କେନ୍ଦ୍ରାପଡ଼ାରୁ ଟିକେଟ୍ ନ ମିଳିବାରୁ ଅସନ୍ତୁଷ୍ଟ ଥିବା ସିପ୍ରା ମଲ୍ଲିକ ରୋଷ ରଖି କେନ୍ଦ୍ରାପଡ଼ାରୁ ବିଧାୟକ ଭାବେ ସ୍ବାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନେଇ ନାମାଙ୍କନ ପତ୍ର ଦାଖଲ ମଧ୍ୟ କରିଥିଲେ। କିନ୍ତୁ ଆଜି ଦଳ ସହିତ ପୁଣି ଥିରେ ସାମିଲ୍ ହୋଇ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଆଜି ନବୀନ ନିବାସରେ ଶଶିଭୂଷଣ ବେହେରା, କିଶୋର ତରାଇ, ଅତନୁ ସବ୍ୟସାଚୀ ନାୟକ ପ୍ରମୁଖଙ୍କ ସହ ସିପ୍ରା ମଲ୍ଲିକ କିଛି ସମୟ ଧରି ଆଲୋଚନା କରିଥିଲେ। ନବୀନ ନିବାସରୁ ବାହାରି ସିପ୍ରା ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ମାନି ନିଃସର୍ତ୍ତରେ ନିର୍ବାଚନରୁ ଓହରୁଛନ୍ତି ବୋଲି ଘୋଷଣା କରିଛନ୍ତି। ଆଗକୁ ସେ କେନ୍ଦ୍ରାପଡ଼ାର ବିଧାୟକ ପ୍ରାର୍ଥୀ ଶଶି ଭୂଷଣଙ୍କ ସହିତ ରହିବେ। ବିଧାୟକ ନ ହେଲେ ବି ବିଧାୟକ ଭଳି ଦାୟିତ୍ୱ ତୁଲାଇବେ ବୋଲି କହିଛନ୍ତି। ସିପ୍ରାଙ୍କ ଏଭଳି ଆଭିମୁଖ୍ୟ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )