Categories
ଆଜିର ଖବର ଜୀବନ ଶୈଳୀ ମନୋରଂଜନ

ଦୀପିକା ଓ ପ୍ରିୟଙ୍କାଙ୍କୁ ପଛରେ ପକାଇଲେ କୋହଲି : ଇନଷ୍ଟାଗ୍ରାମରେ 50 ମିଲିୟନ୍‌ ଫଲୋଅର

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି । ସୋସିଆଲ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମରେ କୋହଲିଙ୍କ ଫଲୋଅର ସଂଖ୍ୟା 50 ମିଲିୟନ୍‌ ଛୁଇଁଛି । ପ୍ରଥମ ଭାରତୀୟ ଭାବରେ କୋହଲି 50 ମିଲିୟନ୍‌ ଛୁଇଁଛନ୍ତି । କୋହଲିଙ୍କ ତଳକୁ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ 49.9 ମିଲିୟନ୍‌ ଫଲୋଅରଙ୍କ ସହିତ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ 44.1 ମିଲିୟନ୍‌ ଫଲୋଅରଙ୍କ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 34.5 ମିଲିୟନ୍‌ ଫଲୋଅରଙ୍କ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି । ବିରାଟ କୋହଲି ଇନ୍‌ଷ୍ଟାଗ୍ରାମରେ ସମୁଦାୟ 930ଟି ପୋଷ୍ଟ କରିଥିବା ବେଳେ 480 ଜଣଙ୍କୁ ଫଲୋ କରୁଛନ୍ତି । (ଏଜେନ୍ସି)

Categories
ବିଶେଷ ଖବର

ଦୀପିକା ପାଦୁକୋନ, ନୀରବରେ ଠିଆ ହେବା ସବୁଠୁ ବଡ ପ୍ରତିବାଦ; ସିନେମାର କାହାଣୀରେ ନୀରବତାର ନୂଆ ଟୁଇଷ୍ଟ

କେଦାର ମିଶ୍ର

୭ ଜାନୁଆରୀ ସନ୍ଧ୍ୟାରେ ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟରେ ଜଣେ ଅତିଥି ଆସି ପହଞ୍ଚିଥିଲେ, ଯିଏ ଆସିବେ ବୋଲି ସେଠି ସଭା କରୁଥିବା ପିଲାମାନେ ଜାଣି ନଥିଲେ। ସେଇ ସନ୍ଧ୍ୟାରେ ବିଶ୍ଵ ବିଦ୍ୟାଳୟର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର ଭାଷଣ ଦେଉଥିବା ସମୟରେ ହଠାତ ବଲିଉଡ ର ଚର୍ଚ୍ଚିତ ସୁପରଷ୍ଟାର ଦୀପିକା ପାଦୁକୋନ ପହଞ୍ଚିଥିଲେ। ମାତ୍ର ଦଶ ମିନିଟ ପ୍ରତିବାଦ ସଭାରେ ଚୁପଚାପ ଛିଡା ହେବା ସହିତ ଗତ ରବିବାର ହିଂସାକାଣ୍ଡରେ ଆହତ ହୋଇଥିବା ଛାତ୍ରସଂସଦର ସଭାପତି ଆଇଶି ଘୋଷଙ୍କୁ କୋଳେଇ ନେଇ ଦୀପିକା ଚାଲି ଯାଇଥିଲେ। ତେବେ ସେହି ଚୁପଚାପ ଦଶ ମିନିଟ ଭାରତର ରାଜନୀତିରେ ଏକ ଭୟଙ୍କର ଝଡ ସୃଷ୍ଟି କରିଛି। ଦୀପିକା ଜେଏନୟୁ ସମ୍ପର୍କରେ ପଡେ କଥା କହିନଥିଲେ କିମ୍ବା ଆଜି ରିଲିଜ ହେବାକୁ ଥିବା ତାଙ୍କର ନୂଆ ସିନେମା “ଛପକ” ବିଷୟରେ କିଛି କହିନଥିଲେ। ହେଲେ ଜେଏନୟୁ କ୍ୟାମ୍ପସରେ ଦୀପିକାଙ୍କର ନୀରବ ଉପସ୍ଥିତି ଭାରତୀୟ ଜନତା ପାର୍ଟିର ଭକ୍ତ (ଏ ଦଳରେ ଆଉ କର୍ମୀ ନାହାନ୍ତି, ଏଠି ସମସ୍ତେ ସମର୍ପିତ ଭକ୍ତ ଓ ଭାତ। ସତୁରୀ ଦଶକରେ କଂଗ୍ରେସ ର ଅବସ୍ଥା ଠିକ ଏୟା ଥିଲା।) ମାନଙ୍କୁ ପାଗଳ କରିଦେଇଛି।

