Categories
ଆଜିର ଖବର

ସମାଜବାଦୀ ରାସ୍ତାରେ କଂଗ୍ରେସ: ବୈଦ୍ୟୁତିକ ଗଣମାଧ୍ୟମଠାରୁ ଦୂରରେ ରହିବେ କଂଗ୍ରେସ ପ୍ରବକ୍ତା

ଚଳିତ ସପ୍ତଦଶ ଲୋକସଭା ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟ ପରେ ସମାଜବାଦୀ ପାର୍ଟିର ରାସ୍ତା ଆପଣେଇବାର ନିଷ୍ପତ୍ତି ନେଇଛି କଂଗ୍ରେସ ଦଳ। ଦଳର କୌଣସି ବି ପ୍ରବକ୍ତା ଜାତୀୟ ଗଣମାଧ୍ୟମରେ ଅନୁଷ୍ଠିତ କୌଣସି ବିତର୍କରେ ଭାଗ ନେଇ ପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ଗୁରୁବାର ଦିନ ଏଆଇସିସି ମିଡିଆ ଦାୟିତ୍ବରେ ରହିଥିବା ରଣଦୀପ ସୁର୍ଜେଓ୍ବାଲା ସୋସିଆଲ ମିଡିଆ ଜରିଆରେ ଏହି ଘୋଷଣା କରିଛନ୍ତି। ଟ୍ବିଟ୍ଟର ଜରିଆରେ ସୁର୍ଜେଓ୍ବାଲା ଘୋଷଣା କରିଛନ୍ତି କି ଆସନ୍ତା ଏକ ମାସ ପର୍ଯ୍ୟନ୍ତ କଂଗ୍ରେସର କୌଣସି ପ୍ରବକ୍ତା କୌଣସି ଗଣମାଧ୍ୟମର ବିତର୍କରେ ଅଂଶଗ୍ରହଣ କରି ପାରିବେ ନାହିଁ। ସମସ୍ତ ମିଡିଆ ଚ୍ୟାନେଲ୍‌ ଏବଂ ସମ୍ପାଦକ ମାନଙ୍କୁ ଅନୁରୋଧ କୌଣସି କଂଗ୍ରେସ କର୍ମୀଙ୍କୁ ବିତର୍କକୁ ଆମନ୍ତ୍ରଣ କରନ୍ତୁ ନାହିଁ।