Categories
ଆଜିର ଖବର

ଆନ୍ଧ୍ର ବିଧାନସଭାରେ ପାରିତ ହେଲା ‘ଦିଶା- ୨୦୧୯’

ଆନ୍ଧ୍ରପ୍ରଦେଶ, ୧୨/୧୩: ଆନ୍ଧ୍ରପ୍ରଦେଶ ବିଧାନସଭା ଶୁକ୍ରବାର ଆନ୍ଧ୍ରପ୍ରଦେଶ ବିଧାନସଭା ଦିଶା ବିଧେୟକକୁ ପାରିତ କରିଛନ୍ତି। ପୂର୍ବରୁ ଆନ୍ଧ୍ର କ୍ୟାବିନେଟ୍‌ ଆନ୍ଧ୍ରପ୍ରଦେଶ ଦିଶା ବିଲ୍‌ – ୨୦୧୯କୁ ସ୍ବୀକୃତି ଦେଇଥିଲା। ଏହି ବିଧେୟକ ଆଧାରରେ ମହିଳା ବିରୋଧୀ ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ମାମଲାର ତଦନ୍ତ ଏବଂ ନ୍ୟାୟିକ ପ୍ରକ୍ରିୟା ୨୧ ଦିନରେ ଶେଷ କରି ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବାର ପ୍ରାବଧାନ ରହିଛି। ନିକଟରେ ଆନ୍ଧ୍ରର ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାଠାରେ ହୋଇଥିବା ପ୍ରାଣୀ ଚିକିତ୍ସିକାଙ୍କ ଗଣଦୁଷ୍କର୍ମ ଓ ଅମାନୁଷିକ ହତ୍ୟା ପରେ ଆନ୍ଧ୍ର ସରକାର ଏହି ନିୟମ ଆଣିଛନ୍ତି। ପ୍ରାଣୀ ଚିକିତ୍ସିକାଙ୍କ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ଏହି ବିଲ୍‌ଟିକୁ ତାଙ୍କ ନାମରେ ନାମିତ କରାଯାଇଛି। ରାଜ୍ୟର ଗୃହମନ୍ତ୍ରୀ ଏମ୍‌. ସୁଚରିତା ଏହି ବିଧେୟକକୁ ବିଧାନସଭାରେ ଉପସ୍ଥାପନା କରିଥିଲେ। ଏହାକୁ ରାଜ୍ୟର କ୍ଷମତାସୀନ ଓ୍ବାଇଆରଏସ୍‌ କଂଗ୍ରେସ କ୍ରାନ୍ତିକାରୀ ବୋଲି କହିଛି। ଏହି ନୂତନ ସଂଶୋଧିତ ଆଇନ ଅନୁଯାୟୀ ଯଦି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଉପଲବ୍ଧ ଥିବ, ତେବେ ତଦନ୍ତ ସାତ ଦିନରେ ଶେଷ କରାଯିବ ଏବଂ  ଆଗାମୀ ୧୪ ଦିନରେ ନ୍ୟାୟିକ ପ୍ରକ୍ରିୟା ପୂରା କରାଯିବା ସହ ଦୋଷୀଙ୍କୁ ୨୧ ଦିନ ଭିତରେ କଠୋର ଦଣ୍ଡ ଦିଆଯିବ। (ଏଜେନ୍ସି)

Categories
ବିଶେଷ ଖବର

ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା: କିଏ କଲେ ପ୍ରଶ୍ନ ତ ପୁଣି କିଏ କଲେ ପ୍ରଶଂସା

ସମୀକ୍ଷା ବ୍ୟୁରୋ

ହାଇଦ୍ରାବାଦ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଚାରି ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ ଉଠିଛି। ସୁପ୍ରିମ୍‌କୋର୍ଟର ଓକିଲ ବୃନ୍ଦା ଗ୍ରୋଭର ଏହି ଘଟଣାକୁ ନେଇ ପୋଲିସ୍‌ ଉପରେ ମୋକଦ୍ଦମା କରିବା ପାଇଁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ପୋଲିସ୍‌ ଉପରେ ମୋକଦ୍ଦମା ହେବା ଦରକାର, କାରଣ ପୂରା ଘଟଣାର ସ୍ବତନ୍ତ୍ର ନ୍ୟାୟିକ ଯାଞ୍ଚ ହେବା ଜରୁରୀ। ମହିଳାଙ୍କ ନାମ ନେଇ ପୋଲିସ ଏନକାଉଣ୍ଟର କରିବା  ଭୁଲ୍‌ ଅଟେ। ସେହିପରି ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି ଯେ, ଏନକାଉଣ୍ଟର ସର୍ବଦା ଠିକ୍‌ ନୁହେଁ। ଏହି ମାମଲାରେ ପୁଲିସ କହିବାନୁଯାୟୀ ଅଭିଯୁକ୍ତ ବନ୍ଧୁକ ଛଡେଇ ଦୌଡ଼ି ପଳାଉଥିଲେ। ଏପରି କ୍ଷେତ୍ରରେ ପୋଲିସ୍‌ର ନିଷ୍ପତ୍ତି ଠିକ୍‌ ହୋଇପାରେ। ଅଭିଯୁକ୍ତଙ୍କୁ ଫାଶୀର ଦଣ୍ଡ ମିଳୁ ବୋଲି ଆମର ଦାବି ଥିଲା, ତାହା ପୁଣି ଆଇନ ଉପାୟରେ। ଏହି ଘଟଣାରେ ତ୍ବରିତ୍ବ ନ୍ୟାୟ ଆମେ ଚାହୁଁଥିଲୁ। ପୂରା ଆଇନ ପ୍ରକ୍ରିୟାରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। ଆଜି ଲୋକେ ଏନକାଉଣ୍ଟରରେ ଖୁସି ଅଛନ୍ତି, କିନ୍ତୁ ଆମ ସମ୍ବିଧାନ ଅଛି, ଆଇନ୍‌ ଅଛି। ଏହା ନ ଭୁଲିବା ଉଚିତ୍‌।

