ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହୋଇଛି। ଦଇତା ସେବକମାନେ ମଙ୍ଗଳ ଆଳତୀ ପରେ ପ୍ରବେଶ କରିଛନ୍ତି। ଆଜି ବାହୁଟ କଣ୍ଟ ବନ୍ଧା ନୀତି ହେଉଛି। ଆସନ୍ତାକାଲି ସେନାପଟା ବନ୍ଧା ଯିବ। ସେଥିପାଇଁ ଆସନ୍ତାକାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ସୋମବାର ଅର୍ଥାତ୍ ୧୭ ତାରିଖ ଦିନ ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ ହେବ। ଏହା ପୂର୍ବରୁ ଶ୍ରୀଜୀଉ ଅଙ୍ଗରକ୍ଷକ ଭାବେ ପରିଚିତ ଦଇତା ସେବକ ମାନେ ବାହୁଟ ଓ ସେନାପଟା ଲାଗି କରୁଛନ୍ତି। ଆଜି ଦଇତା ସେବକମାନେ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି। ପ୍ରଥମେ ବାହୁଟ ବନ୍ଧା ଯିବ। ଏହା ପରେ ଆସନ୍ତାକାଲି ସେନାପଟା ବନ୍ଧା ଯିବ। ଏଥିପାଇଁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ଦିନ ୨ଟା ପରେ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ ହେବ। ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ଦେଢା ମଜୁରୀ ମଧ୍ୟ ପ୍ରଦାନ କରାଯାଇଛି। ପୂର୍ବରୁ ଏହାକୁ ନେଇ ପ୍ରଶାସନ ପାଖରେ ଦାବି କରିଥିଲେ।
Categories
ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ
