Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଭୂମିକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ୬.୩ ତୀବ୍ରତା

ନୂଆଦିଲ୍ଲୀ: ଆଜି ଜାପାନରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେ ମାପ କରାଯାଇଛି। ଜାପାନର ହୋଂଶୁର ପୂର୍ବ ଉପକୂଳରେ କମ୍ପନ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁଁ ହୋଇଥିବା କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଚାଇନାରେ ମଧ୍ୟ ଏହା ଅନୁଭୂତ ହୋଇଥିଲା। ଜାପାନରେ ଏହି ଭୂକମ୍ପ ଏପରି ଏକ ସମୟରେ ଆସିଛି ଯେତେବେଳେ ବୁଧବାର ଦିନ ପଡୋଶୀ ଦେଶ ତାଇୱାନରେ ୭.୫ ତୀବ୍ରତାର ଏକ ବଡ଼ ଭୂକମ୍ପ ଘଟିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଖବର ଅଛି।

Categories
ଆଜିର ଖବର ଜାତୀୟ ଖବର

ରାଜଧାନୀରେ ଭୂମିକମ୍ପ, ଲୋକେ ଭୟଭୀତ

ନୂଆଦିଲ୍ଲୀ: ଆଜି ମଙ୍ଗଳବାର ଅପରାହ୍ନରେ ରାଜଧାନୀ ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ସ୍ଥାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏହା ନେପାଳ ଏବଂ ଚୀନ୍ ମଧ୍ୟରୁ ସୃଷ୍ଟି ହୋଇ ଭାରତର ବିଭିନ୍ନ ଅଞ୍ଚଳକୁ ପ୍ରଭାବିତ କରିଛି।

ଖବର ଅନୁଯାୟୀ ନେପାଳର ଭାଟେକୋଲା ନିକଟରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ରିଚର୍ ସ୍କେଲରେ ଏହାକ ତୀବ୍ରତା ଆନୁମାନିକ ୫.୫ ଥିଲା। ଏହା ଆଜି ମଙ୍ଗଳବାର ଅପରାହ୍ନ ୨:୫୦ ବା କିଛି ସମୟ ତଳେ ଏହି ଭୂକମ୍ପ ଘଟିଥିବାର ସୂଚନା ମିଳିଛି। ତେବେ ଏ ନେଇ କ୍ଷୟକ୍ଷତିର କୌଣସି ସୂଚନା ମିଳି ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

BREAKING: ଭୂକମ୍ପରେ ଥରିଲା ଦିଲ୍ଲୀ ସମେତ ଉତ୍ତର ଭାରତ, ଭୂମିରୁ 80 କିଲୋମିଟର ତଳେ ହୋଇଛି ସୃଷ୍ଟି

ନୂଆଦିଲ୍ଲୀ, ଆଜି ରାତି 10ଟା 31 ମିନିଟରେ ନୂଆଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଭୂକମ୍ପ ସୃଷ୍ଟି ହୋଇଛି। ରିଚେର ସ୍କେଲରେ ଏହାର ତୀବ୍ରତା 6.1 ବୋଲି ଜଣାପଡିଛି। ଏହି ଭୂକମ୍ପ ଦିଲ୍ଲୀ ସହିତ ରାଜସ୍ଥାନ, ଜମ୍ମୁକାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ପଂଜାବର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜାକିସ୍ଥାନ ବୋଲି ଜଣାପଡିଛି। ଏହି ଭୂକମ୍ପ ଭୂମିରୁ 80 କିଲୋମିଟର ତଳେ ସୃଷ୍ଟି ହୋଇଛି ବୋଲି ଜଣାପଡିଛି।

ଏହାକୁ ନେଇ ସ୍ଥାନୀୟ ଲୋକେ ବେଶ୍ ଆତଙ୍କିତ ହୋଇପଡିଛନ୍ତି। ଲୋକମାନେ ଘର ଭିତରୁ ବାହାରକୁ ଚାଲିଆସିଛନ୍ତି। ଏହି ଭୂକମ୍ପ ପ୍ରାୟ 3 ସେକଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ରାଜସ୍ଥାନର ଜୟପୁରରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି। ତେବେ ଏ ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ଖବର ମିଳିପାରି ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ମୃଦୁ ଭୂକମ୍ପର ଝଟ୍‌କା

