ଫିରୋଜାବାଦ : ଉତ୍ତରପ୍ରଦେଶର ଫିରୋଜାବାଦରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 13 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 31 ଜଣ ଆହତ ହୋଇଛନ୍ତି । ବୁଧବାର ରାତିରେ ଉତ୍ତର ପ୍ରଦେଶର ଫିରୋଜାବାଦରେ ଏହି ଦୁର୍ଘଟଣା ଘଟିଛି । ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିବାରୁ ଏହି ପ୍ରାଣହାନି ଘଟିଛି । ସମସ୍ତ ଆହତ ମାନଙ୍କୁ ସ୍ଥାନୀୟୂ ଶେଫାଳୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆହତ ମାନଙ୍କର ମାଗଣା ଚିକିତ୍ସା ପାଇଁ ମଧ୍ୟ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ।
Tag: expressway
Categories
ଲକ୍ଷ୍ନୌ ଏକ୍ସପ୍ରେସ ଓ୍ବେ ଦୁର୍ଘଟଣାରେ ୮ ମୃତ
ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ଦ୍ରୁତ ଗତିରେ ଲକ୍ଷ୍ନୌରୁ ଆଗ୍ରା ଆସୁଥିବା ଏକ କାର ସମ୍ମୁଖରେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାରରେ ଥିବା ୮ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୭ଜଣଙ୍କ ଘର ଜୋନପୁର ଓ ଅନ୍ୟ ଜଣେ ଆଜମଗଡ଼ର ବାସିନ୍ଦା ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଆଗ୍ରାସ୍ଥିତ ଡ. ଭିମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ। ସକାଳ ୮ଟାରେ ଲକ୍ଷ୍ନୌ ଏକ୍ସପ୍ରେସ ୱେର ଫତେହବାଦର ମାଇଲଷ୍ଟୋନ ୩୭.୨ ନିକଟରେ ଏହି ଦୁର୍ଘଟଣା ଘଟିଛି।