Categories
ଆଜିର ଖବର ରାଜ୍ୟ ଖବର

ଦିନକରେ ଦେଶରେ ପ୍ରାୟ 25ହଜାର ଆକ୍ରାନ୍ତ ଚିହ୍ନଟ ,487ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଆଜି ପୁଣି 24 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 7 ଲକ୍ଷ 67 ହଜାର ରୁ ଅଧିକ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 21 ହଜାର ପାର ହେଲାଣି  ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 24 ହଜାର 879 ନୂଆ ମାମଲା ସାମନାକୁ ଆସିଛି।  ସେହିପରି 487 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 7 ଲକ୍ଷ 67 ହଜାର 297 ରେ ପହଂଚିଛି ।  ଭାରତରେ 21 ହଜାର 129 କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ 4 ଲକ୍ଷ 76 ହଜାର 378 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 69 ହଜାର 789 ସକ୍ରିୟ ଅଛନ୍ତି।

ସର୍ବାଧିକ ମାମଲା ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛି ।  ମହାରାଷ୍ଟ୍ର ପରେ ଦ୍ବିତୀୟ ସ୍ଥାନରେ ତାମିଲନାଡୁ ରହିଥିବାବେଳେ ତୃତୀୟ ସ୍ଥାନରେ ଦିଲ୍ଲୀ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଓ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି । ଏହି ପାଞ୍ଚୋଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି ।

ମହାରାଷ୍ଟ୍ରରେ 9448 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ଦିଲ୍ଲୀରେ 3212, ଗୁଜୁରାଟରେ 1993, ତାମିଲନାଡୁରେ 1700ଜଣକ ମୃତ୍ୟୁ ହୋଇଛି । (ଏଜେନ୍ସି)