Categories
ଆଜିର ଖବର

‘ଲକ୍ଷ୍ମୀ ବମ୍ବ’ ନିର୍ଦ୍ଦେଶକ ଭାବରେ ରାଘବା ଲରେନ୍ସଙ୍କ ପ୍ରତ୍ୟାବର୍ତ୍ତନ

ଅକ୍ଷୟ କୁମାର ଏବଂ କିଆରା ଆଡଭାନୀ ଅଭିନୀତ ଫିଲ୍ମ ଲକ୍ଷ୍ମୀ ବମ୍ବର ନିର୍ଦ୍ଦେଶକ ପଦରୁ ଓହରି ଯାଇଥିବା ରାଘବା ଲରେନ୍ସ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫିଲ୍ମର ଫାଷ୍ଟ ଲୁକ୍‌ ଅକ୍ଷୟ କୁମାର ଟ୍ବିଟ୍ଟର ଜରିଆରେ ସେୟାର କରିବା ପରେ ଲରେନ୍ସ ଏହି ଫିଲ୍ମରୁ ଓହରି ଯାଇଥିଲେ। ଫିଲ୍ମରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉନଥିବା ଅଭିଯୋଗ କରି ଫିଲ୍ମରୁ ଓହରି ଯାଇଥିଲେ ଲରେନ୍ସ। ମାତ୍ର ଅକ୍ଷୟ କୁମାରଙ୍କ ହସ୍ତକ୍ଷେପ ପରେ ପ୍ରଯୋଜକ ଏବଂ ରାଘବାଙ୍କ ମଧ୍ୟରେ ରହିଥିବା ସମସ୍ୟାର ସମାଧାନ ହେବା ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଘବା। ଶନିବାର ଅକ୍ଷୟ କୁମାରଙ୍କ ସହିତ ଏକ ଫଟୋ ସେୟାର କରି ରାଘବା ନିଜ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଥିବା ବେଳେ ଅକ୍ଷୟ କୁମାର, ଫିଲ୍ମର ପ୍ରଯୋଜକ ଶବିନା ଖାନ୍‌ ଏବଂ ନିଜ ଫ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର

ୟେସ୍‌ ବ୍ୟାଙ୍କର ଦୁଇ ସ୍ବାଧୀନ ନିର୍ଦ୍ଦେଶକ

ଭାରତର ଅନ୍ୟତମ ବେସରକାରୀ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ନିଜର ଦୁଇ ନିର୍ଦ୍ଦେଶକଙ୍କ ନାମ ଘୋଷଣା କରିଛି। କମ୍ପାନୀ ପକ୍ଷରୁ ରବୀନ୍ଦର କୁମାର ଖନ୍ନା ଏବଂ ଶଗୁନ କପୁର ଗୋଗିଆଙ୍କୁ ସ୍ବାଧୀନ ନିର୍ଦ୍ଦେଶକ ଭାବରେ ମନୋନୟନ କରାଯାଇଛି। ଏହା ସହିତ ଚଳିତ ଶୁକ୍ରବାର କମ୍ପାନୀ ପକ୍ଷରୁ ଏହାର ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଥିଲା ଯେଉଁଥିରେ ୧୫୦୬.୬୪ କୋଟିର ଫାଇଦା ଦର୍ଶାଯାଇଛି। ଶଗୁନ କପୁର ଗୋଗିଆ ହେଉଛନ୍ତି କମ୍ପାନୀର ସହ ପ୍ରତିଷ୍ଠାତା ଅଶୋକ କପୁରଙ୍କ ଝିଅ। ଅଶୋକ ୨୬/୧୧ ମୁମ୍ବାଇ ଆକ୍ରମଣରେ ପ୍ରାଣ ହରାଇଥିଲେ।  ୨୦୧୩ରେ କମ୍ପାନୀର ନିର୍ଦ୍ଦେଶକ ପଦ ପାଇଁ ଶଗୁନ ଆବେଦନ କରିଥିବା ବେଳେ ଏହାକୁ ବୋର୍ଡ ଖାରଜ କରି ଦେଇଥିଲା।

Categories
ଆଜିର ଖବର

ଜେଟ୍‌ ଏୟାରଓ୍ବେଜ୍‌ ନିର୍ଦ୍ଦେଶକ ପଦରୁ ନାସିମ ଜାଇଦିଙ୍କ ଇସ୍ତଫା

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ନାସିମ ଜାଇଦି ଜେଟ୍‌ ଏୟାରଓ୍ବେଜ୍‌ର ନିର୍ଦ୍ଦେଶକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଅଣ ଲାଭଦାୟକ ପଦବୀରେ ରହିଥିବା ଜାଇଦି ଇସ୍ତଫାର କାରଣ ବ୍ୟକ୍ତିଗତ ସମୟର ଅଭାବ ବୋଲି ଦର୍ଶାଇଛନ୍ତି। ପୂର୍ବରୁ ଉଡାଣ ବିଭାଗର ସଚିବ ରହିଥିବା ନାସିମ ଜାଇଦି ଗତବର୍ଷ ଅଗଷ୍ଟରେ ଜେଟ ଏୟାରଓ୍ବେଜ୍‌ର ଅଣଲାଭଦାୟକ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ହୋଇଥିଲେ। ଏପ୍ରିଲ୍‌ ୨୧ରୁ ବ୍ୟକ୍ତିଗତ କାରଣରୁ ନିଜର ଇସ୍ତଫା ପ୍ରଦାନ କରିଥିବା ବେଳେ ଜେଟ ଏୟାରଓ୍ବେଜ୍‌ ପକ୍ଷରୁ ସୋମବାର ଏହି ସୂଚନା ପ୍ରଦାନ କରାଯାଇଛି।