Categories
ଆଜିର ଖବର ଖେଳ

କରୋନାରେ ପ୍ରାଣ ହରାଇଲେ ପୂର୍ବତନ ଫୁଟ୍‌ବଲର୍‌

ମଲ୍ଲାପୁରମ୍‌ : ପୂର୍ବତନ ଫୁଟ୍‌ବଲର୍‌ ଏ ହମସାକୋୟା କରୋନା ଭାଇରସ୍‌ରେ ପ୍ରାଣ ହରାଇଛନ୍ତି । ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ଭାରତୀୟ ଖେଳାଳି ହମସାକୋୟା ଶନିବାର ପ୍ରାଣ ହରାଇଛନ୍ତି । ଏହା ସହିତ କେରଳର କରୋନା ମୃତ୍ୟୁ ସଂଖ୍ୟା 15ରେ ପହଞ୍ଚିଛି । ମେ 21ରେ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିବା ହମସାକୋୟାଙ୍କୁ ପରପ୍ପାନ୍‌ଗାଡିର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହମସାକୋୟାଙ୍କ ପରଲୋକ ଘଟିଥିବା ବେଳେ ତାଙ୍କ ପରିବାରର ଆଉ 5 ଜଣ ସଦସ୍ୟ ହସ୍ପିଟାଲରେ ରହିଛନ୍ତି । ପ୍ରାରମ୍ଭିକ ଭାବରେ ହମସାକୋୟାଙ୍କ ପତ୍ନୀ ଏବଂ ପୁଅ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ବୋହୁ ଏବଂ ନାତି କରୋନା ଆକ୍ରାନ୍ତ ହୋଇଥିଲେ । (ଏଜେନ୍ସି)