Categories
ଆଜିର ଖବର

ବାବ୍ରୀ ମସ୍‌ଜିଦ୍‌ ଭଙ୍ଗାର 27 ବର୍ଷ ପୂର୍ତ୍ତି : ଅଯୋଧ୍ୟ ମାମଲା ବିପକ୍ଷରେ 6ଟି ନୂତନ ପିଟିସନ

ନୂଆଦିଲ୍ଲୀ,6/12: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ବିପକ୍ଷରେ 6ଟି ନୂତନ ଯାଚିକା ଦାଖଲ ହେବାକୁ ଯାଉଛି । ନଭେମ୍ବର 9ର ସର୍ବୋଚ୍ଚ କୋର୍ଟଙ୍କ ଐତିହାସିକ ରାୟରେ ରାମଲାଲାଙ୍କୁ ବିବାଦୀୟ ଜମି ପ୍ରଦାନ କରାଯିବା ସହିତ ମୁସଲିମ ପକ୍ଷଙ୍କୁ ମସଜିଦ୍‌ ନିର୍ମାଣ ପାଇଁ 5 ଏକର ଜମି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଡିସେମ୍ବର 6 ତାରିଖରେ ବାବ୍ରୀ ମସ୍‌ଜିଦ୍‌ ଭଙ୍ଗାକୁ 27 ବର୍ଷ ପୁରୁଥିବା ବେଳେ ଆଉ 6ଟି ନୂତନ ପିଟିସନ୍‌ ଦାଖଲ କରାଯିବା ନେଇ ସୂଚନା ମିଳିଛି । ପୂର୍ବରୁ ରାୟକୁ ଅନ୍ୟାୟ ବୋଲି ଦର୍ଶାଇ ସିଆ ପକ୍ଷଙ୍କ ତରଫରୁ ଏକ ଯାଚିକା ଦାଖଲ କରାଯାଇଛି । ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ ବୋର୍ଡ ସଚିବ ଜାଫରାୟାବଜୀଲାନୀ ପ୍ରକାଶ କରିଛନ୍ତି । ଖୁବ୍‌ଶୀଘ୍ର ଯାଚିକା ଦାଖଲର ତାରିଖ ସମ୍ପର୍କରେ ଘୋଷଣା କରାଯିବ ବୋଲି ଜିଲାନୀ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ମାଟିରେ ମିଶିଲା ନିରବଙ୍କ ଆଲିସାନ ବଙ୍ଗଳା

ବହୁ ଚର୍ଚ୍ଚିତ ପିଏନ୍‌ବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନିରବ ମୋଦିଙ୍କ ୧୦୦ କୋଟିର ଆଲିସାନ ବଙ୍ଗଳାକୁ ଭାଙ୍ଗି ଦିଆଯାଇଛି । ମହାରାଷ୍ଟ୍ରର ଅଲିଗଡ଼ଠାରେ ଅବସ୍ଥିତ ଏହି ବଙ୍ଗ୍‌ଲୋରେ ୧୦୦ଟି ସ୍ଥାନରେ ବିସ୍ଫୋରକ ଖଞ୍ଜି ବଙ୍ଗଳାକୁ ମାଟିରେ ମିଶାଯାଇଛି । ଏହି ବଙ୍ଗ୍‌ଲୋରେ ବେଡରୁମ୍‌, କନଫରେନ୍ସ ହଲ୍‌ ସହ ଏକ ବିରାଟ ସୁଇମିଂ ପୁଲ୍‌ ରହିଥିଲା । ୩୭୬ ବର୍ଗ ମିଟର ଜାଗାରେ ବଙ୍ଗଳା ନିର୍ମାଣ ପାଇଁ ଅନୁମତି ମିଳିଥିବାବେଳେ ନିରବ ମୋଦି ୧୦୭୧ ବର୍ଗ ମିଟର ଜାଗାରେ ଏହି ଆଲିସାନ୍‌ ବଙ୍ଗ୍‌ଲୋ ନିର୍ମାଣ କରିଥିଲେ । ବେଆଇନ୍‌ ନିର୍ମାଣ ହୋଇଥିବାରୁ ଏହାକୁ ଭାଙ୍ଗିବାକୁ ଗତ ଡିସେମ୍ବର ୪ ତାରିଖରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ପିଏନ୍‌ବିର ୧୩ ହଜାର ୭୦୦ କୋଟି ଟଙ୍କାର ଋଣ ହଡ଼ପ କରି ନିରବ ମୋଦି ବିଦେଶକୁ ପଳାୟନ କରିଛନ୍ତି । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିରବଙ୍କର ୧୪୭ କୋଟି ୭୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍‌ କରିଥିଲେ ।