ଭୁବନେଶ୍ବର: ଓଡିଶାରେ ମୃଦୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ2ଟା 13 ମିନିଟ୍‌ରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.9 ରହିଥିଲା । ମଧ୍ୟରାତ୍ରିରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହେଉଥିବାରୁ କେହି କେହି ଏହାକୁ ଜାଣି ପାରିନଥିବାବେଳେ  ଅନ୍ୟପଟେ ଆଉ କିଛି ଲୋକ ଏହା ଅନୁଭୂତ କରିବା ସହ ଆଉ କିଛି ଘରୁ ବାହାରକୁ ପଳାଇ ଆସିଥିଲେ । କେବଳ ଓଡ଼ିଶା ନୁହେଁ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଓଡ଼ିଶାର ଭୂକମ୍ପ୍‌ ଝଟ୍‌କାର 57 ମିନିଟ୍‌ ପରେ ଉତ୍ତରାଖଣ୍ଡର ପିଥୋରଗଡଠାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏଠାରେ ଭୋର୍‌ 3.10 ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା 2,6 ରହିଥିଲା ।

Categories
ଆଜିର ଖବର ଜାତୀୟ ଖବର

ଝାଡଖଣ୍ଡ ଓ କର୍ଣ୍ଣାଟକରେ ଭୂକମ୍ପର ଝଟ୍‌କା

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ଆଜି ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ସକାଳ 6ଟା 55 ମିନିଟରେ ଏହି ଭୂକମ୍ପ ହୋଇଥିବାର ସୂଚନା ରହିଛି । ରିକ୍ଟର ସ୍କେଲରେ ଝାଡ଼ଖଣ୍ଡର ଜାମସେଦପୁରରେ ଭୂକମ୍ପର ତୀବ୍ରତା 4.7 ଥିବା ବେଳେ ହାମ୍ପିରେ ଏହା 4 ରହିଥିବାର ଜଣାଯାଇଛି । ତେବେ ଏହି ଦୁଇ ଅଞ୍ଚଳରେ ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିପାରିନାହିଁ ।

ଗତକାଲି ନୋଏଡାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.2 ଥିଲା । ଗୋଟିଏ ସପ୍ତାହରେ ନୋଏଡାରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି। ବିଗତ କିଛି ଦିନ ମଧ୍ୟରେ ଦିଲ୍ଲୀ-ଏନସିଆରରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ 3.5 ତୀବ୍ରତାର ଭୂକମ୍ପ

ନୂଆଦିଲ୍ଲୀ : କରୋନା ସମୟରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଭୂତ ହୋଇଛି ଏକ ମୃଦୁ ଭୂକମ୍ପ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତ୍ରୀବ୍ରତା 3.5 ରହିଥିଲା । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର ପ୍ରଭାବ କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା । ଅପରାହ୍ନ ପ୍ରାୟ 2ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଏଥିରେ କାହାର କିଛି କ୍ଷତି ହୋଇନଥିବା ପ୍ରକାଶ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ହିମାଚଳ ପ୍ରଦେଶରେ 4.0 ତୀବ୍ରତାର ଭୂକମ୍ପ

ନୂଆଦିଲ୍ଲୀ : ଆଜି ହିମାଚଳପ୍ରଦେଶରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ମଙ୍ଗଳବାର ଅନୁଭୂତ ଏହି ଭୂକମ୍ପର ତୀବ୍ରତା ରିକ୍ଟର 4.0 ରହିଛି । ମଧ୍ୟାହ୍ନ 12.17 ମିନିଟ୍‌ରେ ହିମାଚଳ ପ୍ରଦେଶର ଚାମ୍ବାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ପ୍ରଭାବ ମାତ୍ର କିଛି ସେକେଣ୍ଡର ରହିଥିଲା । ଭୂକମ୍ପରେ କେହି ମୃତାହତ ହୋଇନଥିଲେ ମଧ୍ୟ କିଛି ଘର ଭାଙ୍ଗିଯାଇଛି । ସେହିପରି ଜୀବନ ବିକଳରେ ଶତାଧିକ ଲୋକ ଘର ବାହାରକୁ ମଧ୍ୟ ପଳାଇ ଆସିଥିଲେ । ଚାମ୍ବାରେ ବିଗତ ଦୁଇ ମାସ ମଧ୍ୟରେ ଏହା ଦ୍ବିତୀୟ ଭୂକମ୍ପ । ଫେବୃୟାରୀ ମାସରେ 3.2 ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଏନ୍‌ସିଆରରେ ଭୂମିକମ୍ପର ଝଟ୍‌କା

