Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ : ତାହିର ହୁସେନ୍‌ ଏବଂ ପିଏଫ୍‌ଆଇ ବିରୋଧରେ ଇଡିର ମାମଲା ରୁଜୁ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଘଟିଥିବା ସିଏଏ ବିରୋଧୀ ହିଂସାକାଣ୍ଡ ପାଇଁ ନିଲମ୍ବିତ ଆପ୍‌ ବିଧାୟକ ତାହିର ହୁସେନ୍‌ ଏବଂ ପିଏଫ୍‌ଆଇ ବିରୋଧରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ହିଂସାକାଣ୍ଡ ସମୟରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ଅଭିଯୋଗରେ ପୂର୍ବତନ ଆପ୍‌ କାଉନ୍‌ସିଲର ତାହିର ହୁସେନ୍‌ ଜେଲ୍‌ରେ ରହିଥିବା ବେଳେ ପିଏଫ୍‌ଆଇ ବିରୋଧରେ ସିଏଏ ହିଂସାକାଣ୍ଡକୁ ନେଇ ଏକ ମାମଲା ଦାୟର କରାଯାଇଛି । ଦିଲ୍ଲୀ ହିଂସାକାଣ୍ଡ ସହିତ ଅର୍ଥ ହେରଫେର (ପିଏମ୍‌ଏଲ୍‌ଏ) ଧାରା ଅନୁଯାୟୀ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ବୁଧବାର ଇଡି ପକ୍ଷରୁ ଉଭୟ ହୁସେନ୍‌ ଏବଂ ପିଏଫ୍‌ଆଇ ବିରୋଧରେ ମାମଲା ରୁଜୁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସାକାଣ୍ଡରେ 52 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଥିଲେ । (ଏଜେନ୍ସି)