ଭୁବନେଶ୍ବର : କିଛି ଦିନର ବିରତି ପରେ ପୁଣି ରାଜଧାନୀରେ ମାତିଲେ ଗଞ୍ଜେଇ ବେପାରୀ । ଭୁବନେଶ୍ୱରରୁ 4 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ହୋଇଥିବା ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି । ଦୁଇ ଯୁବକ ଭଦ୍ରକରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବ୍ୟବସାୟ କରୁଥିଲେ । ଏନେଇ ଖବର ପାଇବାପରେ ଆଜି ସକାଳେ ଖଣ୍ଡଗିରି ଅଞ୍ଚଳରେ ଥିବା ସେମାନଙ୍କ ଭଡା ଘରେ ଚଢାଉ କରିଥିଲା ପୋଲିସ୍ । ସେଠାରୁ ଗଞ୍ଜେଇ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ ।
Tag: engineering students
ସଞ୍ଜୟ କର
ଖୋର୍ଦ୍ଧା: ସମଗ୍ର ଦେଶରେ ତଥା ରାଜ୍ୟରେ ତାଲାବନ୍ଦ ଯୋଗୁଁ ଏକ ପ୍ରକାର ପିଲାମାନଙ୍କର ପାଠ ପଢା ଠପ୍ ହୋଇଯାଇଛି। ଶିକ୍ଷା ବ୍ୟବସ୍ଥାରେ ଏକ ପ୍ରକାର ତାଲା ପଡ଼ିଯାଇଛି କହିଲେ ଅତୁକ୍ତି ହେବ ନାହିଁ। ଏପରିସ୍ଥଳେ ରାଜ୍ୟସରକାରଙ୍କ ନିର୍ଦ୍ଦେଶାବଳୀରେ ଅନଲାଇନ୍ ପାଠ୍ୟକ୍ରମ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ବିଦ୍ୟାଳୟ ସ୍ତରରୁ ନେଇ କଲେଜ ସ୍ତର ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଡ଼ି ହେବା ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି।
ଦେଶର ଏପରି ଏକ ଅଭାବନୀୟ ସମୟରେ ପିଲାମାନଙ୍କୁ ପାଠ ପଢାଇବାପାଇଁ ଆଗେଇ ଆସିଛନ୍ତି ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଅଧ୍ୟାପକ ସଞ୍ଜୟ କୁମାର ମହାପାତ୍ର। ସର୍ବ ପ୍ରଥମେ ସଞ୍ଜୟ ଉକ୍ତ କଲେଜର ସମସ୍ତ ପିଲାମାନଙ୍କର ହ୍ୱାଟ୍ସଅପ୍ ନମ୍ବର ସଂଗ୍ରହ କରି ଏକ ଗୃପ୍ ମାଧ୍ୟମରେ କ୍ଳାସ୍ ଅନୁସାରେ ବହି ଗୁଡ଼ିକର ପିଡ଼ିଏଫ୍ କପିକୁ ଅପଲୋଡ଼ କରି ଉକ୍ତ ଗ୍ରୁପ୍ ରେ ଛାଡିଥିଲେ ଏବଂ ପରେ ପରେ ତାକୁ ଇଉଟ୍ୟୁବ୍ ମାଧ୍ୟମରେ ଭିଡ଼ିଓ ଅପଲୋଡ଼ କରି ଶିକ୍ଷା କ୍ଷେତ୍ରରେ ସୁଧାର ଆଣିପାରିଛନ୍ତି।
ତାଲାବନ୍ଦ ସମୟରେ କିଭଳି ପିଲାମାନଙ୍କର ବହୁମୂଲ୍ୟ ସମୟ ନଷ୍ଟ ନ ହେଉ ଏହା କୁ ଆଖି ଆଗରେ ରଖି ସେ ଏକ ଅଭିନବ ଉପାୟ ଆପଣେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଗତ ୪ ଦିନ ହେଲା ଏହାକୁ ସେ କାର୍ଯ୍ୟକାରୀ କରିଥିବା ବେଳେ ପିଲାଙ୍କ ମଧ୍ୟରେ ଏହା ବେଶ୍ ଆଦୃତ ହୋଇଥିବା ଜଣାପଡିଛି। ଏହି ଶିକ୍ଷକଙ୍କର ଏପରି ଅଭିନବ ପ୍ରୟାସକୁ ଶିକ୍ଷାବିତ୍ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।ଏହି ଅଭିନବ ଉପାୟକୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବେଶ୍ ପ୍ରଭାବିତ କରୁଛି। ଯଦି କେହି ଛାତ୍ରଛାତ୍ରୀ ଅନଲାଇନ୍ରେ ଏଭଳି ପାଠ ପଢ଼ିବାକୁ ଇଛୁକ ଅଛନ୍ତି ତେବେ ଏହି ୮୯୧୭୩୨୫୮୯୬ରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ରହିଛି ।