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଏନ୍‌ସିଆରରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା 3.5 ବୋଲି ଜଣାପଡିଛି । ଲକ୍‌ ଡାଉନ୍‌ ସମୟରେ ଦିଲ୍ଲୀଠାରେ ଭୂମିକମ୍ପ୍‌ର ମୃଦ୍ୟୁ ଝଟ୍‌କା ଅନୁଭୂତ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦରେ ମଧ୍ୟ ଏହି ଝଟ୍‌କାକୁ ଅନୁଭୂତ କରାଯାଇଛି । ଲୋକମାନେ ଏହାର ଝଟ୍‌କାକୁ ଅନୁଭବ କରି ବାହାରକୁ ବାହାରି ଆସିଥିଲେ। ଦିଲ୍ଲୀରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି । ରାଜ୍ୟରେ  ଲକ୍‌ଡାଉନ୍‌ ଚାଲିଥିବାବେଳେ ଭୂମିକମ୍ପ ମଧ୍ୟ ଲୋକଙ୍କୁ ଚିନ୍ତାରେ ପକାଇଦେଇଛି ।

ସୂଚନାଯୋଗ୍ୟ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା1000 ଟପିଥିବାବେଳେ ମୃତ୍ୟୁସଂଖ୍ୟା 19କୁ ଛୁଇଁଛି । ଦିଲ୍ଲୀର ବହୁ ସ୍ଥାନକୁ ସିଲ୍‌ ମଧ୍ୟ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆସାମ ଏବଂ ମେଘାଳୟରେ ମୃଦୁ ଭୂକମ୍ପ

ଗୌହାଟୀ/ଶିଲଂ : ଆସାମ ଏବଂ ମେଘାଳୟରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଶୁକ୍ରବାର ଅପରାହ୍ନରେ ଆସାମ ଏବଂ ମେଘାଳୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା 2.9ରୁ 3.3 ମଧ୍ୟରେ ରହିଛି । ଏହା ସହିତ ବାଂଲାଦେଶ ସୀମାରେ ସକାଳ 8.32 ମିନିଟ୍‌ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଆସାମରେ ଅପରାହ୍ନ 2.05 ମିନିଟ୍‌ରେ ଅନୁଷ୍ଠିତ ଭୂକମ୍ପର ତୀବ୍ରତା 3.3 ରହିଥିଲା । ସେହିପରି ମେଘାଳୟର ରାଜଧାନୀ ଶିଲଂ ଏବଂ ଦିମା ହାସାଓରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କ୍ୟୁବା ଏବଂ ଜାମାଇକାରେ 7.7 ତୀବ୍ରତାର ଭୂକମ୍ପ, ସୁନାମି ସତର୍କ ସୂଚନା

ନୂଆଦିଲ୍ଲୀ : କ୍ୟୁବା ଏବଂ ଜାମାଇକାରେ ଏକ 7.7 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଗତକାଲି ରାତି 12.40 ମିନିଟ୍‌ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହା ସହିତ କ୍ୟୁବା, ଜାମାଇକା ଏବଂ କାରିବିଆନ୍‌ ଅଞ୍ଚଳ ପାଇଁ ସୁନାମି ସତର୍କ ସୂଚନା ଜାରି କରାଯାଇଛି । ଭୂକମ୍ପର କେନ୍ଦ୍ର ସ୍ଥଳ ଜାମାଇକାର ଲୁସିଆରୁ 125 କିମି ଦୂରରେ ରହିଥିଲା । ଭୂକମ୍ପର 300 କିମି ପରିସୀମା ପର୍ଯ୍ୟନ୍ତ ସୁନାମି ସତର୍କ ସୂଚନା ଜାରି କରାଯାଇଛି । ହଓ୍ବାଇ ସ୍ଥିତ ସୁନାମି ସତର୍କ ସୂଚନା କେନ୍ଦ୍ର ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି । ଭୂକମ୍ପ ପ୍ରଭାବରେ ଏକାଧିକ ଘର ଭାଙ୍ଗିଥିଲେ ମଧ୍ୟ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ତୁର୍କୀରେ 6.8 ତୀବ୍ରତାର ଭୂମିକମ୍ପ : 18 ମୃତ