ସେହିପରି ଏନ୍‌କାଉଣ୍ଟରଙ୍କୁ ନେଇ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଅଧ୍ୟକ୍ଷା ମାୟାବତୀ କହିଛନ୍ତି ଯେ, ଦୁଷ୍କର୍ମକାରୀ ଭିତରେ ଡର ସୃଷ୍ଟି କରିବା ପାଇଁ ଉତ୍ତରପ୍ରଦେଶ ପୋଲିସ୍‌ ହାଇଦ୍ରାବାଦ ପୋଲିସଠାରୁ କିଛି ଶିଖିବା ଦରକାର। ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ନିଜ ଦଳର କିଛି ଅଭିଯୁକ୍ତଙ୍କୁ ମଧ୍ୟ ଜେଲ୍‌ ପଠାଇଥିଲି। ଉତ୍ତରପ୍ରଦେଶ ଓ ଦିଲ୍ଲୀ ପୋଲିସ୍‌ ନିଜର ଚିନ୍ତାଧାରା ବଦଳାଇବା ଦରକାର ବୋଲି ମାୟାବତୀ କହିଛନ୍ତି।

ଏନକାଉଣ୍ଟରକୁ ବିଜେପି ନେତା କପିଲ୍‌ ମିଶ୍ର ହାଇଦ୍ରାବାଦ ପୋଲିସ୍‌ର ପ୍ରଶଂସା କରିବା ସହ କହିଛନ୍ତି ଯେ, ଏପରି କରି ଦୁଷ୍କର୍ମକାରୀଙ୍କ ସହ ଲଢି ହେବ। ଆଶା କରୁଛି, ଅନ୍ୟ ରାଜ୍ୟର ପୋଲିସ୍‌ମାନେ ମଧ୍ୟ ହାଇଦ୍ରାବାଦ ପୋଲିସ୍‌ଙ୍କଠାରୁ କିଛି ଶିଖନ୍ତୁ।

ବଲିଉଡ୍‌ ଓ ଟଲିଉଡ୍‌ର ପ୍ରମୁଖ କଳାକାରମାନେ ହାଇଦ୍ରବାଦ ପୋଲିସ୍‌ର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଅଭିନେତା ଅନୁପମ୍‌ ଖେର୍‌ ଏହି ଘଟଣାକୁ ନେଇ ଜୟ ହୋ ବୋଲି କମେଣ୍ଟ ଦେଇଥିବାବେଳେ ରାଜଶେଖର୍‌, ନାଗାର୍ଜୁନ୍‌, ଋଷିକପୁର୍‌, ରାକୁଲ୍‌ ପ୍ରୀତ୍‌ ପ୍ରମୁଖ ଟୁଇଟ୍‌ କରି ତେଲେଙ୍ଗାନା ପୋଲିସ୍‌ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତ ଶୁକ୍ରବାର ସକାଳ ୩ଟାରୁ ୬ଟା ସମୟ ମଧ୍ୟରେ ଏନକାଉଣ୍ଟର କରାଯାଇଛି। ପୋଲିସ୍‌ ଦାବି କରିଛି ଯେ, ଅଭିଯୁକ୍ତମାନେ ବନ୍ଧୁକ ଛଡାଇ ଦୌଡ଼ି ପଳାଇ ଯାଉଥିବାବେଳେ ପୋଲିସ୍‌ ଏନକାଉଣ୍ଟର କରିଛି।

ତେବେ ଦେଶରେ ବଢି ଚାଲୁଥିବା ଦୁଷ୍କର୍ମ ଘଟଣାକୁ ଦେଖିଲେ ଦେଶରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବାର ସମୟ ଆସିଛି। ଦୋଷୀକୁ କଠୋର ଦଣ୍ଡ ଦେବା ଦ୍ବାରା ଏହିପରି ଘଟଣାକୁ କିଛି ମାତ୍ରାରେ କମ କରାଯାଇପାରିବ। ପୁଣି ଏହି ଘଟଣାରେ ତ୍ବରିତ୍ବ ନ୍ୟାୟପ୍ରକ୍ରିୟା ହେବା ଆଜି ସମୟରେ ସବୁଠୁ ବଡ଼ ଆବଶ୍ୟକତା। ସରକାର ସୁରକ୍ଷା ଓ କାର୍ଯ୍ୟାନୁଷ୍ଠାନ ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଜରୁରୀ ହୋଇପଡିଛି।

 

Categories
ଫଟୋ ଖବର

ପାରେଲର ପଶୁ ଚିକିତ୍ସକ କଲେଜ ପକ୍ଷରୁ ଆଜାଦ ମୈଦାନରେ ପ୍ରିୟଙ୍କା ରେଡ୍ଡୀଙ୍କୁ ଶ୍ରଦ୍ଧାଞ୍ଜଳି

MUMBAI, DEC 3 (UNI) – The students of Bombay Veterinary college Parel held a candle light vigil in the memory of late Dr.Priyanka Reddy at Azad maidan CST, Mumbai on tuesday. UNI PHOTO-89U