Categories
ଆଜିର ଖବର ରାଜ୍ୟ ଖବର

ଇଭିଏମ ଭଙ୍ଗାରୁଜା ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ନିୟମିତ ଜାମିନ

ଭୁବନେଶ୍ଵର: ମେ ୨୫ ତାରିଖରେ ଭୋଟ ଗ୍ରହଣ ବେଳେ ଇଭିଏମ ଭଙ୍ଗାରୁଜାକୁ ନେଇ ତତ୍କାଳୀନ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପ୍ରଶାନ୍ତଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା। ତେବେ ଏହାପରେ ତାଙ୍କୁ କୋର୍ଟ ଅନ୍ତରୀଣ ଜାମିନ ଦେଇଥିଲେ। ଜୁନ ୯ ତାରିଖ, ୧୦ ତାରିଖ ଆଉ ୧୧ ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ କୋର୍ଟ ପ୍ରଶାନ୍ତଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ହେଲେ ଆଜି ପ୍ରଶାନ୍ତଙ୍କୁ ନିୟମିତ ଜାମିନ ପ୍ରଦାନ କରାଯାଇଛି। ଏନେଇ ପ୍ରଶାନ୍ତଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ପ୍ରଶାନ୍ତ ଜଗଦ୍ଦେବ ଚଳିତ ନିର୍ବାଚନରେ ବିଜେପି ରୁ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ସେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡ଼ି ପ୍ରାର୍ଥୀଙ୍କୁ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।