Categories
ଆଜିର ଖବର ଜାତୀୟ ଖବର

ବାସ୍ତିଲ ଦିବସ ସମାରୋହକୁ ନିମନ୍ତ୍ରଣ ଜଣାଇଥିବାରୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜୁଲାଇ ୧୪ରେ ଫ୍ରାନ୍ସର ବାସ୍ତିଲ ଦିବସ ସମାରୋହରେ ସମ୍ମାନିତ ଅତିଥି ହେବେ।

ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଇମାନୁଏଲ ମାକ୍ରନଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଧନ୍ୟବାଦ ମୋର ବନ୍ଧୁ @EmmanuelMacron! ବାସ୍ତିଲ ଦିବସ ଓ ଆପଣ ତଥା ଫ୍ରେଞ୍ଚ ଲୋକଙ୍କ ସହ ଆମ ରଣନୈତିକ ଭାଗିଦାରୀ ସମାରୋହ ପାଳନ ପାଇଁ ଆଶାବାଦୀ।”