Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର ଗସ୍ତ କରିବେ 17 ରାଷ୍ଟ୍ରଦୂତ

ନୁଆଦିଲ୍ଲୀ : ଜମ୍ମୁ କାଶ୍ମୀରରୁ  ଧାରା 370 ଉଛେଦ ହେବା ପରେ ପାକିସ୍ଥାନ ଭାରତକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଘେରିବା ପାଇଁ ବହୁ ପ୍ରଚେଷ୍ଟା ଚଳାଇଛି।  ଜମ୍ମୁ କାଶ୍ମୀରରେ 370 ଧାରା ଉଛେଦ୍ଦ ହେବ ପରେ ବିଦେଶୀ ରାଷ୍ଟ୍ରଦୂତମାନେ  ଔପଚାରିକ ଭାବେ  କାଶ୍ମୀର ଗସ୍ତ କରୁଛନ୍ତି।  ଏହି ଦଳରେ  ଆମେରିକା, ଭିଏତନାମ, ଦକ୍ଷିଣ କୋରିଆ ସମେତ 17ଟି ଦେଶର ରାଷ୍ଟ୍ରଦୁତ ରହିଛନ୍ତି।  ଏହି ଗସ୍ତରେ  ୟୁରୋପିୟନ ୟୁନିୟନର ରାଷ୍ଟ୍ରଦୂତ ସାମିଲ ନାହାନ୍ତି।  ୟୁରୋପୀୟ ଦଳ ଅକ୍ଟୋବର ରେ କାଶ୍ମୀର ଗ୍ରସ୍ତ କରିଥିଲେ। ଏହି ସଦସ୍ୟମାନେ ଜାମ୍ମୁରେ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ସାକ୍ଷାତ କରିବା ସହିତ ଘାଟି ରେ ସ୍ଥିତି ସମୀକ୍ଷା କରିବେ।

Categories
ଆଜିର ଖବର ଜାତୀୟ ଖବର

15 ଲକ୍ଷ ଟଙ୍କାର ଆପାର୍ଟମେଣ୍ଟ ପଡିଲା ମହଙ୍ଗା : ଅଷ୍ଟ୍ରିଆ ରାଷ୍ଟ୍ରଦୂତଙ୍କୁ ଫେରସ୍ତ ଆଣିଲା ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ,30/12 : ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅଷ୍ଟ୍ରିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଫେରସ୍ତ ଆଣିଛି । ଅଷ୍ଟ୍ରିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ରେଣୁ ପଲ୍‌ଙ୍କୁ ଭାରତ ଫେରାଇ ଅଣାଯାଇଛି । ଏକ 15 ଲକ୍ଷ ଟଙ୍କାର ଆପାର୍ଟ ମେଣ୍ଟ ଭଡାରେ ନେଇଥିବାରୁ ରେଣୁଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । 1988 ବ୍ୟାଚ୍‌ର ବିଦେଶ ସେବା ଅଧିକାରୀ ରହିଥିବା ରେଣୁ କେବଳ ଆପାର୍ଟମେଣ୍ଟ ନୁହେଁ ବରଂ ଅନ୍ୟାନ୍ୟ ଦୁର୍ନୀତିରେ ମଧ୍ୟ ଲିପ୍ତ ରହିଥିବା ନେଇ ସିଭିସିଙ୍କ ରିପୋର୍ଟ ଆସିଥିଲା । ଭ୍ୟାଟ୍‌ ଜରିଆରେ ରେଣୁ କୋଟି କୋଟି ଟଙ୍କାର ଅର୍ଥ ତୋଷାରପାତ କରିଥିବା ନେଇ ସିଭିସିଙ୍କ ରିପୋର୍ଟରେ ଉଲ୍ଳେଖ କରାଯାଇଥିଲା । (ଏଜେନ୍ସୀ)