Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଇରାନ୍‌ରେ କୋରୋନା ମୃତ୍ୟୁ ସଂଖ୍ୟା 724ରେ ଛୁଇଁଲା

ତେହେରାନ୍‌ : ଇରାନ୍‌ରେ କୋରୋନା ଭାଇରସ୍‌ ଏହାର ତାଣ୍ଡବ ମଚାଇଛି । ରବିବାର ଇରାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁ ସଂଖ୍ୟା 724ରେ ପହଞ୍ଚିଛି । ରବିବାର ନୂତନ ଭାବରେ 113 ଜଣ ଲୋକ ପ୍ରାଣ ହରାଇଛନ୍ତି । ରବିବାର ସୁଦ୍ଧା ଇରାନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର ପହଞ୍ଚିଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ୍‌ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଟାଲୀ ଏବଂ ଇରାନ୍‌ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଇରାନ ନାଗରିକଙ୍କୁ ନିଜର ବିଦେଶ ଗସ୍ତ ବାତିଲ କରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

1357ରେ ପହଞ୍ଚିଲା କୋରୋନା ଭାଇରସ୍‌ ମୃତ୍ୟୁ : ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାର

ବେଜିଂ : କୋରୋନା ଭାଇକରସ୍‌ର ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବୁଧବାର ସୁଦ୍ଧା ଏହି ଭାଇରସ୍‌ ପ୍ରଭାବରେ ମୃତକଙ୍କ ସଂଖ୍ୟା 1357ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାରରେ ପହଞ୍ଚିଛି । ଚୀନ୍‌ର ହୁବେଇ ପ୍ରଦେଶରେ ନୂତନ ଭାବରେ 242 ଜଣ ପ୍ରାଣ ହରାଇଛନ୍ତି । ବୁଧବାର 13332 ଜଣ ନୂତନ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଶ୍ବର 20 ଟି ରାଷ୍ଟ୍ର ଏହି ଭାଇରସ୍‌ ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଏହି ଭାଇରସ୍‌ ପ୍ରଭାବରେ ବିଶ୍ବ ମୋବାଇଲ୍‌ କଂଗ୍ରେସକୁ ବାତିଲ କରାଯାଇଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କୋରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା 132କୁ ବୃଦ୍ଧି

ବେଜିଂ : କୋରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଚୀନ୍‌ରେ କୋରୋନା ଭାଇରସ୍‌ର ଆତଙ୍କରେ ମୃତ୍ୟକୁ ସଂଖ୍ୟା 132ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 6 ହଜାରରେ ପହଞ୍ଚିଛି । ଚୀନ୍‌ର 31 ପ୍ରଦେଶରେ ସମୁଦାୟ 5974 ଜଣ ନୋଭେଲ୍‌ କୋରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ବୋଲି ଚୀନ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ବୁଧବାର ଦିନ 25 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 840 ଜଣ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସେହିପରି ଚୀନ୍‌ରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 6000ରେ ପହଞ୍ଚିଥିବା ଜଣାପଡିଛି । ସଂକ୍ରମିତଙ୍କ ମଧ୍ୟରୁ 1239ଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚୀନ୍‌ରେ କୋରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା 1287କୁ ବୃଦ୍ଧି

ବେଜିଂ : ଚୀନ୍‌ରେ କୋରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଚୀନ୍‌ରେ ଦେଖାଦେଇଥିବା ନୋଭେଲ୍‌ କୋରୋନା ଭାଇରସ୍‌ ପ୍ରଭାବରେ ବର୍ତ୍ତମାନ ସୁଦ୍ଧା 41 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1287 ଜଣ ସଙ୍କ୍ରମିତ ହୋଇଛନ୍ତି । ଶନିବାର ଚୀନ୍‌ର ଜାତୀୟ ସ୍ବାସ୍ଥ୍ୟ କମିଶନ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ଶୁକ୍ରବାର 444 ଜଣ ନୂତନ ସଂକ୍ରମିତ ବ୍ୟକ୍ତି ଭର୍ତ୍ତି ହୋଇଥିବା ଜଣାପଡିଛି । ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ 237 ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ 38 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା 15197 ଜଣ ଲୋକଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡା ନଜର ରଖାଯାଇଛି । (ଏଜେନ୍ସୀ)