Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ ଆଘାତରେ ଓ୍ବେଲ୍ଡର ମୃତ

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ବଜାରରେ ଦୀର୍ଘଦିନ ହେବ ଓ୍ବେଲ୍ଡିଂ ଦୋକାନ କରିଥିବା ହେମନ୍ତ ପାତ୍ର(୫୬)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ହେମନ୍ତଙ୍କ ଘର କୁଜଙ୍ଗ ବ୍ଲକ୍‌ର ବାଲିଆ ଗ୍ରାମରେ ବୋଲି ଜଣାପଡିଛି । ବୁଧବାର ଅପରାହ୍ନ ଗୋଟାଏ ସମୟରେ ଏହି ଅଘଟଣ ଘଟିଥିଲା । ଦୋକାନ ମଧ୍ୟରେ ଥିବାବେଳେ କୌଣସି କାରଣରୁ ହେମନ୍ତଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଫଳରେ ସେ ସଜ୍ଞାହୀନ ହୋଇସେଠାରେ ପଡ଼ିଯାଇଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ଲୋକମାନେ କୁଜଙ୍ଗ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।

Categories
ଆଞ୍ଚଳିକ ରାଜ୍ୟ ଖବର

ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀଙ୍କ ପ୍ରାଣହାନି

ସମୀକ୍ଷା ବ୍ୟୁରୋ
ସାନଖେମୁଣ୍ଡି : ବିଦ୍ୟୁତ୍‌ ଆଘାତରେ ସାନଖେମୁଣ୍ଡିର ଜଣେ ଚାଷୀ ପ୍ରାଣ ହରାଇଛନ୍ତି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ପଞ୍ଚାୟତର ସନ୍ତୋଷ କୁମାର ପାଢ଼ୀ(55) ନିଜ ଜମିରେ ପାଣି ମଡାଇବାକୁ ଯାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ବିଦ୍ୟୁତ୍‌ ଆଘାତରେ ଗୁରୁତର ସନ୍ତୋଷଙ୍କୁ ତୁରନ୍ତ ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍‌ ପକ୍ଷରୁ ତଦନ୍ତ ପରେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁରକୁ ପଠାଇ ଦିଆଯାଇଛି ।

Categories
ଆଞ୍ଚଳିକ

ମୋବାଇଲ ଚାର୍ଜ ବସାଉଥିବା ବେଳେ ଦୁର୍ଘଟଣା : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ସମୀକ୍ଷା ବ୍ୟୁରୋ, କଳାହାଣ୍ଡି,16/12: ଧର୍ମଗଡ଼ ଥାନା ଅନ୍ତର୍ଗତ ମେର୍ଘରା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତରେ ସୁରେନ୍ଦ୍ର ମାଝୀ ନାମକ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୋବାଇଲ ଚାର୍ଜରେ ବସାଉଥିବା ସମୟରେ ସୁରେନ୍ଦ୍ର ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସୁରେନ୍ଦ୍ରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପୋଲିସ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।