ଅଙ୍କାରା : ତୁର୍କୀରେ ଏକ ଭୟାବହ ଭୂକମ୍ପ ପ୍ରଭାବରେ 18 ଜଣଙ୍କର ପ୍ରାଣହାନି ଘଟିଛି । ଶୁକ୍ରବାର ରାତିରେ ତୁର୍କୀରେ ହୋଇଥିବା ଏହି ଭୂମିକମ୍ପରେ 18 ଜଣଙ୍କର ପ୍ରାଣ ହାନି ଘଟିଥିବା ବେଳେ 30ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ତୁର୍କୀର ପୂର୍ବ ଭାବରେ ରହିଥିବା ସହର ଏଲାଜିଗ୍‌ର ସିଭ୍ରାଇସ୍‌ ଅଞ୍ଚଳରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.8 ରହିଥିଲା । ଏଲାଜିଗ୍‌ର ସିଭ୍ରାଇସ୍‌ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ପ୍ରାୟ 70 କିମି ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଶୁକ୍ରବାର ସ୍ଥାନୀୟ ସମୟ ରାତି ପ୍ରାୟ 8.55 ମିନିଟରେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଥିଲା । ତୁର୍କୀର ଜରୁକାଳୀନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 30ରୁ ଅଧିକ ଲୋକ ବିଭିନ୍ନ ଭଗ୍ନ କୋଠା ତଳେ ଚାପି ହୋଇ ରହିଛନ୍ତି । ତୁର୍କୀ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ନେଇ ରାଷ୍ଟ୍ରପତି ତାୟିପ୍‌ ଏର୍ଡୋଗାନ୍‌ ପ୍ରକାଶ କରିଛନ୍ତି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଇରାନ୍‌ରେ 4.9 ତୀବ୍ରତାର ଭୂକମ୍ପ : ଆଣବିକ ପରୀକ୍ଷଣ ସନ୍ଦେହ

ତେହେରାନ୍‌ : ଇରାନ୍‌ରେ ଏକ 4.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଇରାନ୍‌ର ବୁଶେହର ଆଣବିକ ରିଆକ୍ଟର ନିକଟରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ପ୍ରାକୃତିକ ପ୍ରକ୍ରିୟାରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନେଇ କୁହାଯାଉଥିବା ବେଳେ ଇରାନ୍‌ ପକ୍ଷରୁ କିଛି ଆଣବିକ ପରୀକ୍ଷଣ କରାଯାଇଥିବା ଅନୁମାନ ପ୍ରକାଶ କରାଯାଉଛି । ବୁଶେହର ନ୍ୟୁକ୍ଲିୟର୍‌ ରିଆକ୍ଟର ଠାରୁ 70 କିମି ଦୂର ବୋରାଜାଜାନ୍‌ ସହରରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଭୂକମ୍ପର ପ୍ରଭାବ ମାତ୍ର କିଛି ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ 4ଟି ମୃଦୁ ଭୂମିକମ୍ପ

ନୂଆଦିଲ୍ଲୀ,31/12 : ଜମ୍ମୁ କାଶ୍ମୀରରେ 4ଟି ମୃଦୁ ଭୂମିକମ୍ପ ସଙ୍ଗଠିତ ହୋଇଛି । ସୋମବାର ରାତି 10.29 ମିନିଟ୍‌ରୁ 12.40 ମଧ୍ୟରେ ଏହି ଭୂମିକମ୍ପ ଅନୁଷ୍ଠିତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.7ରୁ 5.5 ରହିଥିବା ଜଣାପଡିଛି । ସେହିପରି ଆଣ୍ଡାମାନ ନିକୋବରରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଛି । 10.29 ମିନିଟ୍‌ରେ ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା 4.7 ତୀବ୍ରତା ରହିଥିଲା । ପରବର୍ତ୍ତୀ ଭୂକମ୍ପ ଗୁଡିକ 10.37, 10.58,11.20 ଏବଂ 12.20ରେ ଅନୁଷ୍ଠିତ ହୋଇଥିଲା । ଜମ୍ମୁ କାଶ୍ମୀରର ହୁଞ୍ଜା, ଘଜର, ଗିଲ୍‌ଗିଟ୍‌ ଏବଂ ସ୍କାର୍ଡୁରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିବା ବେଳେ କୌଣସି ଜୀବନହାନି ଘଟିନାହିଁ । (ଏଜେନ୍ସୀ)

