ନୂଆଦିଲ୍ଲୀ : ଚୀନ୍ରେ ବେଶ୍ ଭୟଙ୍କର ଭାବେ ପ୍ରଭାବ ବିସ୍ତାର କରୁଥିବା କରୋନା ଭାଇସର୍ କାରଣରୁ ଭାରତ ଚାଇନା ନାଗରିକଙ୍କ ଇ-ଭିସା ବାତିଲ୍ କରିଛି । ବର୍ତ୍ତମାନର ସ୍ଥିତିକୁ ଦେଖି ସାମୟିକ ଭାବେ ଏଭଳି ବାତିଲ କରାଯାଇଛି। ଏହି ଭାଇରସ୍ରେ 250ରୁ ଅଧିକ ଜୀବନ ଯାଇଥିବାବେଳେ 14 ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଏହା କେବଳ ଚୀନ୍ ନୁହେଁ, ଚୀନ୍ ସମେତ 18ଟି ଦେଶକୁ ଏହା ବ୍ୟାପୁଥିବାର ଜଣାପଡିଛି । ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଏହି ବିଷୟରେ ଏକ ଆଡଭାଇଜରୀ ଜାରି କରି କୁହାଯାଇଛି, କିଛି ଘଟଣାକୁ ଆଖି ଆଗରେ ରଖି ଇ-ଭିସା ଜରିଆରେ ଭାରତ ଗସ୍ତ ସାମୟିକ ଭାବେ ବାତିଲ କରାଯାଇଛି। ଏନେଇ ଚୀନ୍ରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍ ଜରିଆରେ ଜଣାଇ ଦିଆଯାଇଛି। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ୩୨୪ ଭାରତୀୟଙ୍କୁ ଚୀନ୍ରୁ ସ୍ବଦେଶ ଫେରାଇ ଅଣାଯାଇଛି । କେରଳରେ ମଧ୍ୟ କୋରାନ୍ ଭାଇରସ୍ ଆକ୍ରାନ୍ତ ଦୁଇଜଣଙ୍କୁ ଠାବ କରାଯାଇଛି । (ଏଜେନ୍ସି)