Categories
ଆଜିର ଖବର

ବିରିୟାନି ପାଇଁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମାରପିଟ୍‌ : ୯ ଗିରଫ

ବିରିୟାନି ପାଇଁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମୁଜାଫରନଗରରେ। ପୂର୍ବତନ ବିଧାୟକ ମୌଲାନା ଜମିଲଙ୍କ ବାସଭବନରେ ଏକ ନିର୍ବାଚନୀ ସଭା ଆୟୋଜିତ ହୋଇଥିଲା। ଏଥିରେ କଂଗ୍ରେସ ପ୍ରାର୍ଥୀ ନାସିମୁଦ୍ଦିନ ସିଦ୍ଦିକିଙ୍କ ସମର୍ଥକମାନେ ଯୋଗଦେଇଥିଲେ। ସଭା ପରେ କର୍ମୀମାନଙ୍କୁ ବିରିୟାନୀ ବଣ୍ଟନ କରିବାର ବ୍ୟବସ୍ଥା ହୋଇଥିଲା। ଏହି ବିରିୟାନି ବଣ୍ଟନକୁ ନେଇ ଗଣ୍ଡଗୋଳ ହୋଇଯାଇଛି। ସଭା ପୂର୍ବରୁ ବିରିୟାନ୍‌ ପ୍ୟାକଟ୍‌ ଦିଆଯିବାକୁ କେତେକ କର୍ମୀ ଜିଦି ଧରିଥିବାବେଳେ ଆଉ କେତେକ କର୍ମୀ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ ହୋଇଥିଲା। ସଭାସ୍ଥଳ ରଣକ୍ଷେତ୍ର ପାଲଟିଥିଲା। ଖବର ପାଇ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ନିର୍ବାଚନୀ ସଭାରେ ବିରିୟାନି ବଣ୍ଟନ ଉପରେ ନିର୍ବାଚନ ଆୟୋଗ କଟକଣା ଲଗାଇଛନ୍ତି। ଏହି  ସଭାରେ ବିରିୟାନୀ ବଣ୍ଟନ ପାଇଁ ଅନୁମତି ନିଆଯାଇନଥିବାରୁ ଏନେଇ ମଧ୍ୟ ଅଭିଯୋଗ ଦାଖଲ କରାଯାଇ ୯ଜଣଙ୍କୁ ଗିରଫ କରାଯାଇଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ପାକିସ୍ତାନରେ ଆତଙ୍କବାଦୀ ଶିବିର ଧ୍ବଂସ କରିବା ପାଇଁ ଆମେରିକା ସଂସଦରେ ପ୍ରସ୍ତାବ

ପାକିସ୍ତାନରେ ରହିଥିବା ସବୁ ଆତଙ୍କୀ ଶିବିରକୁ ଧ୍ଵଂସ କରିବାକୁ ଆମେରିକା ସଂସଦରେ ପ୍ରସ୍ତାବ ଆଗତ କରାଯାଇଛି। ଆମେରିକା କଂଗ୍ରେସର ସାଂସଦ ସ୍କଟ ପେରି ଏହ ପ୍ରସ୍ତାବ ଆଣିଛନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଛି। ଏହି ଦେଶର ମାଟିରେ ଆଦଙ୍କାବାଦୀଙ୍କ ଜନ୍ମ ହେଉଛି। ତେଣୁ ଏଠାରୁ ଆତଙ୍କବାଦୀମାନଙ୍କୁ ସମ୍ପୂର୍ଣ୍ଣ ନିପାତ କରିବା ଜରୁରୀ। ସଂସଦରେ ଅନୁଷ୍ଠିତ ପ୍ରତିନିଧିମାନଙ୍କ ସଭାରେ ସ୍କଟ ପେରିଙ୍କ ଦ୍ବାରା ଆଗତ ହୋଇଥିବା ପ୍ରସ୍ତାବରେ ଭାରତର ପୁଲୱାମାରେ ଗତ ଫେବୃୟାରୀ ୧୪ରେ ହୋଇଥିବା ଆତଙ୍କବାଦୀ ଅକ୍ରମଣକୁ ନିନ୍ଦା କରାଯାଇଛି, ଯେଉଁଥିରେ ୪୦ରୁ ଊର୍ଦ୍ଧ୍ଵ ଯବାନଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା। ସ୍କଟ ପେରି କହିଛନ୍ତି ଯେ, ଆତଙ୍କବାଦ ପାଇଁ ପାକିସ୍ତାନ ଉତ୍ତରଦାୟୀ ରହିବାର ସମୟ ଆସିଛି। ପାକିସ୍ତାନ ମାଟିରୁ ଆତଙ୍କବାଦୀଙ୍କୁ ମୂଳରୁ ନିପାତ କରିବାକୁ ଆମେରିକା ପ୍ରୟାସ କରୁଛି। ଏହାସତ୍ବେ ପାକିସ୍ତାନ ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ଦେଖାଉଛି, ଯାହାର ଲମ୍ବା ଇତିହାସ ରହିଛି। ସେ ଆହୁରି କହିଛନ୍ତି, ଆତଙ୍କବାଦୀ ଆକ୍ରମଣ ଯୋଗୁ ସାଧାରଣ ଜନତାଙ୍କ ଜୀବନ ହାନି ଘଟୁଛି। ଆକ୍ରମଣକୁ ରୋକିବା ବଦଳରେ ପାକିସ୍ତାନ କଠୋରପନ୍ଥୀ ଆତଙ୍କୀମାନଙ୍କୁ ଆଲିଙ୍ଗନ କରୁଛି।