Categories
ଆଜିର ଖବର

ଦିଲ୍ଲୀ ସମେତ ଉତ୍ତର ଭାରତରେ ମୃଦୁ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ, 20/12 : ଉତ୍ତର ଭାରତରେ ଏକ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଦିଲ୍ଲୀର ଏନ୍‌ସିଆର ଅଞ୍ଚଳ ଏବଂ ଶ୍ରୀନଗରରେ ଏହି ଭୂକମ୍ପର ପ୍ରଭେବ ଅନୁଭୂତ ହୋଇଥିଲା । ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳାରେ ସୃଷ୍ଟ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.8 ରହିଥିଲା । ଅପରାହ୍ନ 5.10 ମିନିଟ୍‌ରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ହରିୟାଣା ଏବଂ ପଞ୍ଜାବର କିଛି ଅଂଶରେ ଅନୁଭୂତ ହୋଇଥିବା ଜଣାପଡିଛି । ଭୂକମ୍ପ ଫଳରେ ଲୋକମାନେ ଘର ବାହାରକୁ ପଳାଇ ଆସିଥିବା ବେଳେ କିଛି କ୍ଷୟକ୍ଷତି ରିପୋର୍ଟ କରାଯାଇନାହିଁ । (ଏଜେନ୍ସୀ)

Categories
ଆଜିର ଖବର

ଉତ୍ତରାଖଣ୍ଡରେ ମୃଦୁ ଭୂମିକମ୍ପ

ନୂଆଦିଲ୍ଲୀ, 24/11 : ଉତ୍ତରାଖଣ୍ଡରେ ଏକ ମୃଦୁ ଭୂମିକମ୍ପ ଅନୁଷ୍ଠିତ ହୋଇଛି । ରବିବାର ଉତ୍ତରାଖଣ୍ଡର କମୋଲି ଜିଲ୍ଲାରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଅପରାହ୍ନ 1.20 ମିନିଟ୍‌ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା 3.4 ରହିଥିଲା । ଭୂପୃଷ୍ଠରୁ 10 କିମି ଗଭୀରତାରେ ଅନୁଭୂତ ଭୂକମ୍ପ 30.4 ଡିଗ୍ରୀ ଅକ୍ଷାଂଶ ଏବଂ 79.73 ଡିଗ୍ରୀ ଦ୍ରାଘିମାରେ ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି । ଏହି ଭୂକମ୍ପର ପ୍ରଭାବ ମାତ୍ର 20ରୁ 25 ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା ବେଳେ କୌଣସି ସମ୍ପତ୍ତି କିମ୍ବା ଜୀବନ ହାନି ହୋଇନଥିବା ପ୍ରକାଶ । (ଏଜେନ୍ସୀ)

