Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ୱାର୍ଲ୍ଡ କପ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଦୁଇଟି ହକି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ଜାନୁୟାରୀ 2023 ରେ ଭୁବନେଶ୍ୱର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା FIH (ଏଫଆଇଏଚ) ହକି ପୁରୁଷ ବିଶ୍ୱକପ 2023 ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ରେଳ ଯାତ୍ରୀ ମାନଙ୍କୁ ଉତ୍ତମ ଯାତ୍ରା ସୁବିଧା ବିଶେଷ ଭାବେ ହକି ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଗାଇଦେବାପାଇଁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି।

02834 ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଭୁବନେଶ୍ୱରରୁ 14 ରୁ 30 ଜାନୁୟାରୀ 2023 ମଧ୍ୟରେ ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର ଏବଂ ଶନିବାର ଦିନ ମାନଙ୍କରେ ସନ୍ଧ୍ୟା 8.25 ମି.ରେ ଛାଡି ରାଉରକେଲା ଯାତ୍ରା କରିବ।

ଫେରିବା ମାର୍ଗରେ 02833 ରାଉରକେଲା-ଭୁବନେଶ୍ୱର ସ୍ପେଶାଲ ରାଉରକେଲା ଠାରୁ 15 ରୁ 31 ଜାନୁୟାରୀ 2023 ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ଦିନ ମାନଙ୍କରେ ରାତ୍ରୀ 11.25 ମି.ରେ ଭୁବନେଶ୍ୱର ଯାତ୍ରା କରିବ।

ଏହି ଟ୍ରେନରେ ଗୋଟିଏ ଏସି-2 ଟାୟାର, ତିନିଟି ଏସି -3 ଟାୟାର, ଆଠଟି ସ୍ଲିପର କ୍ଲାସ, ଚାରିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ହେବାକୁ ଥିବାବେଳେ ଏହା ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଉଭୟ ପାର୍ଶ୍ୱରୁ କଟକ, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ସମ୍ବଲପୁର ସିଟି ଏବଂ ଝାରସୁଗୁଡା ମଧ୍ୟରେ ରହଣି କରିବ।

02836/02835 ପୁରୀ-ରାଉରକେଲା-ପୁରୀ ହକି ସ୍ପେଶାଲ୍ 14 ରୁ 31 ଜାନୁୟାରୀ 2023 ପର୍ଯ୍ୟନ୍ତ ପ୍ରତିଦିନ ଚଳାଚଳ କରିବ। ଏହି ଟ୍ରେନ ପୁରୀ ଠାରୁ ସକାଳ 05ଘ.15ମି.ରେ ଛାଡି ରାଉରକେଲା ଠାରେ ଅପରାହ୍ନ 12ଘ.45ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହା ରାଉରକେଲା ଠାରୁ ଅପରାହ୍ନ 01ଘ.30ମି.ରେ ଛାଡି ପୁରୀ ଠାରେ ରାତ୍ରୀ 10ଘ.30ମି.ରେ ପହଞ୍ଚିବ।

ଏହି ଟ୍ରେନରେ ଦୁଇଟି ଏସି -3 ଟାୟାର୍, ତିନିଟି ସ୍ଲିପର୍ କ୍ଲାସ୍, ଛଅ ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଏବଂ ଜେନେରେଟର କାର୍ ଉପଲବ୍ଧ ଥିବାବେଳେ ଏହା ଉଭୟ ପାର୍ଶ୍ୱରୁ ପୁରୀ ଓ ରାଉରକେଲା ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡା ଏବଂ ରାଜଗଙ୍ଗପୁର ଷ୍ଟେସନ ମାନଙ୍କ ଠାରେ ରହଣି କରିବ।

ଏହା ବ୍ୟତୀତ 02832/02831 ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ୍ ମଧ୍ୟ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଦିନ ଧାନବାଦ୍ରୁ ରାଉରକେଲା ମାର୍ଗ ଦେଇ ଚଳାଚଳ କରୁଅଛି।

ସେହିଭଳି ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ, ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସ, ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ, ପୁରୀ-ରାଉରକେଲା-ପୁରୀ ଏକ୍ସପ୍ରେସ ଟ୍ରେନ ଗୁଡିକ ଦୈନିକ ଚଳାଚଳ କରୁଛି ଯାହାକି ଭୁବନେଶ୍ୱର ଓ ରାଉରକେଲାକୁ ଟ୍ରେନ ମାଧ୍ୟମରେ ସଂଯୋଗ କରୁଛି।

