Categories
ଆଜିର ଖବର ଜାତୀୟ ଖବର

ଇଜିପ୍ଟର ଝିଅଙ୍କ ଦେଶପ୍ରେମ ଗୀତ ପରିବେଷଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ତମ ଗଣତନ୍ତ୍ର ଦିବସ ଉତ୍ସବରେ ଇଜିପ୍ଟର କରିମାନଙ୍କ ଦେଶପ୍ରେମୀ ଗୀତ “ଦେଶ ରଙ୍ଗିଲା” ର ପରିବେଷଣକୁ ପ୍ରଶଂସା କରିଛନ୍ତି। ସେ ମଧ୍ୟ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଇଜିପ୍ଟର କରିମାନଙ୍କ ଏହି ଉପସ୍ଥାପନା ମଧୁର! ମୁଁ ଏହି ଉଦ୍ୟମ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କର ଭବିଷ୍ୟତର ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପୂର୍ବତନ ଇଜିପ୍ଟ ରାଷ୍ଟ୍ରପତି ହୋସ୍‌ନି ମୁବାରକଙ୍କ ପରଲୋକ

କାଇରୋ : ଇଜିପ୍ଟ ରାଷ୍ଟ୍ରପତି ହୋସ୍‌ନି ମୁବାରକଙ୍କ ପରଲୋକ ହୋଇଛି । 30 ବର୍ଷ ଧରି ମଧ୍ୟପ୍ରାଚ୍ୟକୁ ଶାସନ କରିଥିବା ମୁବାରକଙ୍କ ମଙ୍ଗଳବାର ଦିନ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ମୁବାରକଙ୍କୁ 91 ବର୍ଷ ହୋଇଥିଲା । ଆମେରିକା ଏବଂ ଇସ୍ରାଏଲ୍‌ର ସହାୟତାରେ ଇସ୍‌ଲାମିକ ଆତଙ୍କବାଦ ବିପକ୍ଷରେ ମୁବାରକ୍‌ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ମାତ୍ର 2011ରେ କାଇରୋରେ 18 ଦିନ ବ୍ୟାପୀ ଆନ୍ଦୋଳନ ଫଳରେ ମୁବାରକ କ୍ଷମତାଚ୍ୟୁତ ହୋଇଥିଲେ । ଟ୍ୟୁନିସିଆ ବିପ୍ଲବ ଦ୍ବାରା ପ୍ରଭାବିତ ହୋଇ ଇଜିପ୍ଟର ଯୁବକ ମାନଙ୍କ ଦ୍ବାରା ଆନ୍ଦୋଳନ କରାଯିବା ଫଳରେ ମୁବାରକ କ୍ଷମତାଚ୍ୟୁତ ହୋଇଥିଲେ । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

16 ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍‌ ଇଜିପ୍ଟରେ ଦୁର୍ଘଟଣାଗ୍ରସ୍ତ

କାଇରୋ,29/12 : ସମୁଦାୟ 24 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ପର୍ଯ୍ୟଟକ ବସ୍‌ ଇଜିପ୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାଗ୍ରସ୍ତ ବସ୍‌ରେ 16 ଜଣ ଭାରତୀୟ ପର୍ଯ୍ୟଟକ ରହିଥିବା ଜଣାପଡିଛି । ଇଜିପ୍ଟରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ଦୁର୍ଘଟଣାକୁ ସ୍ବୀକାର କରାଯିବା ସହିତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଇଜିପ୍ଟର ଏନ୍‌ ସୋଖ୍‌ନାରେ ଶନିବାର ଏହି ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ୍‌କୁ ଧକ୍କା ଦେବା ପରେ ମିନିବସ୍‌ଟି ଓଲଟି ପଡିଥିଲା । ଆହତ ମାନଙ୍କୁ ସୁଏଜ୍‌ ଏବଂ କାଇରୋର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)