Categories
ଆଜିର ଖବର

ଥାଇଲାଣ୍ଡରେ 6.4 ତୀବ୍ରତାର ଭୂକମ୍ପ,ଶତାଧିକ ଘର ମାଟିରେ ମିଶିଲା

ଥାଇଲାଣ୍ଡ, 21/11: ଥାଇଲାଣ୍ଡରେ ଏକ 6.4 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଗୁରୁବାର ଦିନ ଉତ୍ତର ଥାଇଲାଣ୍ଡ ଏବଂ ଲାଓସରେ ଏହି ଭୂକମ୍ପର ତାଣ୍ଡବ ଦେଖିବାକୁ ମିଳିଥିଲା । ଭୂମିକମ୍ପ ପ୍ରଭାବରେ ନାନ୍‌ ଅଞ୍ଚଳରେ ଶତାଧିକ ଘର ଭୁଷୁଡି ପଡିଛି । ଲାଓସ୍‌ରେ ଦିନ 11ଟାରେ ଏହି ଭୂକମ୍ପର ମୃଦୁ ଝଟ୍‌କା ଅନୁଭୂତ ହୋଇଥିଲା । ଏହା ସହିତ ନାନ୍‌ରେ ଏକ 5ଶହ ବର୍ଷ ପୁରୁଣା ମନ୍ଦିର ମଧ୍ୟ ଭାଙ୍ଗି ଯାଇଥିବା ଜଣା ପଡିଛି । ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ସ୍କୁଲ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)

Categories
ଆଜିର ଖବର

ମହାରାଷ୍ଟ୍ରର ସତାରାରେ ୪.୮ ତୀବ୍ରତାର ଭୂମିକମ୍ପ

ମହାରାଷ୍ଟ୍ରର ସତାରାରେ ଏକ ୪.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ମାତ୍ର କିଛି ମିନିଟ୍‌ ପାଇଁ ଏହି ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରକାଶ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସକାଳୁ ପଶ୍ଚିମ ମହାରାଷ୍ଟ୍ରର ସତାରାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ସକାଳ ୭ଟା ୪୭ ମିନିଟ୍‌ ସମୟରେ ଘଟିଥିବା ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ପୁନେରୁ ୧୩୦ କିମି ଦୂର କୋୟନାରେ ରହିଥିଲା। କୋୟନା, ପାଟନ ଏବଂ କରାଡ ଜିଲ୍ଳାରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା।

Categories
ଆଜିର ଖବର

ଜାପାନ୍‌ରେ ୬.୪ ତୀବ୍ରତାର ଭୂକମ୍ପ ଏବଂ ସୁନାମି

ଜାପାନ୍‌ରେ ୬.୪ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଫଳରେ ଜାପାନରେ ଏକ ସୁନାମି ଅନୁଭୂତ ହୋଇଛି। ବୁଧବାର ସୁନାମି ସତର୍କ ସୂଚନା ଉଠାଯିବା ପରେ ଏଥିରେ କେହି ମୃତାହତ ହୋଇ ନଥିବା ଖବର ସ୍ପଷ୍ଟ ହୋଇଛି। ଅଳ୍ପ କିଛି ଲୋକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ମଙ୍ଗଳବାର ରାତ୍ରରେ ଘଟିଥିବା ଏହି ଭୂମିକମ୍ପରେ ଜାପାନ ପାଣିପାଗ ବିଭାଗ ପକ୍ଷରୁ ସୁନାମି ସତର୍କ ସୂଚନା ଜାରି କରାଯାଇଥିଲା। ଦୀର୍ଘ ଅଢେଇ ଘଣ୍ଟା ପରେ ବୁଧବାର ସକାଳୁ ସୁନାମି ସତର୍କ ସୂଚନା ଉଠାଯାଇଥିଲା। ଜାପାନର ରାଜଧାନୀ ଟୋକିଓର ଉତ୍ତର ଭାଗରୁ ୩୦୦ କିମି ଦୂରରେ ଏହି ଭୂକମ୍ପର କେନ୍ଦ୍ର ରହିଥିଲା। ଏହି ଘଟଣାରେ ସମୁଦାୟ ୧୬ ଜଣ ଆହତ ହୋଇଥିବା ନେଇ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୂଚନା ଦେଇଛନ୍ତି।