ଉପରୋକ୍ତ ବ୍ୟତୀତ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ଝାରସୁଗୁଡା ଏବଂ ଭୁବନେଶ୍ୱର-ଆନନ୍ଦ ବିହାର ଏକ୍ସପ୍ରେସ ଟ୍ରେନ ଭାୟା ଅନୁଗୁଳ ଓ ଝାରସୁଗୁଡା ମଧ୍ୟ ଭୁବନେଶ୍ୱର ଏବଂ ରାଉରକେଲା ମଧ୍ୟରେ ସାପ୍ତାହିକ ଭାବେ ଉପଲବ୍ଧ ଅଛି।

Categories
Hockey Worldcup23 ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ଦେଶ ଭ୍ରମଣରେ ବାହାରିଲା ପୁରୁଷ ହକି ବିଶ୍ୱକପ ଟ୍ରଫି, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଏଫଆଇଏଚ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ ର ଟ୍ରଫି ଟୁର୍ ବା ଟ୍ରଫି ଭ୍ରମଣ ବା ପରିକ୍ରମାରେ ବାହାରିଛି। ଏହି ପରିକ୍ରମା ଆନୁଷ୍ଠାନିକ ଭାବେ ଆଜି ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଏହି ଟ୍ରଫିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କିଙ୍କୁ ପ୍ରଦାନ କରି ଯାତ୍ରାର ଶୁଭାରମ୍ଭ କରିଛନ୍ତି।

ଟ୍ରଫି ଯାତ୍ରାକୁ ଏକ ବଡ ସଫଳତା କାମନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ମୁଁ ଆଶା କରୁଛି ପୁରୁଷ ହକି ବିଶ୍ୱକପ ଟ୍ରଫି ଟୁର୍ ବା ପରିକ୍ରମା ସମଗ୍ର ଭାରତରେ ବିଶ୍ୱକପ ପାଇଁ ଉତ୍ସାହ ସୃଷ୍ଟି କରିବ। ଏଥିରେ ଆମେ ୧୬ ଟି ଦଳର ୧୬ ଟି ମ୍ୟାଚକୁ ଆମେ ଆୟୋଜନ କରିବୁ ଯାହା ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯିବ।

ମୁଁ ନିଶ୍ଚିତ ଯେ ଏହା ଖେଳାଳୀ ଏବଂ ପ୍ରଶଂସକମାନଙ୍କ ପାଇଁ ଏକ ସ୍ମରଣୀୟ ବିଶ୍ୱକପ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତ ବେହେରା, ହକି ଇଣ୍ଡିଆର ମହାସଚିବ ଭୋଳାନାଥ ସିଂ, କ୍ରୀଡା କମିଶନର-କମ-ସଚିବ ଶ୍ରୀ ଆର ଭିନେଲ କୃଷ୍ଣା,  ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଶ୍ରୀବାସ୍ତବ ସହି ବିଭାଗୀୟ ଅଧିକାରୀ ଏବଂ ହକି ଖେଳାଳି ଉପସ୍ଥିତ ଥିଲେ।

ଏହି ଟ୍ରଫି ୧୩ ଟି ରାଜ୍ୟ ଏବଂ ଗୋଟିଏ ୟୁନିଅନ୍ ଟେରିଟୋରିରେ ଭ୍ରମଣ କରିବ। ଏହି ଟ୍ରଫିକୁ ବିଜୟ ଲାଭ କରିବାକୁ ଥିବା ଦଳ ନେବା ପୂର୍ବରୁ ତାହା ପ୍ରଶଂସକ ଏବଂ ଜନସାଧାରଣଙ୍କ ନିକଟରେ ପହଁଚି ପାରିବ। ୫ ରୁ ୨୫ ଡିସେମ୍ବରରେ ପର୍ଯ୍ୟନ୍ତ ଏହା ରାଜ୍ୟ ଭ୍ରମଣ କରିବ।

ଆସନ୍ତା ୨୧ ଦିନରେ ଏହି ଟ୍ରଫି ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାନା, ନୂଆଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଏବଂ ଛତିଶଗଡ ପ୍ରଭୃତି ରାଜ୍ୟ ଦେଇ ଯାତ୍ରା କରିବ।

