Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାର ଜଣେ ଖଣି ବ୍ୟବସାୟୀଙ୍କ ଢେଙ୍କାନାଳ ଘର ସମେତ 12 ଟି ସ୍ଥାନରେ ଇଡି ର ଚଢାଉ

ଭୁବନେଶ୍ବର: ଆଜି ଇଡିର ଏକ ବଡ ଚଢାଉ କରିଛି। ଓଡିଶାର ଜଣେ ଖଣି ବ୍ୟବସାୟୀଙ୍କ ଘରେ ଏହି ଚଢାଉ କରାଯାଇଛି। ସେ ହେଉଛନ୍ତି ରତ୍ନାକାର ରାଉତ। ତାଙ୍କର ଢେଙ୍କାନାଳ ଘରେ ସମେତ ପ୍ରାୟ 12 ଟି ସ୍ଥାନରେ ଇଡି ଚଢାଉ କରିଥିବାର ଜଣାପଡିଛି। ଏଥିରେ ଢେଙ୍କାନାଳ, ହିନ୍ଦୋଳ ଏବଂ ଭୁବନେଶ୍ବରର ତିନିଟି ସ୍ଥାନ ରହିଛି।

ଟଙ୍କା ନେଣଦେଣ ନେଇ ଇଡି ଚଢାଉ କରିଥିବାର ଅନୁମାନ କରାଯାଇଛି। ବର୍ତ୍ତମାନ କିଛି ଦିନ ଧରି ଇଡି ବେଶ ସକ୍ରିୟ ହେବାରେ ଲାଗିଛି। କିଛିଦିନ ତଳେ ପ୍ରତିଷ୍ଠିତ ଖଣି ବ୍ୟବସାୟୀ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ମଧ୍ୟ ଇଡି ଚଢାଉ କରାଯାଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର ସିନେମା

ଅଶ୍ଳୀଳ ଭିଡ଼ିଓ ମାମଲା: ପୁଣି ରାଜ କୁନ୍ଦ୍ରାଙ୍କ ବଢିଲା ସମସ୍ୟା, ବିଭିନ୍ନ ସ୍ଥାନରେ ଇଡି ର ଚଢାଉ

ନୂଆଦିଲ୍ଲୀ: ରାଜ କୁନ୍ଦ୍ରାଙ୍କ ଘର ଏବଂ ତାଙ୍କ ସମ୍ପର୍କୀୟଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି। ରାଜ କୁନ୍ଦ୍ରା ହେଉଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ। ପର୍ଣ୍ଣୋଗ୍ରାଫି ମାମଲାରେ ଇଡି ଏହି ପଦକ୍ଷେପ ନେଇଛି। ଏହି ଚଢାଉ ତାଙ୍କ ଘର, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସ୍ଥାନରେ ହୋଇଛି। ଅଶ୍ଳୀଳ ଭିଡ଼ିଓର ଏହି ବିଷୟ ବହୁ ବର୍ଷ ପୁରୁଣା।

ସୂଚନାନୁସାରେ, ଇଡି କେବଳ ରାଜ କୁନ୍ଦ୍ରାଙ୍କ ଘରେ ନୁହେଁ ବରଂ ଅଶ୍ଳୀଳ ଭିଡ଼ିଓ ମାମଲାରେ ଥିବା ଅନ୍ୟ ଅନେକ ଲୋକଙ୍କୁ ମଧ୍ୟ ଖୋଜୁଛି। ଏହି କାର୍ଯ୍ୟାନୁଷ୍ଠାନ ମୋବାଇଲ୍ ଆପ୍ ମାଧ୍ୟମରେ ଅଶ୍ଳୀଳ ବିଷୟବସ୍ତୁ ତିଆରି କରିବା ଏବଂ ପ୍ରଚାର ସହିତ ଜଡିତ। ଏହି ଅନୁସନ୍ଧାନ ମୁମ୍ବାଇ ପୋଲିସର ୨୦୨୧ ମାମଲା ଉପରେ ଆଧାରିତ।

