Categories
ଆଜିର ଖବର ଜାତୀୟ ଖବର

ନୂଆ କର୍ମଚାରୀଙ୍କ ପିଏଫ୍‌ ଦେବ କେନ୍ଦ୍ର

ନୂଆଦିଲ୍ଲୀ: କରୋନାରେ ଚାକିରି ହରାଇଥିବା ଲୋକଙ୍କୁ ଚାକିରି ଦେବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଯେଉଁ ସଂସ୍ଥା ନୂଆ ଚାକିରି ଦେବ, ସମ୍ପୃକ୍ତ କର୍ମଚାରୀଙ୍କ ପିଏଫ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ଉଭୟ ଚାକିରିଆ ଓ ଚାକିରିଦାତାଙ୍କ ଭାଗ 12+12% ଫିଏଫ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯିବ। 1 ହଜାରରୁ ଅଧିକ ଷ୍ଟାଫ ଓ 15 ହଜାର କମ ଦରମା କର୍ମଚାରୀଙ୍କୁ ଏହି ସୁବିଧା ଦିଆଯିବ । 50ରୁ କମ ଥିବା ସଂସ୍ଥାର 2 ନବନିଯୁକ୍ତ କର୍ମଚାରୀଙ୍କୁ କେନ୍ଦ୍ର ସରକାର ପିଏଫ ଦେବେ । ସେହିପରି 50ରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର 5 ନବନିଯୁକ୍ତଙ୍କୁ କେନ୍ଦ୍ର ସରକାର ପିଏଫ ଦେବେ । ଦୁଇ ବର୍ଷରେ ପିଏଫ କେନ୍ଦ୍ର ଭରିବାକୁ ଥିବାବେଳେ ଏ ବାବଦରେ ମୋଟ 22 ହଜାର 810 କୋଟି ଟଙ୍କା ଖର୍ଚ୍ଚ ହେବ ।

Categories
ଆଜିର ଖବର

ଅଭିବୃଦ୍ଧି, ରୋଜଗାର ଓ ସୁରକ୍ଷାକୁ ନେଇ ମୋଦି ସରକାର ଗଠନ କଲେ ନୂଆ କମିଟି

ରୋଜଗାର ବିଷୟକୁ ନେଇ ମୋଦି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ରୋଜଗାର ସ୍ତରକୁ ଦେଖି ଏକ କ୍ୟାବିନେଟ୍‌ କମିଟି ଗଠନ କରିଛନ୍ତି। ଏହା ସହିତ ପ୍ରଥମଥର ପାଇଁ ବିକାଶ, ନିବେଶ ଓ ସ୍କିଲ୍‌ ଡେଭଲପ୍‌ମେଣ୍ଟକୁ ନେଇ ମଧ୍ୟ ଏକ କମିଟି ଗଠନ କରାଯାଇଛି। ରୋଜଗାର ଓ କୌଶଲ ବିକାଶ କ୍ୟାବିନେଟ୍‌ କମିଟିରେ ପିଏମ୍‌ ମୋଦିଙ୍କ ବ୍ୟତୀତ ଅମିତ୍‌ ଶାହା, ପୀୟୁଷ ଗୋଏଲ୍‌, ନରେନ୍ଦ୍ର ସିଂ ତୋମାର, ମହେନ୍ଦ୍ର ପାଣ୍ଡେ, ସନ୍ତୋଷ ଗଙ୍ଗଓ୍ବାର, ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ ସାମିଲ୍‌ ରହିଛନ୍ତି। ସେହିପରି ନିବେଶ ଓ ବିକାଶକୁ ନେଇ ଗଠିତ କ୍ୟାବିନେଟ୍‌ କମିଟିରେ ପିଏମ୍‌ ମୋଦିଙ୍କ ବ୍ୟତୀତ ନୀତିନ୍‌ ଗଡକାରୀ, ପୀୟୂଷ ଗୋଏଲ୍‌, ଅମିତ୍‌ ଶାହା ଓ ନିର୍ମଳା ସୀତାରମଣ ରହିଛନ୍ତି। ସେହିପରି ସରକାର ସୁରକ୍ଷା ମାମଲାର କ୍ୟାବିନେଟ୍ କମିଟି ଅର୍ଥାତ ସିସିଏସର ନୂତନ ଭାବେ ଗଠନ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସାମିଲ। ଏହି ସମସ୍ତ କମିଟିର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ କରିବେ।