Categories
ଆଜିର ଖବର ଜାତୀୟ ଖବର

AAP ନେତା ଦୁର୍ଗେଶ ପଠକଙ୍କ ଘରେ ସିବିଆଇ ଚଢାଉ, ବିଜେପି କୁ ଟାର୍ଗେଟ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ୨୦୨୭ ମସିହାରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଆମ୍ ଆଦମୀ ପାର୍ଟି ଗୁଜୁରାଟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମୟରେ ଗୁଜୁରାଟର ସହ-ପ୍ରଭାରୀ ଦୁର୍ଗେଶ ପଠକଙ୍କ ଘରେ ଚଢାଉ କରିବାକୁ ସିବିଆଇ ପହଞ୍ଚିଛି। ଏ ସମ୍ପର୍କରେ ଦିଲ୍ଲୀର ବିରୋଧୀ ଦଳର ନେତା ଆତିଶୀ, ମନୀଷ ସିସୋଦିଆ ଏବଂ ସୌରଭ ଭରଦ୍ୱାଜ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି।

ଏକ ସୋସିଆଲ ମିଡିଆ ପୋଷ୍ଟରେ ଆତିଶୀ ଲେଖିଛନ୍ତି ଯେ, “ଆମ୍ ଆଦମୀ ପାର୍ଟି ଗୁଜୁରାଟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ମାତ୍ରେ ସିବିଆଇ ଗୁଜରାଟର ସହ-ପ୍ରଭାରୀ ଦୁର୍ଗାଶ ପାଠକଙ୍କ ଘରେ ଚଢାଉ କରିଥିଲା! କେବଳ ଏ.ଏ.ପି ଗୁଜୁରାଟରେ ବିଜେପିକୁ ଚ୍ୟାଲେଞ୍ଜ ଦେଇପାରିବ ଏବଂ ଏହି ଚଢାଉରେ ସେମାନେ ଡରିବେ ନାହିଁ।

ଏଥି ସହିତ ମନୀଷ ସିସୋଡିଆ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଦାବି କରିଛନ୍ତି ଯେ, “ଗୁଜୁରାଟ ନିର୍ବାଚନ ଦାୟିତ୍ଵ ଦିଆଯିବା ମାତ୍ରେ ଦୁର୍ଗେଶ ପଠକଙ୍କ ଘରେ ସିବିଆଇ ଚଢାଉ! ଏହା କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ, ଏହା ବିଜେପିର ଏକ ଷଡଯନ୍ତ୍ର। ବିଜେପି ଜାଣେ ଯେ, ଗୁଜୁରାଟରେ କେବଳ ଆମ୍ ଆଦମୀ ପାର୍ଟି ସେମାନଙ୍କୁ ଚ୍ୟାଲେଞ୍ଜ କରିପାରେ।