Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଲୋକସଭା ନିର୍ବାଚନ-୨୦୨୪: ପ୍ରଥମ ପର୍ଯ୍ୟାୟରେ ୧୦୨ ଟି ଆସନ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଗତ ୧୬ ତାରିଖରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଥିଲେ। ତେବେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି

ଏହି ପ୍ରରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟରେ ୧୦୨ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତୁ ଜାଣିବା ପ୍ରଥମ ପର୍ଯ୍ୟାୟରେ କେଉଁ ରାଜ୍ୟରେ କେତୋଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ…..

ଉତ୍ତରପ୍ରଦେଶ- ୮ଟି ଆସନ

ବିହାର- ୫ ଟି ଆସନ

ପଶ୍ଚିମବଙ୍ଗ- ୫ ଟି ଆସନ

ଉତ୍ତରାଖଣ୍ଡ- ୫ ଟି ଆସନ

ଅରୁଣାଚଳ ପ୍ରଦେଶ- ୨ ଟି ଆସନ

ଆସାମ- ୪ ଟି ଆସନ

ମଣିପୁର- ୪ ଆସନ

ମେଘାଳୟ- ୨ ଆସନ

ମିଜୋରାମ- ୨ ଆସନ

ନାଗାଲାଣ୍ଡ- ୨ ଆସନ

ସିକ୍କିମ- ୨ ଆସନ

ତ୍ରିପୁରା- ୨ ଆସନ

ଆଣ୍ଡାମାନରେ ନିକୋବର- ୧ ଆସନ

ଲକ୍ଷ୍ମୀଦୀପ- ୧ ଆସନ

ପୁଡୁଚେରୀ- ୧ ଆସନ

ତାମିଲନାଡୁ-  ୩୯ଟି ଆସନ

ରାଜସ୍ଥାନ- ୧୨ଟି ଆସନ

ମଧ୍ୟପ୍ରଦେଶ- ୬ ଟି ଆସନ

ମହାରାଷ୍ଟ୍ର- ୫ଟି ଆସନ ପାଇଁ ଭୋଟ ଗ୍ରହଣ ହେବ।

ଉଲ୍ଲେଖ ଯୋଗ୍ୟ ଯେ, ଏହି ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏପ୍ରିଲ ୧୯ରେ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ଫଳାଫଳ ଜୁନ ୪ରେ ଘୋଷଣା କରାଯିବ।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ କମିଶନରଙ୍କ ବଡ ପଦକ୍ଷେପ, ପଶ୍ଚିମବଂଗ ଡିଜି ହଟିଲେ, ୬ ଟି ରାଜ୍ୟର ଗୃହ ସଚିବଙ୍କ ବଦଳି

ନୂଆଦିଲ୍ଲୀ: ଆଜି ଭାରତ ନିର୍ବାଚନ କମିଶନର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଶନିବାର ଦିନ ଦେଶରେ ନିର୍ବାଚନ ତାରିଖ ଘୋଷଣା ପରେ ଆଜି ବିଭିନ୍ନ ରାଜ୍ୟର ସରକାରୀ ଅଧିକାରୀଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ସେହି ଅନୁସାରେ ନିର୍ବାଚନ କମିଶନର ପଶ୍ଚିମବଂଗ ପୋଲିସ ଡିଜି ରାଜୀବ କୁମାରଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି।

ରାଜୀବ କୁମାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ବେଶ ଘନିଷ୍ଠ ଭାବେ ପରିଚିତ। ସେ ନିର୍ବାଚନ ପରିଚାଳନାରେ କିଛି ପକ୍ଷପାତିତା କାର୍ଯ୍ୟ କରିବା ସନ୍ଦେହରେ ତାଙ୍କୁ ଡିଜି ପଦରୁ ହଟାଇ ଦିଆଯାଇଛି। ସେହିପରି ଗୁଜୁରାଟ, ବିହାର ଏବଂ ଉତ୍ତରପ୍ରଦେଶ, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତରାଖଣ୍ଡର ଗୃହ ସଚିବଙ୍କୁ ହଟାଇବା ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନ ସଂପର୍କିତ କୌଣସି କାର୍ଯ୍ୟରେ ସେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସେହି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ହିମାଚଳ ପ୍ରଦେଶ ଏବଂ ମିଜୋରାମର ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କୁ ମଧ୍ୟ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାର ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନରେ ​​ବାହୁବଳର ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ: ସିଇସି