ସୂଚନା ଅନୁଯାୟୀ, ଇଡି ଟିମ୍ ଏହି ମାମଲାରେ ମୋଟ ୧୫ ଟି ସ୍ଥାନ ଉପରେ ଚଢାଉ କରିଛି। ବାସ୍ତବରେ, ଏହି କ୍ଷେତ୍ରରେ ଦେଶରେ ସଂଗ୍ରହ ହୋଇଥିବା ଟଙ୍କା ଏହି ଭିଡିଓ ମାଧ୍ୟମରେ ବିଦେଶକୁ ସ୍ଥାନାନ୍ତର କରାଯାଇଥିଲା। ଏହିପରି, ବିପୁଳ ପରିମାଣର ଟଙ୍କା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲା ଏବଂ ବର୍ତ୍ତମାନ ଇଡି ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି।

ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୦୨୧ରେ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା। ଏହି ମାମଲାରେ ସିଟି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ରାଜ କୁନ୍ଦ୍ରା ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଭୁଲ ବୋଲି ଘୋଷଣା କରିଛନ୍ତି। ଏହି ମାମଲାରେ ସେ ଦୁଇ ମାସ ଜେଲରେ ମଧ୍ୟ ରହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆପ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଇଡି ଗିରଫ କରିଛି। ଦିଲ୍ଲୀ ୱାକଫ ବୋର୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଆଜି ସକାଳୁ ଆପ ବିଧାୟକଙ୍କ ଘରେ ଇଡି ଚଢାଉ କରିଥିଲା। ଇଡି ର ଏହି କାର୍ଯ୍ୟାନୁଷ୍ଠାନ ପରେ ଆପ ନେତା ମାନେ ବିଜେପି କୁ ଆକ୍ରମଣ କରିଛନ୍ତି।

ଏହି ଚଢାଉର ଭିଡିଓ ସେୟାର କରି ଆପ ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ, “ଇଡିର ନିଷ୍ଠୁରତାକୁ ଦେଖନ୍ତୁ। ଅମାନତୁଲ୍ଲା ଖାନ ପ୍ରଥମେ ଇଡି ତଦନ୍ତରେ ଯୋଗ ଦେଇଥିଲେ। ତାଙ୍କଠାରୁ ଅଧିକ ସମୟ ମାଗିଥିଲେ। ତାଙ୍କ ଶାଶୁଙ୍କ କର୍କଟ ରୋଗ ହୋଇଛି, ତାଙ୍କର ଅପରେସନ୍ ହୋଇଛି। ଅମାନାତୁଲ୍ଲାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ, କିନ୍ତୁ ମୋଦୀଙ୍କ ଏକଛତ୍ରବାଦୀ ଶାସନ ଏବଂ ଇଡିର ଗୁଣ୍ଡାଗର୍ଦ୍ଦି ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର

ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚିଲା ଇଡି: ମୋଦୀଙ୍କୁ ଟାର୍ଗେଟ କଲା AAP

ନୂଆଦିଲ୍ଲୀ: ଆଜି ସକାଳେ ଇଡି ଟିମ୍ AAP ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚିଛି। ଦୀର୍ଘ ସମୟ ବାହାରେ ଅପେକ୍ଷା କରିବା ପରେ ଇଡି ଟିମ୍ ବର୍ତ୍ତମାନ ଭିତରକୁ ପହଞ୍ଚିଛି। ଇଡି ଅଧିକାରୀମାନେ ଅମାନତୁଲ୍ଲା ଖାନଙ୍କୁ ଜେରା କରିଛନ୍ତି। ଏହାପୂର୍ବରୁ ଇଡି ଅଧିକାରୀମାନେ ଫ୍ଲାଟ ବାହାରେ କୋଠାର ସିଡ଼ିରେ ଠିଆ ହୋଇଥିଲେ।