Categories
ଆଜିର ଖବର

ଚୀନ୍‌ରେ ଭୂମିକମ୍ପ : ୧୧ ମୃତ, ୧୨୩ ଆହତ

ଚୀନର ସିଚୁଆନ ପ୍ରାନ୍ତରେ ସୋମବାର ରାତି ଓ ମଙ୍ଗଳବାର ସକାଳୁ ଭୂମିକମ୍ପର ଦୁଇଟି ଶକ୍ତିଶାଳୀ  ଝଟ୍‌କା ଲାଗିଛି। ଏହି ଦୁଇଟି ଝଟକାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୧୨୩ ଜଣ ଆହତ ହୋଇଥିବା ଖବର ମିଲିଛି। ଚୀନର ଭୂକମ୍ପ କେନ୍ଦ୍ର ସିଇଏନ୍‌ସି ଅନୁଯାୟୀ ଭୂମିକମ୍ପର ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୦ ରହିଥିଲେ।  ସୂଚନା ଅନୁଯାୟୀ ସୋମବାର ରାତି ୧୦ଟା ୫୫ ମିନିଟରେ ଇବିନ ସହରରେ ଚାଙ୍ଗିଙ୍ଗ ଅଞ୍ଚଳରେ ଭୂମିକମ୍ପ ହୋଇଥିଲା। ମଙ୍ଗଳବାର ସକାଳୁ ଦ୍ବିତୀୟଥର ପାଇଁ ୫.୩ ତିବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ସିଚୁଆନ୍‌ ପ୍ରାନ୍ତରେ ଦମକଳ ବିଭାଗ ତରଫରୁ ୬୩ଟି ଗାଡ଼ି ଓ ୩୦୨ଜଣ କର୍ମୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Categories
ଆଜିର ଖବର

ତାଇଓ୍ବାନରେ 6.1 ତୀବ୍ରତାର ଭୂକମ୍ପ

ଭୂକମ୍ପ ପ୍ରବଣ ତାଇଓ୍ବାନର ‘ରିମ୍‌ ଅଫ୍‌ ଫାୟାର’ରେ ଗୁରୁବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ତାଇଓ୍ବାନର ରାଜଧାନୀ ଏବଂ ପୂର୍ବଭାଗ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ହୁଆଲିଏନ୍‌ ସହରର କେନ୍ଦ୍ରରେ ଘଟିତ ହୋଇଥିବା ଏହି ଭୁକମ୍ପର ପ୍ରଭାବ ୧୯ କିମି ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଭୂକମ୍ପରେ ରେଳ ଷ୍ଟେସନ୍‌ର ପାଣି ପାଇପ୍‌ ଗୁଡିକ ଫାଟି ଯାଇଥିବାରୁ ସହରର ରେଳ ଚଳାଚଳ ସାମୟିକ ଭାବରେ ବନ୍ଦ ରଖାଯାଇଛି। କିଛି ସ୍ଥାନରେ ଭୂସ୍ଖମଳନ ହୋଇଥିବା ବେଳେ ଦୁଇ ଜଣ ପାହାଡ ଚଢାଳି ଏଥିରେ ଆହତ ହୋଇଛନ୍ତି। ତାଇପେଇ ସହରରେ ଏକ କୋଠାର ମୂଳ ହଲି ଯାଇଥିବାରୁ ଏହା ନିକଟସ୍ଥ କୋଠାରେ ଆଉଜି ରହିଛି। ତାଇପେଇ ସହରର ମେଟ୍ରୋ ଚଳାଚଳ ବ୍ୟବସ୍ଥା ମଧ୍ୟ ବନ୍ଦ ରଖାଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।

Categories
ଆଜିର ଖବର

ହଓ୍ବାଇରେ ୫.୩ ତୀବ୍ରତାର ଭୂକମ୍ପ

ହଓ୍ବାଇରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ହଓ୍ବାଇର ପୂର୍ବତଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ସୁନାମିର କୌଣସି ସମ୍ଭାବନା ନାହିଁ ବୋଲି ଭୂତତ୍ତ୍ବ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭୋର ୫ଟା ସମୟରେ ଅନୁଭୂତ ହୋଇଥିବା ଏହି ଭୂକମ୍ପ କାଇଲୁଆ -କୋନାରୁ ୧୫ କିମି ଦୂରରେ ସୃଷ୍ଟି ହୋଇଥିଲା। ପ୍ରାୟ ୧୬ କିମି ଦୂରତା ପର୍ଯ୍ୟନ୍ତ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ ସୁନାମିର କୌଣସି ସମ୍ଭାବନା ନାହିଁ ବୋଲି ପ୍ରଶାନ୍ତ ମାହାସାଗରୀୟ ସୁନାମି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ୮୯୪ ଜଣ ଲୋକ ଏହି ଭୂକମ୍ପକୁ ଅନୁଭବ କରିଥିବା ସ୍ବୀକାର କରିଛନ୍ତି ବୋଲି ଭୂତତ୍ତ୍ବ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।