୭ ଜାନୁଆରୀ ସନ୍ଧ୍ୟାରୁ ବିଜେପି ସମର୍ଥକମାନେ ଦୀପିକାଙ୍କ ନୂଆ ସିନେମା “ଛପକ” କୁ ବିରୋଧ କରିବା ଆରମ୍ଭ କରିଛନ୍ତି। ତେବେ ଭକ୍ତମାନେ ଟୁଇଟରରେ ବିରୋଧ କଲେ ସିନେମାର ଲାଭ ବା କ୍ଷତି କିଛି ହେବାର ନାହିଁ। ଏପରିକି ଦୀପିକା ଜେଏନୟୁ ଆସିବା ସହିତ ମଧ୍ୟ ତାଙ୍କ ସିନେମାର ସମ୍ପର୍କ ନାହିଁ। ଦୀପିକାଙ୍କ ସିନେମାକୁ ଜେଏନୟୁ ସହିତ ଯୋଡିବାର ସବୁ ଶ୍ରେୟ ବିଜେପି ଓ ଏହାର ଭକ୍ତଙ୍କ ପାଖକୁ ଯିବ। ଦୀପିକା ଜେଏନୟୁ ଆସିବେ ବୋଲି ନା ଗଣମାଧ୍ୟମ ପାଖରେ ଖବର ଥିଲା ନା ସେ ବିଷୟରେ କିଛି ପ୍ରଚାର ହୋଇଥିଲା। ଜେଏନୟୁ ପିଲାମାନେ ଏ ସମ୍ପର୍କରେ ନିଜର ଫେସବୁକ ଓ ଟୁଇଟରରେ ଫଟୋ ଛାଡିବା ପରେ ଯାଇ, ଗଣମାଧ୍ୟମ ଏ ଖବର ଜାଣିଲା। ଖବର ଆସିଲା ପରେ ତୁରନ୍ତ ବିଜେପିର ଦୁଇ ଲୋକସମ୍ପର୍କ ଚାନେଲ “ରିପବ୍ଲିକ ଟିଭି” ଓ “ଟାଇମ୍ସ ନାଓ” ଏହି ଘଟନା ସହିତ ଦୀପିକାଙ୍କ ସିନେମାକୁ ଯୋଡିଥିଲେ।

ଯଦି ଦୀପିକାଙ୍କର ପ୍ରଚାର ଦରକାର ଥିଲା, ତାହେଲେ ସେ ନିଜର ଲୋକସମ୍ପର୍କ ବିଭାଗକୁ ସେହି କାମରେ ଲଗାଇ ପାରିଥାନ୍ତେ। ତେବେ ଦୀପିକାଙ୍କ ଲୋକସମ୍ପର୍କ କାମଟି ଏବେ ବିଜେପି ମାଗଣାରେ କରୁଛି। #ବୟକଟ ଛପକ ଭଳି ସ୍ଲୋଗାନ ମାଧ୍ୟମରେ ଦୀପିକାଙ୍କ ନୂଆ ସିନେମାର ଜୋରଦାର ପ୍ରଚାର ଏବେ ବିଜେପି ହିଁ କରୁଛି। ଏହି ସିନେମାକୁ ବିରୋଧ କରିବା ଜେ ଏକ ମାନବୀୟ ଅପରାଧ ସେକଥା ବିଜେପିର ଆଇଟି ସେଲ ବୋଧେ ବୁଝି ପାରୁନାହିଁ। ଏସିଡ ପୀଡ଼ିତା ଜଣେ ମହିଳାଙ୍କ ଜୀବନ ସଂଘର୍ଷ ଉପରେ ନିର୍ମିତ ଏହି ସିନେମାକୁ ବର୍ଜନ କରିବାକୁ ଦେଶର ଶାସକ ଦଳ କହିବା ଆଗରୁ ଏ ପ୍ରସଙ୍ଗରେ ହଜାର ଥର ଭାବିବା ଉଚିତ। ତେବେ ବିଜେପିର ଭାବନା ଶକ୍ତି ଯେ ଅଛି, ତାହା ମଧ୍ୟ ଏକ ପ୍ରଶ୍ନବାଚୀ!

