Categories
ଆଜିର ଖବର ଜାତୀୟ ଖବର

ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗ: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଏଫ୍ଆଇଆର୍

ନୂଆଦିଲ୍ଲୀ: ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ୟେଦିୟୁରପ୍ପାଙ୍କ ବିରୋଧରେ POCSO ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ବେଙ୍ଗାଲୁରୁର ସଦାଶିବନଗର ପୋଲିସ ୧୭ ବର୍ଷର ବାଳିକାଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରିଛି। ପୋଲିସ ସୂତ୍ର ଅନୁଯାୟୀ, ନାବାଳିକାକୁ ଫେବୃଆରୀ ୨ ତାରିଖରେ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ, ନାବାଳିକା ଜଣକ ଏକ ଠକେଇ ମାମଲାରେ ସାହାଯ୍ୟ ମାଗିବା ପାଇଁ ୟେଦିୟୁରପ୍ପାଙ୍କୁ ଭେଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା।

ନ୍ୟୁଜ୍ ଏଜେନ୍ସି ANI ରିପୋର୍ଟ ଅନୁଯାୟୀ, ବରିଷ୍ଠ ବିଜେପି ନେତା ୟେଦିୟୁରପ୍ପା ନାବାଳିକାକୁ ଏକ କୋଠରୀକୁ ଟାଣି ନେଇ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ କୌଣୟ ପ୍ରକାରେ ସେଠାରୁ ଖସିଯିବାରେ ସଫଳ ହୋଇଥିଲା ଏବଂ ପରେ ତାଙ୍କ ସହିତ ଘଟିଥିବା ଘଟଣା ବିଷୟରେ ତାଙ୍କ ମା’ଙ୍କୁ କହିଥିଲା।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି ଯେ, ଜଣେ ମହିଳା ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ସଦାଶିବନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ନିର୍ଯାତନା ଦିଆଯାଇଛି। ତେଣୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆମେ ସତ୍ୟ ନଜାଣିବା ପର୍ଯ୍ୟନ୍ତ, ଆମେ କିଛି କହି ପାରିବୁ ନାହିଁ। ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ କାରଣ ଏଥିରେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଡିତ ଅଛନ୍ତି। ଏଭଳି ପରିସ୍ଥିତିରେ ଆମେ ପୋଲିସର ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବା ଉଚିତ୍।

ମନ୍ତ୍ରୀ ଏହି ପ୍ରସଙ୍ଗରେ କୌଣସି ରାଜନୈତିକ କୋଣକୁ ଅସ୍ୱୀକାର କରି କହିଛନ୍ତି ଯେ, ମୁଁ ଭାବୁନାହିଁ ଯେ ଏଥିରେ କୌଣସି ରାଜନୈତିକ କୋଣ ଅଛି। ଆମେ ମହିଳାଙ୍କୁ ଜାଣିନାହୁଁ। ସେ ପୋଲିସ ପାଖକୁ ଯାଇ ଅଭିଯୋଗ କରିଥିଲେ। ପୋଲିସ ତାଙ୍କୁ ମନା କରିନାହିଁ ଏବଂ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି।

ତଥାପି ୟେଦିୟୁରପ୍ପାଙ୍କ କାର୍ଯ୍ୟାଳୟ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଅତୀତରେ ଅଭିଯୋଗକାରୀଙ୍କ ଦ୍ଵାରା ଦାଖଲ ହୋଇଥିବା ମାମଲାର ତାଲିକା ମଧ୍ୟ କାର୍ଯ୍ୟାଳୟ ପ୍ରକାଶ କରିଛି। ଏହି ତାଲିକାରେ ୫୩ ଟି ଭିନ୍ନ ଭିନ୍ନ ଅଭିଯୋଗ ରହିଛି।

Categories
ଜାତୀୟ ଖବର ବିଶେଷ ଖବର

କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ: ଜାଣନ୍ତୁ ସେ କିଏ?

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କରପୂରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରାଯିବ। କେନ୍ଦ୍ରର ମୋଦି ସରକାର ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଏହି ଘୋଷଣା କରିଛନ୍ତି। ଜାନୁଆରୀ ୨୪ ହେଉଛି କର୍ପୁରୀ ଠାକୁରଙ୍କ ୧୦୦ତମ ଜୟନ୍ତୀ। ତାଙ୍କ ଜନ୍ମବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ସରକାର କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି। ବିଜେପି ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ମିଳିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଜାନୁଆରୀ ୨୪ତାରିଖରେ କେନ୍ଦ୍ର ସରକାର କର୍ପୂରୀ ଠାକୁରଙ୍କ ଜନ୍ମଶତବାର୍ଷିକୀ ଅବସରରେ ଏକ ମୁଦ୍ରା ଓ ନୂଆ ଫର୍ମ ଡାକ ଟିକଟ ମଧ୍ୟ ଜାରି କରିବେ।

