Categories
ଆଜିର ଖବର ଜାତୀୟ ଖବର

ଚାଷୀଙ୍କୁ ସମର୍ଥନ କରି ଉପବାସ ରହିବେ କେଜ୍‌ରୀଓ୍ବାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଆସନ୍ତା କାଲି ଗୋଟିଏ ଦିନ ପାଇଁ ଉପବାସ ରଖିବେ । ଏହା ସହିତ ସମସ୍ତ ଲୋକଙ୍କୁ ଚାଷୀ ଆନ୍ଦୋଳନ ପାଇଁ ଗୋଟିଏ ଦିନ ଉପବାସ ରଖିବା ପାଇଁ ଅପିଲ୍‌ କରିଛନ୍ତି ।  ଅରବିନ୍ଦ କହିଛନ୍ତି ଯେ, ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଘରେ ଗୋଟିଏ ଦିନରେ ଉପବାସ ରଖନ୍ତୁ ।

ଏତଦ୍‌ବ୍ୟତୀତ ଅରବିନ୍ଦ କେଜରୀଓ୍ବାଲ କହିଛନ୍ତି ଯେ, ଆନ୍ନା ହଜାରେଙ୍କ ଆନ୍ଦୋଳନ ସମୟରେ କଂଗ୍ରେସ ସରକାର ବଦନାମ କରିଥିଲା । ଠିକ୍‌ ସେହିପରି ଚାଷୀ ଆନ୍ଦୋଳନକୁ ବିଜେପି ବଦନାମ୍‌ କରୁଛି । ସେହିପରି ଏହି ଚାଷୀ ଆନ୍ଦୋଳନକୁ ଆଣ୍ଟି ସୋସିଆଲ କୁହାଯିବା ସମ୍ପର୍କରେ ଅରବିନ୍ଦ କହିଛନ୍ତି ଯେ, ଏହି ଆନ୍ଦୋଳନକୁ ବହୁ ଖେଳାଳୀ, ପୂର୍ବତନ ସୈନିକ ସମର୍ଥନ କରୁଛନ୍ତି। ସେମାନେ ସମେସ୍ତ କ’ଣ ଆଣ୍ଟି ସୋସିଆଲ ବୋଲି ପ୍ରଶ୍ନ କରିଛନ୍ତି ।

ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କୁ ଏହି ତିନୋଟି ବିଲ୍‌କୁ ରଦ୍ଦ କରିବା ପାଇଁ ଅନୁରୋଧ କରିବା ସହିତ ଏମ୍‌ଏସ୍‌ପି ଆଧାରରେ ଚାଷୀଙ୍କ ଫସଲ କିଣାଯିବା ନେଇ ବିଲ୍‌ ପ୍ରସ୍ତୁତ କରାଯାଉ ବୋଲି ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ନୂତନ କୃଷକ  ବିଲ୍‌କୁ ବିରୋଧ କରି ଦିଲ୍ଳୀଠାରେ ଚାଷୀମାନେ ଆଜକୁ 18 ଦିନ ହେବ ଆନ୍ଦୋଳନ କରିଛନ୍ତି । ଚାଷୀ ଓ ସରକାରଙ୍କ ମଧ୍ୟରେ ପାଞ୍ଚ ଥର ବୈଠକ ହେବା ପରେ ବି କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ଅପରପକ୍ଷରେ ଏହି ଆନ୍ଦୋଳନକୁ ବହୁ ରାଜନୈତିକ ଦଳ, ଖେଳାଳୀ, ସିନେତାରକା ଆଦି ସମର୍ଥନ ଜଣାଇଛନ୍ତି ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ତେଜୁଛି ଚାଷୀ ଆନ୍ଦୋଳନ : ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଚାଷୀ, ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ

