Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ହକି କ୍ୟାପଟେନ ଦିଲ୍ଲୀପ ତିର୍କୀ

ଭୁବନେଶ୍ବର: ଆଜି ହକି ଇଣ୍ଡିଆର ସଭାପତି ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଆନ୍ତର୍ଜାତୀୟ ହକି ଖେଳାଳୀ ତଥା ପୂର୍ବତନ କ୍ୟାପେଟନ ଦିଲ୍ଲୀପ ତିର୍କୀ। ସେ ଏ ନେଇ ନିଜ ସାମାଜିକ ଗଣମାଧ୍ୟମରେ ଦିଲ୍ଲୀପ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆପଣମାନଙ୍କ ଆର୍ଶିବାଦରେ ମୁଁ ଆଜି ହକି ଇଣ୍ଡିଆ ସଭାପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କଲି। ହକି ଇଣ୍ଡିଆକୁ ଏକ ନୂଆ ସ୍ତରକୁ ନେବା ପାଇଁ ଚେଷ୍ଠା କରିବି।

ଦିଲ୍ଲୀପ ତିର୍କ ହକି ଇଣ୍ଡିଆର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ଅନେକ ଆନ୍ତର୍ଜାତୀୟ ମ୍ୟାଚରେ ଅନେକ ରେକର୍ଡ କରିଛନ୍ତି। ଏଥିସହିତ ସେ ଭାରତୀୟ ହକି ଦଳର କ୍ୟାପେଟନ ଭାବେ ମଧ୍ୟ ବେଶ ସଫଳତା ହାସଲ କରିଛନ୍ତି। ହକି ଖେଳରେ ତାଙ୍କର ଦୀର୍ଘ 15 ବର୍ଷର ଅଭିଜ୍ଞତା ରହିଛି। ସେ ହିଁ ଏହି ପଦବୀ ପାଇଁ ଉପଯୁକ୍ତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।