Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

‘ଏହା ଭାରତୀୟ ବିମାନ ନୁହେଁ’, ଆଫଗାନିସ୍ତାନରେ ବିମାନ ଦୁର୍ଘଟଣାକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ, ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ବିମାନଟି ଭାରତର ନୁହେଁ। ମନ୍ତ୍ରଣାଳୟ କହିଛି ଯେ, ଦୁର୍ଘଟଣାଗ୍ରସ୍ତ ବିମାନଟି ମୋରୋକୋ-ରେଜିଷ୍ଟର୍ଡ DF-10 (ଡସଲ୍ଟ ଫାଲକନ୍) ଅଟେ। ବିମାନଟି ଭୁଲ୍ ଭାବରେ ଭାରତୀୟ ବୋଲି ବର୍ଣ୍ଣନା କରାଯାଇଥିବା ଖବର ମଧ୍ୟରେ ମନ୍ତ୍ରଣାଳୟର ବିବୃତ୍ତି ଆସିଛି।

ମନ୍ତ୍ରଣାଳୟ ଏହାର ସରକାରୀ ବିବୃତ୍ତିରେ କହିଛି ଯେ, ଏୟାର ଆମ୍ବୁଲାନ୍ସ ଭାବରେ କାର୍ଯ୍ୟ କରୁଥିବା DF-10 ମସ୍କୋ ଅଭିମୁଖେ ଯିବା ପୂର୍ବରୁ ଭାରତର ଗୟା ବିମାନ ବନ୍ଦରରେ ଅଟକି ରହିଥିଲା।

ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି କହିଛି ଯେ, ଦୁର୍ଘଟଣାଗ୍ରସ୍ତ ବିମାନଟି ମୋରକୋରେ ପଞ୍ଜୀକୃତ ହୋଇଥିବା ଏକ DF-10 (ଡାସଲ୍ଟ ଫାଲକନ୍) ବିମାନ। ଏହା ଏକ ଭାରତୀୟ ପରିବହନକାରୀ ବିମାନ ନୁହେଁ। ବିମାନଟି ଏୟାର ଆମ୍ବୁଲାନ୍ସ ଥିଲା ଏବଂ ଥାଇଲ୍ୟାଣ୍ଡରୁ ମସ୍କୋ ଅଭିମୁଖେ ଯାତ୍ରା କରୁଥିଲା। ଇନ୍ଧନ ଭରିବା ପାଇଁ ଗୟା ବିମାନ ବନ୍ଦରରେ ଅଟକି ଯାଇଥିଲା। “