ନାଗରିକତା ସଂଶୋଧନ ଆଇନ ଓ ଜେଏନୟୁ ମାମଲାରେ ବିଜେପି ନିଜର ପାରମ୍ପରିକ ଆକ୍ରାମକ ପ୍ରଚାର ଜରିଆରେ ଜନମତକୁ ଭୂତେଇ ଦେବା ବୋଲି ଭାବୁଥିଲା। ତେବେ ଏହି ଦୁଇଟି ପ୍ରସଙ୍ଗରେ ଦେଶର ସବୁଠୁ ଶିକ୍ଷିତ ଓ ପ୍ରଭାବଶାଳୀ ନାଗରିକ ସମାଜ ସରକାରକୁ ଗୁଡେଇ ତୁଡେଇ ପ୍ରଶ୍ନ ପଚାରିବା ଆରମ୍ଭ କରିଛି। ଘୃଣା ଓ ବିଭାଜନ ରାଜନୀତି ବିରୋଧରେ ପ୍ରଥମଥର ଲାଗି ବଲିଉଡର ବହୁ ବିଖ୍ୟାତ ତାରକା ରାସ୍ତାକୁ ଓହ୍ଲାଇଛନ୍ତି। ଏହା ବିଜେପି କେବେ ଆଶା କରୁନଥିଲା। ବିଜେପିର ଧାରଣା ଥିଲା, ପୁରା ଦେଶ ସରକାର ଆଗରେ ନତ ମସ୍ତକ ହେବାକୁ ବାଧ୍ୟ। ବଲିଉଡ ସିନେମାରେ ଯେହେତୁ ଏକ ବଡ ଜନାଧାର ରହିଛି, ତେଣୁ ସେମାନଙ୍କ ଉପରେ ରାଜନୈତିକ ଚାପ ପକାଇ ନୀରବ କରିଦେବା ବିଜେପି ପାଇଁ ସହଜ ବାଟ ଥିଲା। ହେଲେ ଦିନକୁ ଦିନ ବାଇଉଡରେ ସରକାରକୁ ପ୍ରଶ୍ନ ପଚାରିବାର ସାହସ ବଢି ଚାଲିଛି। ଆଗରୁ କେବଳ ସ୍ଵରା ଭାସ୍କର, ଜାଭେଦ ଅଖତାର, ଶବାନା ଆଜମିଙ୍କ ଭଳି କିଛି ହାତଗଣତି ତାରକା ରାଜନୈତିକ ମତ ରଖିବାକୁ ସାହସ କରୁଥିଲେ। ହେଲେ ଇତିମଧ୍ୟରେ ନୂଆ ପୀଢିର ନାୟକ ନାୟିକାମାନେ ନିଜ ରାଜନୀତିକୁ ଆଉ ଲୁଚେଇବାକୁ ଚାହୁଁ ନାହାନ୍ତି।

ପୂର୍ବରୁ ସାମାଜିକ ବାସ୍ତବତା ବିଷୟରେ କିଛି ଟିପ୍ପଣୀ ଦେବାକୁ ଯାଇ ଶାହରୁଖ ଖାନ ଓ ଅମିର ଖାନଙ୍କୁ ଢେର ମୂଲ୍ୟ ଦେବାକୁ ପଡିଛି। ବିଜେପି ସମର୍ଥକମାନେ ଅମିର ଖାନଙ୍କୁ ଚାରି ବର୍ଷ ଭୟଙ୍କର ହଟହଟା କରିଥିଲେ। ଭୟ ଓ ଗୁଣ୍ଡାମିକୁ ବେଖାତିର କରି ଦୀପିକା ପାଦୁକୋନ ଆଜି ଯେତେବେଳେ ଜେଏନୟୁ କୁ ନୀରବ ସମର୍ଥନ ଦେଇଛନ୍ତି, ତାହା ନିଶ୍ଚିତ ଭାବରେ ଜଣେ ସାହସୀ ନାୟିକାର ଲକ୍ଷଣ। ବିଜେପି ଟ୍ରୋଲଙ୍କ ଗାଳି ଘୃଣାକୁ ଅଣଦେଖା କରି ଦୀପିକା ଯାହା କରିଛନ୍ତି, ତାହା ପ୍ରତ୍ୟେକ ଗଣତନ୍ତ୍ର ର ସମର୍ଥକଙ୍କୁ ପ୍ରଭାବିତ କରିବ ।

