ମୁମ୍ବାଇ: ମହାରାଷ୍ଟ୍ରର ଗଢଚିରୋଲିରେ ନକ୍ସଲମାନଙ୍କ ସହ ହୋଇଥିବା ଏନକାଉଣ୍ଟରରେ ପୋଲିସ ବଡ଼ ସଫଳତା ହାସଲ କରିଛି। ଏହି ମୁକାବିଲାରେ ସି-୬୦ କମାଣ୍ଡୋଙ୍କ ଦ୍ଵାରା ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ଗଢଚିରୋଲି ଜିଲ୍ଲାର ଏସପି ଙ୍କ ଅନୁଯାୟୀ ସୋମବାର ଅପରାହ୍ନରେ ତେଲେଙ୍ଗାନା ରାଜ୍ୟ କମିଟିର କିଛି ସଦସ୍ୟ ଆସନ୍ତା ଲୋକସଭା ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଷଡଯନ୍ତ୍ର କରିଥିବା ନେଇ ଗୁପ୍ତ ସୂଚନା ମିଳିଥିଲା। ଏହା ପରେ ସୂଚନା ମିଳିଥିଲା ଯେ, ନକ୍ସଲମାନଙ୍କ ଏକ ଦଳ ତେଲେଙ୍ଗାନାରୁ ଗଢଚିରୋଲିର ପ୍ରାଣହିତା ନଦୀ ପାର ହୋଇ ଜିଲ୍ଲାକୁ ଆସିଥିଲେ।
ସୂଚନା ପାଇବେ ମାତ୍ରେ ଅତିରିକ୍ତ ଏସପି ଆପ୍ସ ୟତିଶ ଦେଶମୁଖଙ୍କ ନେତୃତ୍ୱରେ ଅହେରୀ ସବ୍ ପୋଲିସ୍ ମୁଖ୍ୟାଳୟରୁ ସି-୬୦ ଏବଂ CRPF QAT ର ଅନେକ ଟିମ୍ ପଠାଯାଇଥିଲା। ଆଜି ସକାଳେ ଏସପିଏସ୍ ରେପନପାଲ୍ଲୀ ଠାରୁ ୫ କିଲୋମିଟର ଦୂରରେ ଥିବା କୋଲାମର୍କା ପର୍ବତରେ ତଲାସି ନେବା ବେଳେ ନକ୍ସଲମାନେ ଯବାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ, ଯେଉଁଥିରେ ଯବାନମାନେ ପାଲଟା ଆକ୍ରମଣ କରି ୪ ଜଣ ନକ୍ସଲଙ୍କୁ ହତ୍ୟା କରିଥିଲେ।
୪ ଜଣ ପୁରୁଷ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଫାୟାରିଂ ସ୍ଥାନରୁ ଗୋଟିଏ ଏକେ୪୭, ୧ କାର୍ବାଇନ୍ ଏବଂ ୨ ଦେଶୀ ପିସ୍ତଲ, ନକ୍ସଲାଇଟ୍ ସାହିତ୍ୟ ଏବଂ ଆସେସୋରିଜ୍ ମଧ୍ୟ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଏହି ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନ ଚାଲିଛି।