Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମଦ୍ରାସାରେ ବମ୍‌ ବିସ୍ଫୋରଣ : 7 ମୃତ, 70 ଆହତ

ପେଶାଓ୍ବାର : ପାକିସ୍ତାନର ପେଶାଓ୍ବାରରେ ବମ୍‌ ବିସ୍ଫୋରଣ ଯୋଗୁଁ ପ୍ରାୟ 7 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ 70 ଜଣ ଆହତ ହୋଇଛି । ପାକିସ୍ତାନ ପୋଲିସ୍‌ର ସୂଚନା ଅନୁସାରେ ପେଶାଓ୍ବାରରେ ଦିର୍‌ କଲୋନୀର ମଦ୍ରାସାରେ ବମ୍‌ ବିସ୍ଫୋରଣ ହୋଇ ସାତଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଏହି ବିସ୍ଫୋରଣରେ 70 ଜଣ ଆହତ ହୋଇଛନ୍ତି । ଆତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ୍‌ ଓ ଉଦ୍ଧାର କାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି । ଧାର୍ମିକ ସ୍କୁଲରେ ଶ୍ରେଣୀଗୃହ ଚାଲୁଥିବା ସମୟରେ ବମ୍‌ ବିସ୍ଫୋରଣ ଘଟିଛି । ମୃତକଙ୍କମଧ୍ୟରେ ଶିଶୁ ଓ ପ୍ରଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଛି ।ସମସ୍ତ ଆହତଙ୍କୁ ଲେଡି ରିଡିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟର ଅନେକ ଶିଶୁ ରହିଥିବାବେଳେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି ।  (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରାଚୀରେ ବଡଧରଣର ବିସ୍ଫୋରଣ : ତିନି ମୃତ, 15ରୁ ଉର୍ଦ୍ଧ୍ବ ଆହତ

କରାଚୀ : ପାକିସ୍ତାନ କରାଚୀରେ ବଡ ଧରଣର ବିସ୍ଫୋରଣ ଘଟିଛି । ଏହି ଘଟଣାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ 15 ଜଣରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଟେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଗୁଲଶନ୍‌-ଇ-ଇକବାଲ୍‌ ଅଞ୍ଚଳରେ ଥିବା ଏକ ଦୁଇ ମହଲା କୋଠାରେ ବିସ୍ଫୋରଣ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହି କୋଠାଘର ନିକଟରେ ଥିବା ଅନ୍ୟ ଘରଗୁଡ଼ିକର କେତେକ ଅଂଶ ଭାଙ୍ଗିରୁଜି ଯାଇଛି। ବିସ୍ଫୋରଣର କାରଣ ଜାଣାପଡ଼ି ନ ଥିଲେ ମଧ୍ୟ ପ୍ରାଥମିକ ତଦନ୍ତରୁ ଏହା ସିଲିଣ୍ଡରରେ ନିଆଁ ଲାଗିବା ଯୋଗୁ ଘଟିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପକ୍ଷରୁ ଘେରାବନ୍ଦୀ କରାଯାଇ ତଦନ୍ତ ଜାରି ରହିଛି। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଏହି ବିସ୍ଫୋରଣ ପରେ ଆଖପାଖରେ ଥିବା କିଛି ବିଲିଡିଂର ଝରକା ସହିତ କିଛି ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ସୂଚନାଯୋଗ୍ୟ, ଗତକାଲି କରାଚୀର ଶିରିନ୍‌ ଜିନ୍ନା କଲୋନୀ ନିକଟରେ ଏକ ବସ୍‌ ଟର୍ମିନାଲ୍‌ର ପ୍ରବେଶ ଦ୍ବାରରେ ବମ୍‌ ବିସ୍ଫୋରଣ ହେବା ଯୋଗୁଁ ପାଞ୍ଚଜଣ ଆହତ ହୋଇଥିଲେ । (ଏଜେନ୍ସି)

Categories
ଆଜିର ଖବର

ଭଦ୍ରକ ଆରଏମସି ମାର୍କେଟ କମ୍ପ୍ଲେକ୍ସରେ ବିସ୍ଫୋରଣ

ଭଦ୍ରକରେ ଥବା ଆରଏମସି ମାର୍କେଟ କମ୍ପ୍ଲେକ୍ସର ବ୍ଲିଚିଂ ଥିବା ତିନୋଟି ରୁମରେ ବିସ୍ଫୋରଣ ଘଟିଛି। ଉକ୍ତ ସ୍ଥାନରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ସେଠାରେ ଥିବା ତିନୋଟି ରୁମରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ହୋଇଥିବା ରୁମରେ ୧୩୦ଟନ ବ୍ଲିଚିଂ ପାଉଡ଼ର ରହିଥିଲା। କିନ୍ତୁ ବିସ୍ଫୋରଣର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

Categories
ଆଜିର ଖବର

ସିରିୟାରେ ବିସ୍ଫୋରଣ : ୧୪ ମୃତ

ରବିବାର ଦିନ ସିରିୟାରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୧୪ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଏଥିରେ ୨୮ ଜଣ ଗୁରୁତର ହୋଇଛନ୍ତି। ସିରିୟାର ଉତ୍ତର-ପଶ୍ଚିମ ସହର ଆଜାଜରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ଏକ କାର ଫୁଟିବାର ୧୪ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨୮ ଜଣ ଲୋକ ଆହତ ହୋଇଥିବା ସ୍ଥାନୀୟ ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି। ସମସ୍ତ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି।