Categories
ଆଜିର ଖବର ଜାତୀୟ ଖବର

ଆଜି ବଡି ଭୋରରୁ ରୂପ ବଦଳାଇଲା ବାତ୍ୟା ନିଭାର, ଆସନ୍ତା 12 ଘଣ୍ଟାରେ ପୁଣି ହେବ ପରିବର୍ତ୍ତନ

ଭୁବନେଶ୍ବର, ଭୟଙ୍କର ହେବାରେ ଲାଗିଛି ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିଭାର। ଆଜି ବଡି ଭୋରରୁ ଅର୍ଥାତ ପ୍ରାୟ ୨.୦୫ ସମୟରେ ନିଭାର ତୀବ୍ର ରୂପ ଧାରଣ କରିଛି। ପୂର୍ବରୁ ପାଣିପାଗ ବିଭାଗ ଏ ନେଇ ସୂଚନା ଦେଇଥିଲା। ଏହାପରେ ଆସନ୍ତା 12 ଘଣ୍ଟା ପରେ ଏହି ବାତ୍ୟା ପୁଣି ଅତିତୀବ୍ର ରୂପ ଧାରଣ କରିବ। ଆଜି ରାତିରେ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳେ ପବନର ଗତି ପ୍ରବଳ ହେବ ବୋଲି ଅନୁମାନ କରାଯାଇଛି। ଏହି ସମୟରେ ପବନର ଗତି ଘଣ୍ଟା ପ୍ରତି ୧୩୦ ରୁ ୧୪୦ କିଲୋମିଟର ଏବଂ ଝଟକା ପବନ ୧୫୫ କିମି ବେଗରେ ରହିବାର ସମ୍ଭାବନା ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତୀବ୍ର ରୂପ ଧାରଣ କରୁଛି ବାତ୍ୟା ନିଭାର, ଭୟଙ୍କର ହେବାରେ ଲାଗିଲାଣି ସମୁଦ୍ରର ରୂପ

ଭୁବନେଶ୍ବର, ଧିରେ ଧିରେ ଘନିଭୂତ ହେବାରେ ଲାଗିଛି ବାତ୍ୟା ନିଭାର୍। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆସନ୍ତା 12 ଘଣ୍ଟା ପରେ ଏହା ତୀବ୍ର ରୂପ ଧାରଣ କରିବ। ଏହାପରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଅତି ତୀବ୍ର ରୂପ ଧାରଣ କରିବ। ଏସବୁ ହେବା ପୂର୍ବରୁ ବର୍ତ୍ତମାନ ତାମିଲନାଡୁ ସମୁଦ୍ର ଉପକୂଳ ଭୟଙ୍କର ହେବାରେ ଲାଗିଲାଣି।
ତେବେ ପାଣିପାଗ ବିଭାଗ ଅନୁସାରେ ବାତ୍ୟା ନିଭାର ବୁଧୁବାର ସଂଧ୍ୟାରେ ଅତିତୀବ୍ର ଧାରଣ କରି ତାମିଲନାଡୁ ଏବଂ ପୁଡୁଚେରୀ ମଧ୍ୟରେ ଗତି କରିବ। ମୁଖ୍ୟତଃ କାରାଇକେଲା ଏବଂ ମାମଲାଲାପୁରମ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବୋଲ ଜଣାପଡିଛି। ଏହା ପୁଡୁଚେରୀର ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 120ରୁ 130 କିଲୋମିଟର ରହିବ। ହେଲେ ଝଟକା ପବନର ଗତି 145 କିଲୋମିଟର ଘଣ୍ଟା ପ୍ରତି ରହିବ।
ବର୍ତ୍ତମାନ ମଙ୍ଗଳବାର ରାତି ସୁଦ୍ଧା ଏହି ବାତ୍ୟା ନିଭାର ପୂର୍ବ-ଦକ୍ଷିଣପୂର୍ବ ପୁଡୁଚେରୀ ଉପକୂଳରୁ 410 କିଲୋମିଟର ଏବଂ ଚେନ୍ନାଇର ଦକ୍ଷିଣପୂର୍ବ ଦିଗର 450 କିଲୋମିଟର ଦୂରରେ ରହିଛି। ଧିରେ ଧିରେ ଏହି ଘନିଭୂତ ହୋଇ ସ୍ଥଳଭାଗ ଆଡକୁ ମାଡି ଆସିବାରେ ଲାଗିଛି।

ଓଡିଶାରେ 4ଟି ଜିଲ୍ଲାକୁ ଦିଆଗଲା ୱେଲୋ ୱାର୍ଣ୍ଣି, ସତର୍କ ରହିବାକୁ ଏସଆରସିଙ୍କ ଚିଠି

ସାମ୍ଭବ୍ୟ ବାତ୍ୟା ‘ନିଭାର’ ର ଜୋରଦାର ପ୍ରଭାବ ଓଡିଶାରେ ଅନୁଭୂତ ହେବାର ନାହିଁ। ହେଲେ ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ସାମାନ୍ୟ ରହିବ ବୋଲି ଜଣାପଡିଛି। ଏହି ବାତ୍ୟା 24 ତାରିଖ ଏବଂ 26 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ତାଣ୍ଡବ ସୃଷ୍ଟି କରୁଥିବାରୁ ଓଡିଶାରେ ମଧ୍ୟ ଏହି ଦିନଗୁଡିକରେ ସାମାନ୍ୟ ପ୍ରଭାବ ରହିବ।

ନଭେମ୍ବର 25 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଓଡିଶାରେ ଏହାର ସ୍ବଳ୍ପ ପ୍ରଭାବ ଅନୁଭୂତ ହେବ। 25 ତାରିଖରେ ରାଜ୍ୟର ଛଅଟି ଜିଲ୍ଲାର କେତେକ ସ୍ଥାନରେ ସାଧାରଣ ବର୍ଷା ହେବ ବୋଲି କୁହାଯାଇଛି। ସେଗୁଡିକ ହେଲା ମାଲକାନାଗିରି, ରାୟଗଡା, ଗଜପତି, କୋରାପୁଟ, ଗଂଜାମ ଏବଂ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି 26 ତାରିଖରେ ଚାରୋଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣି ଜାରୀ କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ସେହି ଜିଲ୍ଲାଗୁଡିକ ହେଲା ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି ଜିଲ୍ଲା। ଏହି ସମୟରେ ଏସବୁ ଜିଲ୍ଲାରେ ଘଣ୍ଟାକୁ 45 ରୁ 55 କିଲୋମିଟର ବେଗରେ ପବନ ବହିବ ବୋଲି ଜଣାପଡିଛି। ଏସବୁ ଜିଲ୍ଲାରେ ଜିଲ୍ଲାପାଳମାନେ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।