କର୍ପୂରୀ ଠାକୁରଙ୍କୁ ‘ଭାରତ ରତ୍ନ’ ମିଳିବା ନେଇ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରପୂରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ମୁଁ ଖୁସି ଯେ ସାମାଜିକ ନ୍ୟାୟର ପ୍ରତୀକ ମହାନ ଜନନାୟକ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି, ତାହା ମଧ୍ୟ ଆମେ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କର୍ପୂରୀ ଠାକୁର, ଦଳିତଙ୍କ ଉନ୍ନତି ପାଇଁ ତାଙ୍କର ଅତୁଟ ପ୍ରତିବଦ୍ଧତା ଏବଂ ତାଙ୍କ ଦୂରଦର୍ଶୀ ନେତୃତ୍ୱ ଭାରତର ସାମାଜିକ-ରାଜନୈତିକ ଢାଞ୍ଚାରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି। ଏହି ପୁରସ୍କାର କେବଳ ତାଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରେ ନାହିଁ, ବରଂ ଏକ ଅଧିକ ନ୍ୟାୟପୂର୍ଣ୍ଣ ଏବଂ ସମାନ ସମାଜ ଗଠନର ତାଙ୍କର ଅଭିଯାନ ଜାରି ରଖିବାକୁ ଆମକୁ ପ୍ରେରଣା ଦେଇଥାଏ।

ତାଙ୍କର ଲୋକପ୍ରିୟତା କାରଣରୁ କର୍ପୂରୀ ଠାକୁରଙ୍କୁ ଜନନାୟକ କୁହାଯାଏ। ସେ ବିହାରର ସମସ୍ତିପୁରରେ ଜନ୍ମଗ୍ରହଣ କରିଥିଲେ। କର୍ପୂରୀ ଠାକୁରଙ୍କୁ କେନ୍ଦ୍ର ସରକାର ଭାରତ ରତ୍ନ (ମରଣୋତ୍ତର) ପ୍ରଦାନ କରୁଛନ୍ତି। ସମାଜର ଅବହେଳିତ ବର୍ଗଙ୍କ ଉନ୍ନତି ପାଇଁ କରପୁରୀ ଠାକୁର ତାଙ୍କର ଅକ୍ଳାନ୍ତ ପ୍ରୟାସ ପାଇଁ ଜଣାଶୁଣା। ସେ ଜଣେ ଦୁର୍ନୀତି ବିରୋଧୀ ନେତା ଭାବରେ ମଧ୍ୟ ପ୍ରସିଦ୍ଧ ଥିଲେ। ତାଙ୍କ ଶାସନ କାଳରେ କାର୍ଯ୍ୟକାରୀ ହୋଇଥିବା ଭୂମି ସଂସ୍କାର ଯୋଜନା ଓ ଶିକ୍ଷା ସଂସ୍କାର ଯୋଜନା ସମଗ୍ର ଦେଶରେ ବ୍ୟାପକ ପ୍ରଭାବ ପକାଇଥିଲା।

କର୍ପୂରୀ ଠାକୁର କିଏ ଥିଲେ?

କର୍ପୂରୀ ଠାକୁର ସମସ୍ତିପୁର ଜିଲ୍ଲାର ପିତାଉଜିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କରପୂରୀ ଠାକୁର ୧୯୪୦ ମସିହାରେ ପାଟନାରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ସେ ସମାଜବାଦର ମାର୍ଗ ବାଛିଥିଲେ। ୧୯୪୨ମସିହାରେ ସେ ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ। ଏହି କାରଣରୁ ତାଙ୍କୁ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା। କର୍ପୂରୀ ଠାକୁର ବିହାରର ଦ୍ୱିତୀୟ ଉପମୁଖ୍ୟମନ୍ତ୍ରୀ ଏବଂ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ।

କରପୂରୀ ଠାକୁରଙ୍କୁ ‘ଭାରତ ରତ୍ନ’ ଦେବାକୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା

ଦୀର୍ଘଦିନ ଧରି ବିହାରରୁ କରପୁରୀ ଠାକୁରଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି ଜୋର ଧରିଛି। ବିହାରରେ କର୍ପୂରୀ ଠାକୁର କ୍ଷମତାରେ ଥିବାବେଳେ ପଛୁଆ ବର୍ଗଙ୍କ ପାଇଁ ୧୨ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିଲେ। ସେତେବେଳେ ଜନସଂଘର ବରିଷ୍ଠ ନେତା କୈଳାସ ପତି ମିଶ୍ର ତାଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିଲେ। ସେ କରପୂରୀ ଠାକୁରଙ୍କ ସଂରକ୍ଷଣ ନୀତିକୁ ମଧ୍ୟ ସମର୍ଥନ କରିଥିଲେ।