Categories
ଆଜିର ଖବର ରାଜ୍ୟ ଖବର

ସାଇ ଇଣ୍ଟଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବିଜୟ ସାହୁଙ୍କ ପରଲୋକ

ଭୁବନେଶ୍ବର, ସାଇ ଇଣ୍ଟଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଠା ଡକ୍ଟର ବିଜୟ କୁମାର ସାହୁଙ୍କର ପରଲୋକ ଘଟିଛି। ସେ କରୋନାରେ ଆକ୍ରନ୍ତ ହେବା ପରେ ସୁସ୍ଥ୍ୟ ହୋଇଥିଲେ। ହେଲେ ପରବର୍ତ୍ତି ସମୟରେ ଅନ୍ୟାନ୍ୟ କାରଣ ପାଇଁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଲା। ଫଳରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। 58 ବର୍ଷ ବୟସ୍କ ବିଜୟଙ୍କର ଆଜି ମଧ୍ୟାହ୍ନରେ ତାଙ୍କର ପରଲୋକ ଘଟିଛି।

ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ବିଜୟ ସାହୁ ପରବର୍ତ୍ତି ସମୟରେ ଶିକ୍ଷା ବିକାଶରେ ନିଜକୁ ନିୟୋଜିତ ରଖିଥିଲେ। ତାଙ୍କ ଦ୍ବାରା ପ୍ରତିଷ୍ଠିତ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ରାଜ୍ୟରେ ଗୋଟିଏ ବଡ ଅନୁଷ୍ଠାନ ଭାବେ ପରିଚିତ ହୋଇପାରିଛି। ତାଙ୍କ ବିୟୋଗରେ ଓଡିଶା ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।