Categories
ଆଜିର ଖବର ଜାତୀୟ ଖବର

ବିଜେପିକୁ ଧକ୍କା : ମେଣ୍ଟ ପ୍ରସ୍ତାବକୁ ଜେଜେପିର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : ବିଜେପି ସହିତ ମେଣ୍ଟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି । ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଧକ୍କା । ବିଜେପି ସହିତ ନିର୍ବାଚନୀ ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଛି ଜନ ଜନାୟକ ପାର୍ଟି । ପୂର୍ବରୁ ଅନ୍ୟତମ ସହଯୋଗୀ ଅକାଳୀ ଦଳ ମଧ୍ୟ ବିଜେପି ସହିତ ମେଣ୍ଟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା । ମଙ୍ଗଳବାର ଅପରାହ୍ନରେ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା ନିର୍ବାଚନ ନ ଲଢିବା ନେଇ ଘୋଷଣା କରିଛନ୍ତି । ଜେଜେପି ବିଜେପିକୁ ସମର୍ଥନ କରୁଛି । ମାତ୍ର ବର୍ତ୍ତମାନ ନିର୍ବାଚନ ସମୟରେ ଦଳୀୟ ପ୍ରାର୍ଥୀ ଅନ୍ୟ ଚିହ୍ନରେ ନିର୍ବାଚନ ଲଢିଲେ ଏହା ସର୍ବସାଧାରଣରେ ଏକ ଅଲଗା ପ୍ରତିଛବି ସୃଷ୍ଟି କରିବ । ତେଣୁ ଦଳ ଚଳିତ ନିର୍ବାଚନରୁ ନିଜକୁ ଦୂରେଇ ରଖିବାର ନିଷ୍ପତ୍ତି ନେଇଛି ବୋଲି ଚୌତାଲା ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଦଳରୁ ଇସ୍ତଫା ଦେଲେ ଜେଜେପି ବିଧାୟକ

ନୂଆଦିଲ୍ଲୀ,26/12 : ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଜେଜେପିର ଜନୈକ ବରିଷ୍ଠ ନେତା ରାମ କୁମାର ଗୌତମ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ଉପ ସଭାପତି ରହିଥିବା 73 ବର୍ଷୀୟ ରାମ କୁମାର ଗୌତମ ନିଜର ଇସ୍ତଫା ପତ୍ର ପ୍ରଦାନ କରିବା ସହିତ ଦୁଷ୍ୟନ୍ତ ଚୌତାଲାଙ୍କୁ ସମାଲୋଚନା କରିଛନ୍ତି । ବିଜେପି ସହିତ ମେଣ୍ଟକୁ ନେଇ ଜେଜେପି ପକ୍ଷରୁ ସମାଲୋଚନା କରିଛନ୍ତି ଗୌତମ । ଗୌତମ କହିଛନ୍ତି ଦଳୀୟ ବିଧାୟକଙ୍କ ସମର୍ଥନ କାରଣରୁ ହିଁ ଦୁଷ୍ୟନ୍ତ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମାତ୍ର ବିଜେପି ସହିତ ମେଣ୍ଟ ପୂର୍ବରୁ କୌଣସି ସଦସ୍ୟଙ୍କ ପରାମର୍ଶ ନେଇନଥିଲେ ଦୁଷ୍ୟନ୍ତ । ଆମ୍ବିଆନ୍ସ ମଲ୍‌ରେ ବିଜେପି ସହିତ ଆଲୋଚନା କରି ସମର୍ଥନର ନିଷ୍ପତ୍ତି ନେଇଥିଲେ ଦୁଷ୍ୟନ୍ତ । ଦଳର ଏକାଧିକ ସଦସ୍ୟ ଦୁଷ୍ୟନ୍ତଙ୍କ ନିଷ୍ପତ୍ତିକୁ ନେଇ ନିଜର ବିରୋଧାଭାସ ପ୍ରକଟ କରିଛନ୍ତି । (ଏଜେନ୍ସୀ)