ମହାରାଷ୍ଟ୍ର : ବାତ୍ୟା ନିସର୍ଗ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ କରିଛି । ମହାରାଷ୍ଟ୍ର ଆଲିବାଗ୍ ନିକଟରେ ଲ୍ୟାଣ୍ଡଫଲ୍ କରୁଛି ନିସର୍ଗ । ହରିହରେଶ୍ବର-ଡାମନ୍ ମଝିରେ ଆଲିବାଗ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ନିସର୍ଗ । ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ 100ରୁ 120 କିମିରୁ ଅଧିକ ରହିବା ନେଇ ସୂଚନା ରହିଛି । ଏବେ ପବନର ବେଗ ବଢିଥିବାବେଳେ ମହାରାଷ୍ଟ୍ରର ଅନେକ ସ୍ଥାନରେ ବର୍ଷା ମଧ୍ୟ ଲାଗି ରହିଛି । ଆଇଏମ୍ଡି ସୂଚନା ଅନୁସାରେ ଆଲିବାଗ୍ଠାରୁ ନିସର୍ଗ 95 କିଲୋମିଟର ଦୂରରେ ରହିଥିବାବେଳେ ମୁମ୍ବାଇଠାରୁ 150 କିଲୋମିଟର ଦୂରରେ ରହିଛି । ମହାରାଷ୍ଟ୍ରରେ 40 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବାତ୍ୟା ମୁକାବିଲା ପାଇଁ ମୁମ୍ବାଇରେ 144 ଧାରା ଜାରି କରାଯାଇଛି । ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏନ୍ଡିଆର୍ଏଫ୍, ଦମକଳ ଓ ସେନାକୁ ଆଲର୍ଟ ରଖାଯାଇଛି । ମୁମ୍ବାଇ ବ୍ୟତୀତ ଗୁଜୁରାଟରେ ମଧ୍ୟ ଏହି ବାତ୍ୟା ପ୍ରଭାବିତ କରିଥିବାର ଆଶଙ୍କା ରହିଥିବାରୁ ସେଠାରେ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଛି । (ଏଜେନ୍ସି)
Tag: Cyclone Nisarga
ମୁମ୍ବାଇ: ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ‘ନିସର୍ଗ’। ଘଣ୍ଟାକୁ 13 କି.ମି. ବେଗରେ ଏହା ଗତି କରୁଛି। ଭୀଷଣ ବାତ୍ୟାର ରୂପ ନେଇ ଆଜି ଅପରାହ୍ନରେ ଆଲିବାଗ ନିକଟରେ ଲ୍ୟାଣ୍ଡ୍ଫଲ୍ କରିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ସୂଚନା ଦେଇଛି।
ଯେଉଁ ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବ, ସେହି ସମୟରେ ମୁମ୍ବାଇ ସହ ଥାଣେ, ପାଲଘର ଓ ରାଇଗଡ ଜିଲ୍ଲାରେ ଘଣ୍ଟାପ୍ରତି 100ରୁ 110 କିଲୋମିଟର ବେଗରେ ପବନ ବହିପାରେ।
ଉତ୍ତର ମହାରାଷ୍ଟ୍ର ଭଳି ଦକ୍ଷିଣ ଗୁଜରାଟ ଉପକୂଳରେ ବି ପ୍ରକୋପ ଦେଖାଇପାରେ ‘ନିସର୍ଗ’। ନଭସାରୀ, ଡାଙ୍ଗ, ଡାମନ, ଦାଦରା ଓ ନଗର ହାଭେଲି ଏବଂ ସୁରତ ଆଦି ଜିଲ୍ଲାରେ ଘଣ୍ଟାପ୍ରତି 100ରୁ ଅଧିକ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଆଇଏମ୍ଡି ପକ୍ଷରୁ ପୂର୍ବାନୁମାନ କରାଯିବା ସହ ଆଲର୍ଟ ଜାରି କରାଯାଇଛି।
ବାତ୍ୟା ‘ନିସର୍ଗ’ର ମୁକାବିଲା ଲାଗି ଏନ୍ଡିଆରଏଫ୍, କୋଷ୍ଟ୍ଗାର୍ଡ, ଅଗ୍ନିଶମ ବିଭାଗ ସଜାଗ ରହିଛି। ମହାରାଷ୍ଟ୍ର ଓ ଗୁଜରାଟରେ ରେଡ୍ ଆଲର୍ଟ ଜାରି କରାଯାଇଛି। ମହାରାଷ୍ଟ୍ରରେ ଏନ୍ଡିଆରଏଫ୍ର 20ଟି ଟିମ୍ ମୂତୟନ ରହିଛନ୍ତି । ସେହିପରି ଗୁଜୁରାଟରେ ହାଇ ଆଲର୍ଟ ଜାରି କରାଯାଇଛି । (ଏଜେନ୍ସି)
Bhatinda: Five teams of National Disaster Response Force (NDRF) being airlifted from Bhatinda to be sent to Gujarat in the wake of Cyclone Nisarga, on June 2, 2020. Cyclone Nisarga brewing in the Arabina Sea is likely to hit coastal districts of Maharashtra and Gujarat on Wednesday. (Photo: IANS)