ଏହି ଚଢାଉର ଭିଡିଓ ସେୟାର କରି ଆପ ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ, “ଇଡିର ନିଷ୍ଠୁରତାକୁ ଦେଖନ୍ତୁ। ଅମାନତୁଲ୍ଲା ଖାନ ପ୍ରଥମେ ଇଡି ତଦନ୍ତରେ ଯୋଗ ଦେଇଥିଲେ। ତାଙ୍କଠାରୁ ଅଧିକ ସମୟ ମାଗିଥିଲେ। ତାଙ୍କ ଶାଶୁଙ୍କ କର୍କଟ ରୋଗ ହୋଇଛି, ତାଙ୍କର ଅପରେସନ୍ ହୋଇଛି। ଅମାନାତୁଲ୍ଲାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ, କିନ୍ତୁ ମୋଦୀଙ୍କ ଏକଛତ୍ରବାଦୀ ଶାସନ ଏବଂ ଇଡିର ଗୁଣ୍ଡାଗର୍ଦ୍ଦି ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ବିଧାୟକଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ, ୧୩୦୦ କୋଟି ବ୍ୟାଙ୍କ ଠକେଇ ମାମଲାରେ ଚଢାଉ କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ୧୩୯୨ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଦେଶର ରାଜଧାନୀ ଦିଲ୍ଲୀ ସମେତ ପାଞ୍ଚଟି ସହରରେ ଚଢାଉ କରିଛି। ଦିଲ୍ଲୀ, ଗୁରୁଗ୍ରାମ, ମହେନ୍ଦ୍ରଗଡ, ବାହାଦୂରଗଡ ଏବଂ ଜାମସେଦପୁରର ୧୫ ଟି ସ୍ଥାନରେ ଇଡି ଚଢାଉ କରିଛି। ବ୍ୟାଙ୍କ ଠକେଇରେ ମହେନ୍ଦ୍ରଗଡ ବିଧାୟକ ରାବଦାନ ସିଂ ଏବଂ ତାଙ୍କ ପରିବାର ଏବଂ ଅନ୍ୟମାନଙ୍କ ବିରୋଧରେ ଏହି ଚଢାଉ କରାଯାଇଛି। ଏହି ବ୍ୟାଙ୍କ ଠକେଇର ଅନୁସନ୍ଧାନ ଦାୟିତ୍ ଇଡି ସହିତ ସିବିଆଇ ଉପରେ ନ୍ୟସ୍ତ ହୋଇଛି।

ବାସ୍ତବରେ, M / s Allied Strips Limited ନାମକ ଏକ କମ୍ପାନୀ ଅଛି, ଯାହା ବିଧାୟକ ରାବଦାନ ସିଂ ଏବଂ ତାଙ୍କ ପରିବାର ସହିତ ଜଡିତ। ଏହା ମାଧ୍ୟମରେ ୧୩୯୨ କୋଟି ଟଙ୍କାର ଋଣ ନିଆଯାଇଥିଲା, ଯାହା କେବେ ଫେରସ୍ତ ହୋଇନଥିଲା। ସିବିଆଇ କମ୍ପାନୀ ଏବଂ ଏହାର ପ୍ରମୋଟର ମୋହିନ୍ଦର ଅଗ୍ରୱାଲ ଏବଂ ଗୌରବ ଅଗ୍ରୱାଲ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପରେ, ମନି ଲଣ୍ଡରିଂ ଆକ୍ଟ ଅର୍ଥାତ୍ PMLA ଅଧୀନରେ ଏହି ମାମଲାରେ ଏକ ପୃଥକ FIR ପଞ୍ଜିକରଣ କରି ଇଡି ଅନୁସନ୍ଧାନ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମହାଦେବ ଆପ୍ ଠକେଇ: ୫୮୦ କୋଟି ଜବତ କଲା ଇଡି, ଦିଲ୍ଲୀ-ମୁମ୍ବାଇ ସମେତ ଅନେକ ସହରରେ ଚଢାଉ

ନୂଆଦିଲ୍ଲୀ: ମହାଦେବ ଅନ୍ଲାଇନ୍ ବେଟିଂ ମାମଲାରେ ଇଡି ୫୮୦ କୋଟି ଟଙ୍କା ଫ୍ରିଜ୍ କରିଛି। ଏହା ବ୍ୟତୀତ ୧.୮୬ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଏବଂ ୧.୭୮ କୋଟି ଟଙ୍କାର ମୂଲ୍ୟବାନ ସାମଗ୍ରୀ ଜବତ କରାଯାଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ରାୟପୁର, ଇନ୍ଦୋର ଏବଂ ଗୁରୁଗ୍ରାମରେ ଏଜେନ୍ସି ଏହି ଚଢାଉ କରିଥିଲା। ଏହି ମାମଲାରେ ଇଡି ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ପର୍ଯ୍ୟନ୍ତ ୧୨୯୬.୦୫ କୋଟି / ସମ୍ପତ୍ତି ଫ୍ରିଜ୍ ହୋଇ ଜବତ କରାଯାଇଛି। ଘଟଣାର ଯାଞ୍ଚ ଚାଲିଛି।