ଭାରତ ଭ୍ରମଣ ପରେ ଓଡ଼ିଶାକୁ ଏହି ହକି ପୁରୁଷ ବିଶ୍ୱକପ ଟ୍ରଫି ଫେରିବା ପରେ ରାଜ୍ୟର ସମସ୍ତ ଜିଲ୍ଲା ଭ୍ରମଣ କରିବ। ଏହି ଟ୍ରଫି ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାର ୧୭ ଟି ବ୍ଲକରେ ଭ୍ରମଣ କରିବ।

ରାଉରକେଲାରେ ଏହି ଭ୍ରମଣ ଶେଷ ହେବ। ଶେଷରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ଏହା ଫେରିବ। କାରଣ ୨୯ ଜାନୁୟାରୀ ୨୦୨୩ ରେ କଳିଙ୍ଗ ଷ୍ଟାଡିୟନରେ ଫାଇନାଲ ଖେଳାଯିବ।

Categories
Hockey Worldcup23 ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ରାଜ୍ୟ ଖବର

କଳିଙ୍ଗ ଷ୍ଟାଡିୟମରେ ହକି ମ୍ୟାଚକୁ ଉଦଘାଟନ କଲେ ନବୀନ, ଭାରତର ଦମଦାର ବିଜୟ

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି FIH ପ୍ରୋ ଲିଗ୍ ମ୍ୟାଚ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଉଦଘାଟନୀ ମ୍ୟାଚରେ ନ୍ୟୁଜଲ୍ୟାଣ୍ଡକୁ ହରାଇ ଭାରତର ଦମଦାର ବିଜୟ ଘଟିଛି।

ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ କୁ ୪-୩ ହରାଇଲା ଭାରତ। ୩ୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୨ ଗୋଲରେ ପଛୁଆ ଥିବା ଭାରତ ଶେଷ କ୍ୱାର୍ଟର ୨ଟି ଗୋଲ କରି ମ୍ୟାଚ୍ କୁ ନିଜ ସପକ୍ଷ ରେ ନେଇ ଥିଲା। ଶନିବାର ସ୍ପେନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ।

ନବୀନ ଏହି ମ୍ୟାଚକୁ ଉଦଘାଟନ କରିବା ସହିତ ସେଠାରେ ବସି ଖେଳ ମଧ୍ୟ ଦେଖିଥିଲେ। ତାଙ୍କ ସହିତ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ।

Categories
ଆଜିର ଖବର

ଆଜିଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ ଆରମ୍ଭ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠୁ  ଆରମ୍ଭ ହୋଇଛି ଏଫଆଇଏଚ୍ ପୁରୁଷ ହକି ସିରିଜ ଫାଇନାଲ।  ଆୟୋଜକ ଭାରତ ସମେତ ୮ଟି ଦେଶ ଏହି ସିରିଜ୍ଅରେ ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ୩ଟି ମ୍ୟାଚ ରହିଛି। ପ୍ରଥମ ମ୍ୟାଚ ଅପରାହ୍ନ ୫ଟାରେ ସାଉଥ ଆଫ୍ରିକା ଓ ୟୁଏସ୍ଏ ମଧ୍ୟରେ ହେବ। ଦ୍ୱିତୀୟ ମ୍ୟାଚ୍ ପୋଲାଣ୍ଡ ଏବଂ ଉଜବେକିସ୍ତାନ ମଧ୍ୟରେ ଖେଳାଯିବ। ଶେଷ ମ୍ୟାଚ ସନ୍ଧ୍ୟା ୭ଟା ବେଳେ ହେବ। ଏହି ମ୍ୟାଚ୍‌ରେ ଆୟୋଜକ  ଭାରତ ଓ ଋଷ୍‌ ମଧ୍ୟରେ ମୁକାବିଲା ହେବ। ଭାରତ ଓ ରୁଷିଆକୁ ଛାଡିଦେଲେ ସାଉଥ ଆଫ୍ରିକା, ମେକ୍ସିକୋ, ଜାପାନ, ଉଜବେକିସ୍ତାନ, ପୋଲାଣ୍ଡ ଏବଂ ୟୁଏସଏ ଏହି ସିରିଜିରେ ଭାଗ ନେଇଛନ୍ତି।