସିନା କମ ହେବ ନାହିଁ। ହେଲେ ଠକ ଏହାକୁ ଦୁଇ ଲକ୍ଷରେ ଦେଇ ଦେବ ବୋଲି କହିବ।

ଲୋଭରେ ଆପଣ ଜିନିଷ କେଉଁଠି ଅଛି ବୋଲି ପଚାରିଲେ ତାହା ସିଆରପିଏଫ କ୍ୟାମ୍ପସ ଭିତରେ ଅଛି। ସିଆରପିଏଫ ଅଫିସରୁ ଅନୁମତି ନେଇ ଏହି କ୍ୟାମ୍ପସ ଭିତରୁ ଗାଡିରେ ଜିନିଷ ଲଦି ବାହାରକୁ ବାହର କରାଯିବ। ଆପଣ ଗେଟ ଆଗରେ ଆସି ଅପେକ୍ଷା କରିବା ପରେ ମୋତେ କହିଲେ ଗାଡିରେ ଲଦି ଜିନିଷ କାଢିବି।

ଏହାପରେ ଆପଣଙ୍କୁ ଠକ ଲକ୍ଷେ ଟଙ୍କା ଫୋନ ପେ କରିବାକୁ ଅନୁରୋଧ କରିବ। ଯେହେତୁ ଠକଟି ଆପଣଙ୍କ ଘନିଷ୍ଠ ବନ୍ଧୁଙ୍କ ମେସେଞ୍ଜରରୁ ଆପଣଙ୍କ ପାଖକୁ ମେସେଜ ପଠାଇଛି, ସେଥିରେ ଆପଣ ବିଶ୍ବାସ କରି ସେହି ନମ୍ବରରେ ପେମେଣ୍ଟ କରି ସିଆରପିଏଫ ଗେଟ ସାମନାକୁ ଯିବେ।

ହେଲେ ଆପଣ ତାହା ପ୍ରଦାନ କରିବା ପରେ ସେ ନମ୍ବର ସୁଇଚ ଅପ୍ ହୋଇଯିବ। ଆଉ ତାହାର କୌଣସି ଖୋଜ ଖବର ମିଳିବ ନାହିଁ। ଏହିପରି ଏକ ଘଟଣା ବର୍ତ୍ତମାନ ପଦାକୁ ଆସିବା ପରେ ସାଇବର ଥାନାରେ ସଂପୃକ୍ତ ବ୍ୟକ୍ତି ଅଭିଯୋଗ କରିଥିବାର ଜଣାପଡିଛି।

( ଏହି ଘଟଣାଟି ଭୁବନେଶ୍ବରରେ ଘଟିଛି। ହେଲେ ସେମାନେ ଉଭୟ ଓଡିଶାର ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବାରୁ ତାଙ୍କର ନାମ ଠିକଣା ପ୍ରକାଶ କରିପାରୁ ନାହୁଁ।)

Categories
ଆଜିର ଖବର ଜାତୀୟ ଖବର

ଭାରତରେ ହ୍ରାସ ପାଇଛି ସାଇବର୍‌ ଆକ୍ରମଣ!

ମୁମ୍ବାଇ : ଭାରତରେ ସାଇବର୍‌ ଆକ୍ରମଣ ହ୍ରାସ ପାଇଛି । ମଙ୍ଗଳବାର କାସ୍ପରସ୍କାଏ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । 2018 ତୁଳନାରେ 2019ରେ ସାଇବର ଆକ୍ରମଣରେ 40.4 ପ୍ରତିଶତ ହ୍ରାସ ପାଇଛି । 2018ରେ ଦେଶରେ ସାଇବର ଆକ୍ରମଣ 38.8 ପ୍ରତିଶତ ବୃଦ୍ଧି ପାଇଥିବା ବେଳେ 2019ରେ ହ୍ରାସ ପାଇବା ଏକ ଭଲ ସଙ୍କେତ ବୋଲି କାସ୍ପରସ୍କାଏ ପକ୍ଷରୁ ପ୍ରକାଶ କରାଯାଇଛି । କାସ୍ପରସ୍କାଏ ବ୍ୟବହାରକାରୀଙ୍କୁ ବାର୍ଷିକ ଅନ୍ତତଃ ଥରେ ଆକ୍ରମଣ କରାଯାଇଛି ଯାହାକି ବିଗତ ବର୍ଷ ମାନଙ୍କ ତୁଳନାରେ ସର୍ବନିମ୍ନ ବୋଲି କାସ୍ପରସ୍କାଏ ଦକ୍ଷିଣ ଏସିଆ ଜେନେରାଲ ମ୍ୟାନେଜର ଦୀପେଶ କରୁଆ ପ୍ରକାଶ କରିଛନ୍ତି । (ଏଜେନ୍ସୀ)