Categories
ଆଜିର ଖବର ମନୋରଂଜନ

ଜେଏନ୍‌ୟୁରେ ଦୀପିକାଙ୍କ ନୀରବ ପ୍ରତିବାଦ ନେଇ ଟ୍ବିଟ୍ଟରରେ ମିଶ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ : ଜଓ୍ବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟ ଜେଏନ୍‌ୟୁ)ରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନୀରବ ପ୍ରତିବାଦ ପରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅପ୍‌କମିଙ୍ଗ ଫିଲ୍ମ ଛପାକ୍‌ର ପ୍ରମୋଶନ ପାଇଁ ଦିଲ୍ଲୀରେ ରହିଥିବା ଦୀପିକା ମଙ୍ଗଳବାର ରାତିରେ ଆହତ ଛାତ୍ର ମାନଙ୍କ ସହିତ ପ୍ରତିବାଦରେ ସାମିଲ ହୋଇଥିଲେ । ଦୀପିକାଙ୍କ ପ୍ରତିବାଦ ସମ୍ପୂର୍ଣ୍ଣ ଭାବରେ ନୀରବ ପ୍ରତିବାଦ ରହିଥିଲା । ଦୀପିକାଙ୍କ ପ୍ରତିବାଦକୁ ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟରରେ ବିଭିନ୍ନ ବର୍ଗରୁ ପସନ୍ଦ କରାଯାଇଥିବା ବେଳେ କିଛି ବ୍ୟକ୍ତିବିଶେଷ ଏହାକୁ ବିରୋଧ କରିଥିଲେ । ଆଇ ସପୋର୍ଟ ଦୀପିକା,ବୟକଟ୍‌ ଛପାକ୍‌ ଏବଂ ସେମଅନ୍‌ ବଲିଉଡ୍‌ ପରି ଟ୍ୟାଗ୍‌ ଟ୍ରେଣ୍ଡିଂରେ ରହିଥିଲା । ବଲିଉଡ୍‌ କଳାକାରଙ୍କ ମଧ୍ୟରେ ଦୁଇ ନିର୍ଦ୍ଦେଶକ ଅନୁରାବ କଶ୍ୟପ ଏବଂ ନିଖିଲ ଆଡଭାନୀ ଦୀପିକାଙ୍କୁ ସମର୍ଥନ କରି ଟ୍ବିଟ୍‌ କରିଥିଲେ । ଦୁଇ ଦିନ ପରେ ପିଲ୍ମର ରିଲିଜ୍‌ ଏବଂ ଦୀପିକା ନିଜେ ଫିଲ୍ମର ପ୍ରଯୋଜକ ରହିଥିବା ବେଳେ ଦୀପିକାଙ୍କ ଏପରି ପଦକ୍ଷେପ ପ୍ରଶଂସନୀୟ ବୋଲି ଅନୁରାଗ ଟ୍ବିଟ୍‌ କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ରିଲିଜ୍‌ ହେଲା ଛପାକ୍‌ର ଟ୍ରେଲର

ମୁମ୍ବାଇ,10/12 : ଦୀପିକା ପାଦୁକୋନ୍‌ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ଛପାକ୍‌ର ଟ୍ରେଲର ରିଲିଜ୍‌ ହୋଇଛି । ଫିଲ୍ମରେ ଦୀପିକା ପାଦୁକୋନ୍‌ ଜଣେ ଏସିଡ୍‌ ଆକ୍ରମଣ ପୀଡିତା ମାଲତୀ ଭୂମିକାରେ ନଜର ଆସିଛନ୍ତି । ଏସିଡ୍‌ ଆକ୍ରମଣ ପୀଡିତାଙ୍କ ସାଧାରଣ ଜୀବନର ସଂଘର୍ଷକୁ ସଠିକ୍‌ ଭାବରେ ଦର୍ଶାଇଛନ୍ତି ନିର୍ଦ୍ଦେଶିକା ମେଘନା ଗୁଲଜାର । ଟ୍ରେଲରରେ ମାଳତୀଙ୍କର ଏସିଡ୍‌ ଆକ୍ରମଣରୁ ନେଇ ସୁପ୍ରିମକୋର୍ଟରେ ବିଜୟ ପର୍ଯ୍ୟନ୍ତ ସବୁକିଛି ଦେଖିବାକୁ ମିଳିଛି । ଟ୍ରେଲରରେ ଭାରତୀୟ ସମାଜରେ ଜଣେ ପୀଡିତା କେଉଁ ସମସ୍ୟାର ସମ୍ମୁଖୀନ ହୋଇଥାଏ ତାହା ନିଚ୍ଛକ ଭାବରେ ଦେଖାଇଛନ୍ତି ନିର୍ଦ୍ଦେଶିକା ମେଘନା ଗୁଲଜାର । ଫିଲ୍ମରେ ଦୀପିକାଙ୍କ ସହିତ ବିକ୍ରାନ୍ତ ମାସେ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫକ୍ସ ଷ୍ଟାର ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ଜାନୁୟାରୀ 10ରେ ରିଲିଜ ହେବାକୁ ଯାଉଛି । (ଏଜେନ୍ସୀ)