ନୂଆଦିଲ୍ଲୀ: ସାମ୍ବାଦିକ ସମ୍ମିଳନୀରେ ସିଇସି ରାଜୀବ କୁମାର କହିଛନ୍ତି ଯେ, ବିବାଦୀୟ ପ୍ରାର୍ଥୀଙ୍କୁ ଖବରକାଗଜରେ ଘୋଷଣା କରିବାକୁ ପଡ଼ିବ। ନିର୍ବାଚନରେ ​​ହିଂସା ପାଇଁ ସ୍ଥାନ ରହିବା ଉଚିତ୍ ନୁହେଁ। ନିରପେକ୍ଷ ତଥା ହିଂସା ମୁକ୍ତ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ପ୍ରତିବଦ୍ଧ। ଟଙ୍କା, ମଦ ଏବଂ ଉପହାର ବଣ୍ଟନ କରିବାକୁ ଦିଆଯିବ ନାହିଁ।

ସେ କହିଛନ୍ତି ଯେ, ୧୨ ଟି ରାଜ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ଅଧିକ ଅଛନ୍ତି। ନିର୍ବାଚନ ଆୟୋଗ ସୋସିଆଲ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖିବେ। ନିର୍ବାଚନରେ ​​ବାହୁବଳର ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ କମିଶନରଙ୍କ ସରକାରଙ୍କୁ ତାଗିଦ, ଗୋଟିଏ ସଂସଦୀୟ କ୍ଷେତ୍ରର ଜିଲ୍ଲା ମଧ୍ୟରେ ବଦଳି ମନା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା ଅଧିକାରୀମାନଙ୍କ ବଦଳୀ ଉପରେ ନିର୍ବାଚନ ଆୟୋଗ ରାଜ୍ୟମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟମାନଙ୍କ ଦ୍ୱାରା ଯେଉଁ ଅଧିକାରୀମାନଙ୍କୁ ବଦଳୀ କରାଯାଉଛି ଯେପରି ସମାନ ସଂସଦୀୟ କ୍ଷେତ୍ରରେ ଥିବା ଗୋଟିଏ ଜିଲ୍ଲାରୁ ଅନ୍ୟ ଗୋଟିଏ ଜିଲ୍ଲାକୁ ଅଧିକାରୀଙ୍କ ବଦଳୀ ନ ହୁଏ।

ସେଥିପ୍ରତି ସଂପୃକ୍ତ ରାଜ୍ୟ ସରକାର ନଜର ରଖିବା ଦରକାର ଓ ଏହି ନିର୍ଦ୍ଦେଶାବଳୀକୁ ଠିକ୍‌ ଭାବେ ପାଳନ କରିବା ପାଇଁ ନିର୍ବାଚନ ଆୟୋଗ ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନର ପ୍ରଚଳିତ ନିୟମାନୁସାରେ ଜଣେ ଅଧିକାରୀ ନିଜ ଗୃହ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି କିମ୍ବା ତିନିବର୍ଷରୁ ଅଧିକ ଦିନ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ସେମାନଙ୍କୁ ଅନ୍ୟତ୍ର ବଦଳୀ କରାଯାଉଛି।

ନିର୍ବାଚନ ଆୟୋଗଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ବାଚନ ପୂର୍ବରୁ ଯେଉଁ ଅଧିକାରୀମାନଙ୍କର ଗୋଟିଏ ସ୍ଥାନରେ ତିନିବର୍ଷ ପୂରଣ ହୋଇଯାଇଛି, ସେମାନଙ୍କୁ ସଂସଦୀୟ କ୍ଷେତ୍ର (ପି.ସି) ବାହାର ଜିଲ୍ଲାକୁ ବଦଳୀ କରାଯିବ ଏବଂ ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଆଗୁଆ ନିର୍ବାଚନ !! ଓଡିଶା ଆସିବେ ଭାରତ ନିର୍ବାଚନ କମିଶନଙ୍କ ଏକ ବରିଷ୍ଠ ଟିମ୍

