ଜାପାନ୍ର ଏକ ଏଫ୍ ୩୫-ଏ ଲଢୁଆ ଯୁଦ୍ଧ ବିମାନ ଅଭ୍ୟାସ ସମୟରେ ପ୍ରଶାନ୍ତ ମହାସାଗରରେ ନିଖୋଜ ହୋଇଛି। ବିମାନଟିର ଧ୍ବଂସାବଶେଷ ପ୍ରଶାନ୍ତ ମହାସାଗରରୁ ମିଳିଥିବା ବେଳେ ପାଇଲଟ୍ଙ୍କର କୌଣସି ସୂଚନା ମିଳିପାରିନାହିଁ। ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଟାକେଶୀ ଇଓ୍ବାୟା ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ଜାପାନ୍ର ମିସ୍ଓ୍ବା ଏୟାର ବେସ୍ରୁ ୧୩୫ କିମି ଦୂର ଆଓମୋରି ନିକଟରୁ ମଙ୍ଗମଳବାର ରାତ୍ରରେ ବିମାନର ଧ୍ବଂସାବଶେଷ ମିଳିଥିବା ବେଳେ ପାଇଲଟ୍ଙ୍କ ସନ୍ଧାନ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଏହି ଯୁଦ୍ଧ ଅଭ୍ୟାସରେ ଅନ୍ୟ ତିନୋଟି ବିମାନ ଅଂଶଗ୍ରହଣ କରିଥିଲେ। ବିମାନଟି ଧ୍ବଂସ ହେବା ପରେ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ମାର୍ଚ୍ଚ ୨୬ ତାରିଖରେ ୧୩ଟି ଏଫ୍ ୩୫- ଏ ବିମାନ ଜାପାନ ବିମାନ ବାହିନୀରେ ଯୋଗ ଦେଇଥିଲା। ଜାପାନ ଭବିଷ୍ୟତରେ ୧୪୭ଟି ଏଫ୍ ୩୫ ବିମାନ ନିର୍ମାଣ କରିବାର ଯୋଜନା ରଖିଥିବା ବେଳେ ତନ୍ମଧ୍ୟରୁ ୧୦୫ଟି ଏଫ୍ ୩୫- ଏ ରହିଛି।
