Categories
ଆଜିର ଖବର ଜାତୀୟ ଖବର

24 ଘଣ୍ଟାରେ ଦେଶରେ କରୋନା ନେଲା 100 ଜୀବନ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ 81,970ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି 2649ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 27,919ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ 50 ହଜାରରୁ ଅଧିକ ଆକ୍ଟିଭ୍‌ କେସ୍‌ ରହିଛି । ଗତ 24 ଘଣ୍ଟାରେ 100ରୁ ଉର୍ଦ୍ଧ୍ବଙ୍କ ଜୀବନ ଯାଇଛି । ସେହିପରି 3967ଟି ନୂତନ ମାମଲା ଆସିଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ 1019ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 586, ମଧ୍ୟପ୍ରଦେଶରେ 237, ପଶ୍ଚିମବଙ୍ଗରେ 213, ରାଜସ୍ଥାନରେ 125, ଦିଲ୍ଲୀରେ 115, ଉତ୍ତରପ୍ରଦେଶରେ 88, ଆନ୍ଧ୍ରପ୍ରଦେଶରେ 38, ତାମିନାଡୁରେ 6, ତେଲେଙ୍ଗାନାରେ 34, କର୍ଣ୍ଣାଟକରେ 35, ପଞ୍ଜାବରେ 32, ଜମ୍ମୁକାଶ୍ମୀରରେ 11, ହରିୟାଣରେ 11, ବିହାରରେ 7, କେରଳରେ 4, ଝାଡଖଣ୍ଡରେ 3, ଓଡ଼ିଶାରେ 3, ଚଣ୍ଡୀଗଡରେ 3, ହିମାଚଳ ପ୍ରଦେଶରେ 2, ଆସାମରେ 2 ଓ ମେଘାଳୟରେ ଜଣକର ମୃତୃୁ ଘଟିଛି । (ଏଜେନ୍ସି)