ଭୁବନେଶ୍ବର: ଆସନ୍ତା ୧୩ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଭାରତ ନିର୍ବାଚନ କମିଶନଙ୍କ ଏକ ବଡ ଟିମ। ଏହି ଟିମ ଓଡିଶାରେ ସବୁ ଜିଲ୍ଲାପାଳଙ୍କ ସହିତ ବୈଠକ କରିବେ। ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସେ ବିସ୍ତୁତ ଆଲୋଚନା କରିବେ। ଏହିପରି ଏକ ସୂଚନା ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ମିଳିବା ପରେ ଓଡିଶା ରାଜନୀତିରେ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଶ୍ନ ଉଠିଛି ଯେ, ସତରେ କଣ ଆଗୁଆ ନିର୍ବାଚନ ହେବ କି ?

ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ ଭାରତ ନିର୍ବାଚନ କମିଶନରଙ୍କ ଏକ ବରିଷ୍ଠ ଅଧିକାରୀ ଦଳ ଓଡିଶା ଆସିବେ। ସେଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ସେ କହିଛନ୍ତି ଯେ, ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଓଡିଶାରେ ଯେତେ ପରିମାଣର ଇଭିଏମର ଆବଶ୍ୟକ ତାହା ପହଞ୍ଚି ସାରିଛି। ସେହିପରି ଭିଭିପାଟ ମଧ୍ୟ ମହଜୁଦ ରହିଛି। କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟ ମଧ୍ୟ ଜାରୀ ରହିଛି।

ତେବେ ସେ ଆଉ ଏକ ଗୁରୁତ୍ବ ପୂର୍ଣ୍ଣ କଥା କହିଲେ। ତାହା ହେଲା ଯେ, ନଭେମ୍ବର ୧୫ ତାରିଖ ପରେ ଯେତେବେଳେ ନିର୍ବାଚନ ହେଲେ ମଧ୍ୟ ଆମେ ପ୍ରସ୍ତୁତ। କାରଣ ନଭେମ୍ବର ସୁଦ୍ଧା ଆମର ସମସ୍ତ ପ୍ରସ୍ତୁତି ଶେଷ ହେବ। ଏହି ଉକ୍ତି ପରେ ଓଡିଶାରେ ଡିସେମ୍ବର ମାସରେ ନିର୍ବାଚନ ହେବାର ସମ୍ଭାବନାକୁ ଆହୁରି ଦୃଢିଭୂତ କରିବାରେ ଲାଗିଛି।

ଚର୍ଚ୍ଚା ଅନୁସାରେ ସେପ୍ଟେମ୍ବରରେ ବିଧାନସଭା ଭାଙ୍ଗିବ ଏବଂ ଡିସେମ୍ବରରେ ଅନ୍ୟ ପାଞ୍ଚ ରାଜ୍ୟ ସହିତ ଓଡିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ। ତେବେ ଓଡିଶାରେ ଡିସେମ୍ବରରେ ନିର୍ବାଚନ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି ଶ୍ରୀ ଧଳ କହିଛନ୍ତି। ତେବେ ନିର୍ବାଚନ କମିଶନରଙ୍କ ଟିମ ଏବେ କାହିଁକି ଆସୁଛନ୍ତି ବୋଲି ପ୍ରଶ୍ନ କରିବା ପରେ ସେ କହିଥିଲେ ଯେ ଏହା ନିୟମିତ କାର୍ଯ୍ୟ। ନିର୍ବାଚନ ପ୍ରସ୍ତୁତି ତଦାରଖ କରିବାକୁ ଆସୁଛନ୍ତି।