Categories
ଆଜିର ଖବର

ନିର୍ବାଚନ ଲଢିବାକୁ ମନା କଲେ ସୁବାସ : ବିଜେପିରୁ ଧର୍ମେନ୍ଦ୍ରଙ୍କୁ ଲଢିବାକୁ ଦେଲେ ପରାମର୍ଶ

ବରଗଡ଼ ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଛନ୍ତି।  ସୁବାସ ଚୌହାନ ଗତଥର ବିଜେପି ଟିକେଟ୍‌ରେ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ମଧ୍ୟ ବିପୁଳ ଜନସମର୍ଥନ ପାଇଥିଲେ। କିନ୍ତୁ ଦଳ ଏଥର ଟିକେଟ୍ କାଟିଦେବା ପରେ ସେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି। କିନ୍ତୁ ସଂଗଠନରେ ରହି ଲୋକଙ୍କ ସେବା କରିବେ ବୋଲି ସେ କହିଛନ୍ତି। ତେବେ ବିଜେପୁରରୁ ଲଢିବାକୁ ସୁବାସ ଚୌହାନଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ଏହି ଆସନରୁ ଲଢିବାକୁ ମନା କରିଛନ୍ତି। ଚଳିତ ଥର ବିଜେପୁରର ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି। ତେଣୁ ଏହି ଆସନରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲଢିବାକୁ ସେ କହିଛନ୍ତି।

Categories
ଆଜିର ଖବର

ବେଗୁସରାଇରୁ ନିର୍ବାଚନ ଲଢିବେ କହ୍ନେୟା କୁମାର

ବିହାରର ବେଗୁସରାଇରୁ ପ୍ରତିଦ୍ବନ୍ଦିତା କରିବେ କହ୍ନେୟା କୁମାର। ଜେଏନ୍‌ୟୁର ଏହି ଛାତ୍ର ନେତା ସିପିଆଇ ପକ୍ଷରୁ ବେଗୁସରାଇରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି ବିହାର ସିପିଆଇ ସମ୍ପାଦକ ସତ୍ୟନାରାୟଣ ସିଂ। ସିପିଆଇ ପକ୍ଷରୁ କହ୍ନେୟା ଲଢିବା ସ୍ଥିର ହେବା ପରେ ଏହି ଆସନରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ। ପୂର୍ବରୁ ଏହି ଆସନ ପାଇଁ ବିଜେପି ପକ୍ଷରୁ ଗିରିରାଜ ସିଂ, ଏବଂ ଆରଜେଡି ପକ୍ଷରୁ ତନ୍‌ବୀର ହସନ ନିର୍ବାଚନ ଲଢିବା ସ୍ଥିର ହାେଇଛି। ଏହି ତିନି ନେତା ବେଗୁସରାଇର ଅଟନ୍ତି। କହ୍ନୈୟା କୁମାର ଭିଟା ଗ୍ରାମରୁ ଆସିଥିବା ବେଳେ, ଆାରଜେଡି ପ୍ରାର୍ଥୀ ବାଲିଆର ଲଖ୍‌ମିନିଆ ଗ୍ରାମରୁ ଏବଂ ଗିରିରାଜ ସିଂ ଲଖିସରାଇ ଜିଲ୍ଲାର ବରହୈୟା ଗ୍ରାମର ଅଟନ୍ତି। ଏହି ଆସନରେ ପୂର୍ବରୁ ବିଜେପିର ଭୋଲା ସିଂ ୬୦ ହଜାର ଭୋଟ ବ୍ୟବଧାନରେ ହସନଙ୍କୁ ପରାସ୍ତ କରିଥିଲେ। ଆରଜେଡି ଏବଂ କଂଗ୍ରସ ମଧ୍ୟରେ ହାେଇଥିବା ମହାମେଣ୍ଟ ଅନୁଯାୟୀ ଲାଲୁ ଯାଦବଙ୍କ ଦଳ ୨୦ ଆସନ, କଂଗ୍ରେସ-୯, ଆରଏଲଏସପି-୫, ଜୀତନ ରାମ ମାଞ୍ଝୀଙ୍କ ହମ୍‌-ଏସ୍‌ ଏବଂ ବିକାଶଶୀଳ ଇନ୍‌ସାଫ୍‌ ପାର୍ଟିକୁ 3ଟି ଲେଖାଏଁ ଏବଂ ସିପିଆଇଏମ୍‌ଏଲ୍‌କୁ ଗାେଟିଏ ଲେଖାଏଁ ଆସନ ମିଳିଛି।