Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

କରୋନାରେ 41ଜଣଙ୍କ ମୃତ୍ୟୁ ପରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲା ଆମେରିକା

ଆମେରିକା : ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ଭୟଙ୍କର କରୋନା ଯୋଗୁଁ 41 ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଆମେରିକାର ୪୬ଟି ରାଜ୍ୟ ଏବଂ ୱାସିଂଟନ, ଡିସିରେ କରୋନା ପ୍ରତିକାର ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସଙ୍କଟ ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଏ ବାବଦରେ ଦେଶର ଆଇନ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ କ୍ଷମତା ଅର୍ପଣ କରାଯାଇଛି । ଆମେରିକାରେ ୧୯ଟି ରାଜ୍ୟରେ ଏବେ କରୋନା କାୟା ବିସ୍ତାର କରିଛି। କରୋନା ସହ ଲଢିବା ପାଇଁ 37 ହଜାର କୋଟି ଟଙ୍କାର ଘୋଷଣା କରିଛନ୍ତି ଟ୍ରମ୍ପ୍‌। ଏତଦ୍‌ବ୍ୟତୀତ ଟ୍ରମ୍ପ୍‌ ନିଜର କୋରାନା ଯାଞ୍ଚ କରିବେ ବୋଲି କହିଛନ୍ତି ।

ଆମେରିକାରେ ଦୁଇହଜାରରୁ ଉର୍ଦ୍ଧ୍ବ  ଲୋକେ ଏହି ଭାଇରସ୍‌ କବଳରେ କବଳିତ। ନିକଟରେ ଟ୍ରମ୍ପ୍‌ ବ୍ରାଜିଲ୍‌ର ରାଷ୍ଟ୍ରପତି ଜାୟର୍‌ ବୋଲ୍ସୋନାରୋଙ୍କ ସହ ସାକ୍ଷାତ କରିଥିଲେ। ମିଳିଥିବା ସୂଚନା ଅନୁସାରେ ତାଙ୍କ ପ୍ରତିନିଧିମଣ୍ଡଳରେ ରହିଥିବା ଜଣେ ଅଧିକାରୀଙ୍କ ନିକଟରୁ କରୋନା ପଜିଟିଭ୍‌ ମିଳିଛି। ସେହିପରି ଇଭାଙ୍କାଙ୍କ ଉପରେ ମଧ୍ୟ କରୋନା ବିପଦ ରହିଛି। କାରଣ ଇଭାଙ୍କା ଅଷ୍ଟ୍ରେଲିଆର ଗୃହ ମନ୍ତ୍ରୀ ପିଟର ଡଟନଙ୍କ ନିକଟରେ ସାକ୍ଷାତ କରିଥିଲେ। ପିଟର ଡଟନ୍‌ ଏବେ କରୋନାରେ ସଂକ୍ରମିତ ହୋଇଙଛନ୍ତି।

ସୂଚନାଯୋଗ୍ୟ, ଚୀନ୍‌ର ବୁହାନ ସହରରୁ ବ୍ୟାପିଥିବା କରୋନା ଭାଇରସ୍‌ ଏବେ ବିଶ୍ବ ମହାମାରୀ ରୂପେ ଉଭା ହୋଇଛି। ଆମେରିକା ଓ ଭାରତ ସମେତ 100ରୁ ଉର୍ଦ୍ଧ୍ବ ଦେଶ ଏହି ଭାଇରସ କବଳରେ କବଳିତ ହୋଇଛି।

Categories
ଆଜିର ଖବର

ଇଷ୍ଟର ଆକ୍ରମଣ ମାମଲା : ଶ୍ରୀଲଙ୍କାରେ ଜରୁରୀକାଳୀନ ପରସ୍ଥିତିର ଅବଧି ବଢିଲା

ଇଷ୍ଟର ଆକ୍ରମଣ ପରେ ଶ୍ରୀଲଙ୍କାରେ ଲାଗି ରହିଥିବା ଜରୁରୀ କାଳୀନ ପରସ୍ଥିତିର ଅବଧି ବଢାଯାଇଛି। ଶନିବାର ରାଷ୍ଟ୍ରପତି ମୈତ୍ରିପାଲା ଶିରିସେନା ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଶନିବାର ଏହି ଜରୁରୀ କାଳୀନ ପରସ୍ଥିତିର ଅବଧି ଶେଷ ହେବାକୁ ଥିବା ବେଳେ ଏହାକୁ ପୁନର୍ବାର ବଢାଇଛନ୍ତି ରାଷ୍ଟ୍ରପତି। ଜରୁରୀ କାଳୀନ ପରସ୍ଥିତି ସମୟରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ରାଷ୍ଟ୍ରର ସୁରକ୍ଷା ପାଇଁ ଏହା ଆବଶ୍ୟକ ବୋଲି କହିଛନ୍ତି ଶିରିସେନା। ଏହି ସମୟସୀମା ମଧ୍ୟରେ ଶ୍ରୀଲଙ୍କାରେ ୧୦୦ରୁ ଅଧିକଙ୍କୁ ଗିରଫ କରାଯାଇଥିବା ତନ୍ମଧ୍ୟରୁ ୧୦ରୁ ଅଧିକ ମହିଳା ରହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ, ଇଷ୍ଟର ଅବସରରେ ଶ୍ରୀଲଙ୍କାରେ ଘଟିଥିବା ବିସ୍ଫୋରଣରେ ୨୫୮ ଜଣଙ୍କ ପ୍ରାଣହାନି ଘଟିଥିଲା। ଆସନ୍ତା ଦଶ ଦିନ ମଧ୍ୟରେ ସଂସଦୀୟ ଅଧିବେଶନ ଆରମ୍ଭ ପୂର୍ବରୁ ଜରୁରୀ କାଳୀନ ବ୍ୟବସ୍ଥା ଉଠାଯିବ ବୋଲି ସୂଚନା ଦେଇଛନ୍ତି ଶିରିସେନା।