ନୂଆଦିଲ୍ଲୀ :  ନୂତନ କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଏବେ ତୀବ୍ରତର ହେବାରେ ଲାଗିଛି । କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି ଚାଷୀ ସଙ୍ଗଠନ । ଆଗକୁ ଚାଷୀ ଆନ୍ଦୋଳନ ତୀବ୍ର ହେବ ବୋଲି ସୂଚନା ରହିଛି। ଡିସେମ୍ୱର 12 ତାରିଖ ଦିନ ଦିଲ୍ଲୀ ଜୟପୁର ରାସ୍ତାକୁ ବନ୍ଦ କରିବେ ବୋଲି ଦର୍ଶନ ପାଲ କହିଛନ୍ତି। 12 ତାରିଖରେ ସାରା ଦେଶରେ ଟୋଲ୍‌ ପ୍ଲାଜା ଅମାନ୍ୟ କରିବାକୁ ମଧ୍ୟ ଘୋଷଣା କରାଯାଇଛି । ଆସନ୍ତା 14 ତାରିଖରେ ସାରା ଦେଶରେ ଜିଲ୍ଲାର ମୁଖ୍ୟାଳୟରେ ଆନ୍ଦୋଳନ କରାଯିବ ।

ଅପରପକ୍ଷରେ କୃଷି ବିଲ୍‌ ଓ ଚାଷୀ ଆନ୍ଦୋଳନକୁ ନେଇ ଆଜି ମିଳିତ ବିରୋଧୀ ଦଳ ରାଷ୍ଟ୍ର୍ରପତିଙ୍କ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । କୃଷି ଆଇନ୍‌ ଚାଷୀ ବିରୋଧୀ ଏଣୁ ଏହାକୁ ରଦ୍ଦ କରିବା ଦରକାର ବୋଲି ରାହୁଲ୍‌ ଗାନ୍ଧି କହିଛନ୍ତି । ଆଜି ରାଇସିନା ହିଲ୍‌ରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସ, ଏନ୍‌ସିପି, ସିପିଆଇ, ସିପିଆଇଏମ୍‌ ନେତା ପ୍ରମୁଖ ମାନେ। କୃଷକମାନେ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ଅମିତ୍‌ ଶାହାଙ୍କ ମଧ୍ୟରେ ଏନେଇ ଆଲୋଚନା ଅନୁଷ୍ଠିତ ହେଉଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଭାରତ ବନ୍ଦ : ବନ୍ଦକୁ ସମର୍ଥନ ନେଇ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  କେନ୍ଦ୍ର ଲାଗୁ କରିଥିବା ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଡିସେମ୍ବର 8 ତାରିଖ ଭାରତ ବନ୍ଦ ଡାକରା ଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ 11 ଦିନ ଧରି ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଦିନକୁ ଦିନ କୃଷକ ସଂଗଠନଗୁଡିକ ପ୍ରତି ସମର୍ଥନ ବଢିବାରେ ଲାଗିଛି। ଏହି କ୍ରମରେ କୃଷକ ସଂଗଠନ ପକ୍ଷରୁ ମଙ୍ଗଳବାର  ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବିରୋଧୀ ରାଜନୈତିକ ଦଳ, ବିଭିନ୍ନ ଟ୍ରେଡ ୟୁନିୟନ, ବ୍ୟାଙ୍କ ସଂଗଠନ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ସମର୍ଥନ ଜଣାଇଛନ୍ତି। ଆପ୍‌ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଛି । ଆପ୍‌ ସହିତ 11ଟି ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି ।

ତେବେ ଭାରତ ବନ୍ଦକୁ ବିଜେଡି ସମର୍ଥନ ଦେବ କି ନାହିଁ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ଚାଷୀ ସମସ୍ୟା ପ୍ରତି ଆମର ନୈତିକ ସମର୍ଥନ ରହିଛି । ଅଭିମୁଖ୍ୟ ସଂସଦରେ ସ୍ପଷ୍ଟ କରିଛୁ । ବିଜେଡି ଚାଷୀଙ୍କ ସହ ରହିଛି ବୋଲି ଦେବୀ ମିଶ୍ର କହିଛନ୍ତି ।