ରାଜ୍ୟ ନିର୍ବାଚନ କମିଶନର ଯେପରି ପ୍ରସ୍ତୁତ ହେଉଛନ୍ତି, ସେହିପରି ରାଜ୍ୟର ସମସ୍ତ ରାଜନୈତିକ ଦଳ ମଧ୍ୟ ପ୍ରସ୍ତୁତ ବୋଲି ସ୍ବୀକାର କରିଛନ୍ତି। କଂଗ୍ରେସ କହିଛି ଯେ, ବର୍ତ୍ତମାନ ତାଙ୍କ ଦଳ ରାଜ୍ୟର ତୃଣମୂଳ ସ୍ତରରେ କାମ ଆରମ୍ଭ କରିଦେଇଛି। କର୍ମିମାନେ ଲୋକ ସଂପର୍କ ଯୋଡିବାରେ ଲାଗିଛନ୍ତି। ତେଣୁ ଓଡିଶାରେ ଯେଉଁ ମୂର୍ହୁତରେ ନିର୍ବାଚନ ହେଲେ ମଧ୍ୟ ଆମେ ସମ୍ମୁଖୀନ ହେବାରେ କୌଣସି ଅସୁବିଧା ନାହିଁ ବୋଲି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

ସେହିପରି ବିଜେଡି ଏବଂ ବିଜେପି ତରଫରୁ ମଧ୍ୟ ବିଭିନ୍ନ ସମୟରେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଆସୁଛନ୍ତି। ବିଜେଡି କହିଛି ଯେ, ଓଡିଶାରେ ବିଜୁ ଜନତା ଦଳ ଲୋକଙ୍କର ସେବା କରିଆସିଛି, ଲୋକଙ୍କ ପ୍ରିୟଭାଜନ ହୋଇଛି, ସେଥିପାଇଁ ଯେତେବେଳେ ନିର୍ବାଚନ ହେଲେ ମଧ୍ୟ ବିଜୁ ଜନତା ଦଳ ବିପୁଳ ଭୋଟରେ ବିଜୟ ଲାଭ କରି ପୁଣି ରାଜ୍ୟର ଶାସନ ଭାର ଗ୍ରହଣ କରିବ। ସେହିପରି ବିଜେପି ମଧ୍ୟ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ସଭାପତି ମନମୋହନ ସାମଲ କହିଛନ୍ତି।

ସବୁ ରାଜନୈତିକ ଦଳ, ନିର୍ବାଚନ କମିଶନର ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ବେଳେ ଭୋଟରମାନେ କାହାକୁ ଭୋଟ ଦେବେ ସେଥିପାଇଁ ସେମାନେ ପ୍ରସ୍ତୁତ ହୋଇଛନ୍ତି କି ନାହିଁ ତାହା ଜଣାପଡି ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଜାନୁୟାରୀ 22 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହେଲା ଶାରୀରିକ ସମାବେଶ, ଶୋଭାଯାତ୍ରା କଟକଣା

ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଶାରୀରିକ ସମାବେଶ ଏବଂ ରୋଡ୍ ସୋ ଉପରେ ପ୍ରତିବନ୍ଧକ ବଢାଇ ଦେଇଛନ୍ତି। ତେବେ ନିର୍ବାଚନ କମିଶନର ରାଜନୈତିକ ଦଳଗୁଡିକ ପାଇଁ ଏକ ସୁବିଧା ପ୍ରଦାନ କରିଛନ୍ତି। ତାହା ହେଲା ହଲ ଭିତରେ 50 ପ୍ରତିଶତ କ୍ଷମତାରେ ସଭା କରିପାରିବେ। ଅନ୍ୟପକ୍ଷରେ ତିନିଶହ ଲୋକଙ୍କୁ ନେଇ ସଭା କରିପାରିବେ। ତେବେ କମିସନର ଯେତେବେଳେ ଅନୁମତି ପ୍ରଦାନ କରିବେ ସେତେବେଳେ ଏହା ଲାଗୁ ହେବ।

Categories
ଫଟୋ ଖବର

ଭୋଟ ଦାନ ପରେ ପତ୍ନୀଙ୍କ ସହିତ ଆଙ୍ଗୁଠି ଦେଖାଉଛନ୍ତି ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା

New Delhi: Election Commissioner Sushil Chandra and his wife show their inked fingers after casting their votes for Delhi Assembly elections 2020 at Wonderland Kids School in Delhi’s New Moti Bagh on Feb 8, 2020. (Photo: IANS/PIB)