Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Breaking News: ଆସିଲା ଧାମନଗର ଫଳାଫଳ, ଦ୍ବିତୀୟ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ

ଭଦ୍ରକ: ଧାମନଗର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଦ୍ବିତୀୟ ରାଉଣ୍ଡ ଫଳାଫଳ ଆସିଛି। ସେହି ଅନୁସାରେ ବର୍ତ୍ତମାନ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି। ବିଭିନ୍ନ ଦଳର ସ୍ଥିତି ଯାହା ତାହା ହେଲା

ଅବନ୍ତୀ ଦାସ, ବିଜେଡି : –           ୭୩୫୮
ସୂରଜ ସୂର୍ଯ୍ୟବଂଶୀ, ବିଜେପି : –    ୮୭୮୩
ବାବା ହରେକୃଷ୍ଣ ସେଠୀ, କଂଗ୍ରେସ: – ୩୧୩
ରାଜେନ୍ଦ୍ର ଦାସ, ସ୍ବାଧୀନ:                ୫୯୭
ସ୍ପବିତ୍ର ମୋହନ ଦାସ, ସ୍ବାଧୀନ :         ୪୧
ନୋଟା:                                      ୫୨

ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯିବ । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING NEWS: ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ବର: ଆଜି ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ନୂଆଦିଲ୍ଲୀରୁ ଏହି ଘୋଷଣା ହୋଇଛି। ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଏହି ଘୋଷଣା କରି ଏହ ବିଜ୍ଞପ୍ତି ଜାରୀ କରିଛନ୍ତି। ସେହି ଅନୁସାରେ ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହେବେ ସୂଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞା।

ସୂର୍ଯ୍ୟବଂଶୀ ହେଉଛନ୍ତି ପରଲୋକଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର। ପୂର୍ବରୁ ସେ ବିଜେପିରୁ ପ୍ରାର୍ଥୀ ହେଉଛନ୍ତି ବୋଲି ଓଡିଶା ପ୍ରଭାରୀ ପୁରିନ୍ଦର ସିଂ କହିଥିଲେ। ବର୍ତ୍ତମାନ ଏହାକୁ ରାଷ୍ଟ୍ରୀୟ ବିଜେପି ସ୍ବୀକୃତ ପ୍ରଦାନ କରିଛି। ଆସନ୍ତା ନଭେମ୍ବର ତିନି ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ।