Categories
ଅପରାଧ ଆଜିର ଖବର ଜାତୀୟ ଖବର

ମାନବିକତାର ହତ୍ୟା : ବିଲ୍‌ ଦେଇ ନ ପାରିବାରୁ ନବଜାତ ସନ୍ତାନକୁ ବିକ୍ରି କଲେ ଡାକ୍ତର

ଆଗ୍ରା :  ଆଗ୍ରାରୁ ଏକ ଲଜ୍ୟାଜନକ ଘଟଣା ଘଟିଛି । ଏଠାରେ ଅମାନବୀୟତାର ସବୁ ସୀମାକୁ ଟପି ଯାଇଛନ୍ତି ଜଣେ ଡାକ୍ତର ।  ଏଠାରେ ଏକ ଘରୋଇ ହସ୍ପିଟାଲରେ ଜଣେ ଗରିବ ରିକ୍ସାଚାଳକ ଡାକ୍ତରଖାନାର ବିଲ୍‌ ଦେଇ ପାରିନବାରୁ ତାଙ୍କ ସନ୍ତାନକୁ ବିକ୍ରି କରିଛନ୍ତି ଡାକ୍ତର । ଭଗବାନଙ୍କ ଦ୍ବିତୀୟ ରୂପ ହେଉଛନ୍ତି ଡାକ୍ତର । ରିକ୍ସାଚାଳକ ଡାକ୍ତରଖାନାର ବିଲ୍‌ ଦେଇ ନପାରିବାରୁ ଡାକ୍ତର ଜଣକ ନବଜାତ ସନ୍ତାନକୁ ଏକ ଲକ୍ଷଟଙ୍କାରେ ବିକ୍ରି କରିଦେଇଥିବାର ଖବର ସାମ୍ନାକୁ ଆସିଛି ।

ମିଳିଥିବା ସୂଚନାନୁସାରେ ହସ୍ପିଟାଲରେ ଡେଲଭରୀର ବିଲ୍‌ 30 ହଜାର ଟଙ୍କା ଥିଲା। ମାତ୍ର ଏହାକୁ ଦେବାର ଅସମର୍ଥତା ପ୍ରକାଶ କରିଥିଲେ ରିକ୍ସା ଚାଳକ । ଏହାପରେ ଡାକ୍ତର ଜଣକ ନବଜାତ ସନ୍ତାନକୁ ନିଲାମ କରିଦେଇଥିଲେ ।

ତେବେ ନବଜାତ ସନ୍ତାନର ବିକ୍ରି ହେବାର ଖବରଟି ଭାଇରାଲ୍‌ ହେବା ପରେ ଅଭିଯୁକ୍ତ ଦିଲ୍ଲୀପ ମଙ୍ଗଲ ଗରିବ ଦମ୍ପତିକୁ ଶିଶୁଟିକୁ ଫେରାଇ ଦେଇଥିବାର ସୂଚନା ରହିଛି । ତେବେ ଖବରଟି ଜଣାପଡିବା ପରେ ପ୍ରଶାସନ ସମ୍ପୃକ୍ତ କ୍ଲିନିକ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବକ କ୍ଲିନିକ୍‌କୁ ସିଲ୍‌ କରିଛି ।

ଶମ୍ଭୁନଗରରେ ରହୁଥିବା ଶିବନାରାୟଣ ଜଣେ ରିକ୍ସା ଚାଳକ । ଲକ୍‌ଡାଉନ୍‌ ଯୋଗୁଁ ତାଙ୍କର କାମ ବନ୍ଦ ରହିଥିଲା । ଋଣ ସୁଝାଇବା ପାଇଁ ସେ ନିଜ ଘରକୁ ମଧ୍ୟ ବିକ୍ରି ଦେଇଥିଲେ । ଅଗଷ୍ଟ 24ରେ ଶମ୍ଭୁଙ୍କ ସ୍ତ୍ରୀ ବବିତାଙ୍କୁ ପ୍ରସବ ପୀଡ଼ା ହୋଇଥିଲା । ତାଙ୍କୁ ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମହିଳା ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । କିନ୍ତୁ ହସ୍ପିଟାଲ ଡେଲିଭରୀ ପାଇଁ 35 ହଜାର ଟଙ୍କା ବିଲ୍‌ ଦେଇଥିଲେ । କିନ୍ତୁ ଗରିବ ଦମ୍ପତି ଏତେ ଟଙ୍କା ଦେବା ପାଇଁ ଅସମର୍ଥତା ପ୍ରକାଶ କରିଥିଲେ । କୌଣସି ମତେ 500 ଟଙ୍କା ଯୋଗାଡ କରି ବହୁ କାକୁତି ମିନତୀ କରିଥିଲେ ଗରିବ ଦମ୍ପତି । କିନ୍ତୁ ଡାକ୍ତରଜଣକ ଗରିବ ଦମ୍ପତିକୁ ଡରାଇ ଧମକାଇବା ସହିତ ଜବରଦସ୍ତି ଏକ କାଗଜରେ ଟିପ ଚିହ୍ନ ନେଇଥିଲେ । ଏହାପରେ ଡାକ୍ତର ନବଜାତ ସନ୍ତାନକୁ ଏକ ଟଙ୍କାରେ ବିକ୍ରି କରିବା ସହିତ ଗରିବ ଦମ୍ପତିକୁ କିଛି ପଇସା ଦେଇ ହସ୍ପିଟାଲରୁ ବାହାର କରିଦେଇଥିଲେ ।

ଏହି ଘଟଣା ଜଣାପଡିବା ପରେ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ସହିତ ହସ୍ପିଟାଲକୁ ରେଡ୍‌ କରିବା ସହ ସିଲ୍‌ ମଧ୍ୟ କରିଛି । ପୋଲିସ୍‌ ଏହାର କଡା ତଦନ୍ତ ଆରମ୍ଭ କରିଛି । (ଏଜେନ୍ସି)