Categories
ଆଜିର ଖବର

ମ୍ୟାଡାମ୍‌ ତୁଷାଦ ମ୍ୟୁଜିଅମ୍‌ରେ ଦୀପିକା, ଚର୍ଚ୍ଚାରେ ରଣବୀରଙ୍କ ପୋଷ୍ଟ

ବଲିଉଡରେ ନିଜ ଅଭିନୟ ଜଲ୍‌ଓ୍ବାରେ ମାତୁଆଲା କରିଥିବା ଦୀପିକାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ନିକଟରେ ଲଣ୍ଡନର ମାଡାମ୍‌ ତୁସାଦ୍‌ ମ୍ୟୁଜିଅମ୍‌ରେ ସେ ନିଜର ମହମ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ଏହାକୁ ନେଇ ଦୀପିକାଙ୍କ ଅପେକ୍ଷା ତାଙ୍କ ପତି ଅଭିନେତା ରଣବୀର ଅଧିକ ଉତ୍ସାହିତ ଥିବା ଦେଖାଯାଇଥିଲା। କାର୍ଯ୍ୟକ୍ରମର କିଛି ସମୟ ପରେ ରଣବୀର ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ଭାବପୂର୍ଣ୍ଣ କ୍ୟାପ୍‌ଶନ୍‌ ଲେଖିଥିଲେ। ସେ ଲେଖିଥିଲେ, ‘ଡିପି ୨.୦! ଅରିଜିନାଲ ତୋ ମେରେ ପାସ୍‌ ହେ’। ଏହା ସହ ଏକ ହାସଟ୍ୟାଗ୍‌ ‘ଟୁମଚ୍‌ଟୁହ୍ୟାଣ୍ଡେଲ’ ରହିଥିଲା। ଯାହାକି ଏବେ ଭାଇରାଲ ହେଉଛି। ଏହି ଅନାବରଣ କାର୍ଯ୍ୟକ୍ରମରେ ରଣବୀରଙ୍କ ଛଡ଼ା ଦୀପିକାଙ୍କ ପିତାମାତାଙ୍କ ସହ ଶ୍ୱଶୁର ଓ ଶାଶୁ ମଧ୍ୟ ଉପସ୍ଥିତ ଥିଲେ।  ମ୍ୟାଡାମ୍‌  ତୁଷାଦ୍‌ ଲାଇବ୍ରେରୀରେ ବହୁ ବଲିଉଡ୍‌ ସେଲିବ୍ରିଟିଙ୍କ ମହମ ପ୍ରତିକୃତି ରହିଛି । ୨୦୧୮ ନଭେମ୍ବର ୧୪ରେ ଦୀପିକା ଓ ରଣବୀର୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୀପିକା ରଣବୀର୍‌ଙ୍କ ଯୋଡ଼ିଙ୍କୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି। ଦୁହେଁ ପ୍ରଥମଥର ପାଇଁ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ‘ରାମଲୀଲା’ରେ ନଜର ଆସିଥିଲେ। ପରବର୍ତ୍ତୀ ସମୟରେ ଦୁହେଁ ‘ବାଜିରାଓ ମସ୍ତାନୀ’, ‘ପଦ୍ମାବତ’ ଆଦି ଫିଲ୍ମରେ ନଜର ଆସିଛନ୍ତି। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ବକ୍ସ ଅଫିସ୍‌ରେ ରେକର୍ଡ କରିଛି।