Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମୋଦିଙ୍କ ହିନ୍ଦୁତ୍ବବାଦୀ ଚିନ୍ତାଧାରାକୁ ଆମେରିକୀୟ ଶିଳ୍ପପତିଙ୍କ ସମାଲୋଚନା

ଡାଭୋସ୍‌ : ସ୍ବିଜରଲ୍ୟାଣ୍ଡର ଡାଭୋସ୍‌ରେ ଅନୁଷ୍ଠିତ ବିଶ୍ବ ଅର୍ଥନୈତିକ ସମ୍ମିଳନୀରେ ଆମେରିକୀୟ ଶିଳ୍ପପତି ଜର୍ଜ ସୋରୋସ୍‌ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି । ମୋଦିଙ୍କ ଉଗ୍ର ହିନ୍ଦୁତ୍ବବାଦୀ ଚିନ୍ତାଧାରାକୁ ସୋରୋସ୍‌ ସମାଲୋଚନା କରିଛନ୍ତି । ସେହିପରି ସମଗ୍ର ବିଶ୍ବରେ ଦକ୍ଷିଣପନ୍ଥୀ ରାଜନୈତିକ ଦଳ ମାନଙ୍କର ବର୍ଦ୍ଧିତ ପ୍ରଭାବ ନେଇ ମଧ୍ୟ ସୋରୋସ୍‌ ଚିନ୍ତା ବ୍ୟକ୍ତ କରିଥିଲେ । ସେହିପରି ବିଭିନ୍ନ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର ନେଇ ସୋରୋସ୍‌ ମତ ରଖିଥିଲେ । ଭାରତରେ ରାଜନୈତିକ ଫାଇଦା ପାଇଁ ଫେସ୍‌ବୁକ୍‌ର ବ୍ୟବହାର କରାଯାଉଛି ବୋଲି ସୋରସ୍‌ କହିଥିଲେ । କାଶ୍ମୀରରୁ ଧାରା 370 ଉଚ୍ଛେଦ ଏବଂ ବର୍ତ୍ତମାନ ସିଏଏ ଲାଗୁ କରାଯାଇ ମୁସଲିମ ମାନଙ୍କର ନାଗରିକତ୍ବ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି ବୋଲି ସୋରୋସ୍‌ କହିଛନ୍ତି ।

Categories
ଆଜିର ଖବର ବ୍ୟବସାୟ

ଭାରତୀୟ ଅର୍ଥନୈତିକ ମାନ୍ଦାବସ୍ଥା ସାମୟିକ : ଆଇଏମ୍‌ଏଫ୍‌

ଡାଭୋସ୍‌ : ଭାରତରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମ୍‌ଏଫ୍‌ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭିଆ । ଡାଭୋସ୍‌ରେ ଅନୁଷ୍ଠିତ ଅର୍ଥନୈତିକ ସମ୍ମିଳନୀରେ କ୍ରିଷ୍ଟାଲିନା କହିଛନ୍ତି, ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ସଙ୍କଟ ସାମୟିକ । ଖୁବ୍‌ ଶୀଘ୍ର ଏହି ପରସ୍ଥିତିରେ ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ ସମଗ୍ର ବିଶ୍ବରେ ଅର୍ଥନୈତିକ ସଙ୍କଟ ଦେଖାଦେଇଛି, ମାତ୍ର ଭାରତ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରତିଷେଧକ ମୂଳକ ପଦକ୍ଷେପ କାରଣରୁ ଖୁବ୍‌ ଶୀଘ୍ର ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ଶୀଥିଳତା ଦୂର ହେବ ବୋଲି କ୍ରିଷ୍ଟାଲିନା ପ୍ରକାଶ କରିଛନ୍ତି ।