Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Update: ବାତ୍ୟା ନେଇ ପାଣିପାଗ ବିଭାଗ ଦେଲା ବଡ ଖବର

ଭୁବନେଶ୍ବର: ବାତ୍ୟା ମୋଚ୍ କୁ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ଏକ ବଡ ସୂଚନା ପ୍ରଦାନ କରିଛି। ତାହା ହେଲା ଆସନ୍ତାକାଲି ଅର୍ଥାତ ୧୦ତାରିଖ ବେଳକୁ ଏକ ବାତ୍ୟା ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ଏହା ୧୨ ତାରିଖ ସକାଳ ଯାଏଁ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଥିବା ବେଳେ ପରବର୍ତୀ ସମୟରେ ଗତିପଥ ପରିବର୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ବଙ୍ଗଳାଦେଶ- ମିଆଁମାର ଆଡକୁ ମୁହାଁଇବ ବୋଲି ଅନୁମାନ କରାଯାଇଛି। ତେବେ ଏ ପର୍ଯ୍ୟନ୍ତ ସଠିକ ତଥ୍ୟ ଆସିପାରି ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Cyclone Yaas: ଆରମ୍ଭ ହେଲା ୟଶ୍ ର ତାଣ୍ଡବ, ପ୍ରବଳ ବର୍ଷା ସହ ପବନ , ବଡବଡ ଗଛ ହେଲା ଧରାଶୟୀ

ଭୁବନେଶ୍ବର, ବାତ୍ୟା ୟଶ୍ ର ଲ୍ୟାଣ୍ଡଫଲ ପକ୍ରିୟା ଆରମ୍ଭ ହୋଇଯାଇଛି। ଆଉ ଘଣ୍ଟାଏ ମଧ୍ୟରେ ଏହା ରେମୁଣା ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ଧାମରାରୁ ମାତ୍ର 80 କିଲୋମଟିର ଦୂରରେ ରହିଛି। ତେବେ ଲ୍ୟାଣ୍ଡଫଲ ପୂର୍ବରୁ ୟଶ୍ ର ତାଣ୍ଡବ ଆରମ୍ଭ ହୋଇଯାଇଛି।

ବିଶେଷ କରି ଧାମରା, ପାରାଦ୍ବୀପ, ବାଲେଶ୍ବର ଭଦ୍ରକ ପ୍ରଭୃତି ସ୍ଥାନରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଯାଇଛି। ଲ୍ୟାଣ୍ଡଫଳ ବେଳେ ଏହାର ଗତି ଆହୁରି ତୀବ୍ର ରହିବ। ସେତେବେଳେ ଘଣ୍ଟାକୁ ପ୍ରାୟ 155 କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ତେବେ ୟଶ ଆଜି ସକାଳୁ ତାହାର ତାଣ୍ଡବ ଆରମ୍ଭ କରିଦେଇଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଚାଳଛପର ଘର ଭାଙ୍ଗିବା ସହିତ ରାସ୍ତାଘାଟରେ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ପ୍ରବଳ ପବନ ସତ୍ବେ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିସେବା କର୍ମଚାରୀ ତାହା ସଫା କରିବାରେ ଲାଗିଛନ୍ତି।

ପାଣିପାଗ ବିଭାଗ ଅନୁସାରେ ଏହି ପବନ ଏବଂ ବର୍ଷା ଆଜି ଦିନ ତମାମ ଲାଗି ରହିବ। ୟଶ୍ ଲ୍ୟାଣ୍ଡଫଲ ହେବା ପରେ ଏହାର ପ୍ରଭାବ ତିନି ରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ରହିବ। ଆଜି ସଂଧ୍ୟା ବେଳକୁ ଏହାର ପ୍ରଭାବ ସାମନ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।