Categories
ଫଟୋ ଖବର

ଅମ୍ଫାନ ବାତ୍ୟା ପାଇଁ ବାଲେଶ୍ବର ଜିଲ୍ଲାର ସମୁଦ୍ର କୂଳିଆ ସ୍ଥାନରୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି

ବାଲେଶ୍ବର, ବାତ୍ୟା ଅମ୍ପାନର ପ୍ରକୋପ ସମୁଦ୍ର କୂଳିଆ ଗ୍ରାମଗୁଡିକରେ ପ୍ରଭାବ ପଡିବ। ସେଥିପାଇଁ ବାଲେଶ୍ବର ଜିଲ୍ଲାର ପ୍ରଶାସନ ପୋଲିସ ସହାୟତାରେ ସମୁଦ୍ରକୂଳିଆ ସ୍ଥାନଗୁଡିକରୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି। ଯେଉଁ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ସେଗୁଡିକ ହେଲା ସୋର, ଭୋଗରାଇ, କାସଫଲ ଅଞ୍ଚଳ।

Categories
ଆଜିର ଖବର ଜାତୀୟ ଖବର

ଏଲ୍‌ଟିଟି ଏକ୍ସପ୍ରେସ୍‌ ଲାଇନଚ୍ୟୁତ ଘଟଣା : ବଦଳିଲା 5 ଟ୍ରେନ୍‌ର ଗତିପଥ, ବସ୍‌ ଜରିଆରେ ଯାତ୍ରୀଙ୍କୁ ସ୍ଥାନାନ୍ତର

ସମୀକ୍ଷା ବ୍ୟୁରୋ
କଟକ : ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଲକ ଟର୍ମିନସ୍‌(ଏଲ୍‌ଟିଟି)ର 7ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସକାଳୁ କଟକ ନିକଟସ୍ଥ ନେରଗୁଣ୍ଡି ରେଳ ଷ୍ଟେସନ୍‌ରେ ଟ୍ରେନ୍‌ର 7ଟି ବଗି ଲାଇନଚ୍ୟୁତ ହେବା ଫଳରେ ଯାତ୍ରୀମାନଙ୍କୁ ବସ୍‌ ଯୋଗେ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଟ୍ରେନ୍‌ଟି ଅଟକି ରହିଥିବାରୁ ପୂର୍ବତଟ ରେଳବାଇ ପକ୍ଷରୁ 5ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ଦୁର୍ଘଟଣାରେ ଆହତଙ୍କୁ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଆହତ ମାନଙ୍କୁ କଟକ ଏବଂ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ସମୁଦାୟ 11 ଜଣ ଆମହତ ହୋଇଥିବା ବେଳେ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି । 8 ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ରେଳବାଇ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣା ସମ୍ପର୍କରେ ସବିଶେଷ ସୂଚନା ପାଇଁ 5ଟି ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । କଟକ: 0671-1072, ଖୋର୍ଦ୍ଧାରୋଡ :0674-1072, ଭୁବନେଶ୍ବର/ମୁଖ୍ୟାଳୟ :18003457401/402, ଭୁବନେଶ୍ବର ଷ୍ଟେସନ୍‌ : 0674/1072 ଏବଂ ପୁରୀ 06752-1072 ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି ।