Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ସ୍ବାମୀଙ୍କୁ ଧୋକ୍କା ଦେବା ପଡିଲା ମହଙ୍ଗା :  10 ଲକ୍ଷରୁ ଅଧିକ ଜରିମାନା ଭରିବେ ମହିଳା

ୟୁଏଇ : ଧୋକ୍କା ଦେବା ଅଭିଯୋଗରେ ଜଣେ ମହିଳାଙ୍କୁ 10 ହଜାର ଟଙ୍କାର ଜରିମାନା ଦେବାକୁ ପଡିଛି । ଜଣେ ମହିଳାଙ୍କୁ ପ୍ରତାରଣା କରିବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିପାଇଁ ସେ ତାଙ୍କ ସ୍ବାମୀଙ୍କୁ 10 ଲକ୍ଷ 28 ହଜାର ଟଙ୍କା ଦେବେ ବୋଲି ସୂଚନା ରହିଛି । ୟୁଏଇର ଫୁଜେରାର ଅଦାଲତ ଏନେଇ ଶୁଣାଣି କରି ମହିଳାଙ୍କୁ ଦୋଷୀ ଦର୍ଶାଇ ତାଙ୍କ ସ୍ବାମୀଙ୍କୁ ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ସ୍ବାମୀ ଜଣକ ଗତ କିଛି ଦିନହେବ ମହିଳାଙ୍କ ବ୍ୟବହାରରେ ପରିବର୍ତ୍ତନ ନେଇ ଚିନ୍ତିତ ଥିଲେ । ପରେ ସ୍ବାମୀ ଜଣକ ଏହା ପଛର କାରଣ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । ଏହା ପରେ ସ୍ବାମୀ ଜଣକ ତାଙ୍କ ସ୍ତ୍ରୀଙ୍କର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଥିଲେ । ପରେ ମହିଳା ଜଣକର ଅନ୍ୟ ଜଣକ ସହିତ ସମ୍ବନ୍ଧ ଥିବାର  ତାଙ୍କ ସ୍ବାମୀ ଜାଣିପାରିଥିଲେ ।

ସମ୍ପର୍କକୁ ଲୁଚାଇ ମହିଳା ଜଣକ ତାଙ୍କ ପ୍ରେମିକଙ୍କ ସହିତ ଫ୍ୟାମିଲି ରେଷ୍ଟୁରାଣ୍ଟ ଓ ପରିବାର ସହିତ ଯାଇ ହେଉଥିବା ଜାଗାକୁ ଯାଉଥିଲେ । ସ୍ବାମୀ ପିଠି ପଛରେ ମହିଳା ଜଣକ ଏପରି କାର୍ଯ୍ୟ କରୁଥିବା ଜାଣି ସ୍ବାମୀ ଜଣକ ତାଙ୍କ ସ୍ତ୍ରୀଙ୍କୁ ବିରୋଧରେ ପ୍ରମାଣ ଏକାଠି କରିବା ଆରମ୍ଭ କରିଥିଲେ ।

ସ୍ବାମୀ ଜଣକ ସ୍ତ୍ରୀଙ୍କର ଅନ୍ୟ ଜଣକ ସହିତ ଅନୈତିକ ସମ୍ବନ୍ଧ ଥିବାର ଅଭିଯୋଗ ଆଣିବା ସହ ଏହା ବିରୁଦ୍ଧରେ ଅପରାଧିକ ମାମଲା ଦାଏର କରିଛନ୍ତି । ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ମହିଳା ଓ ତାଙ୍କ ପ୍ରେମିକକୁ ପୋଲିସ୍‌ ଗିରଫ କରିଥିଲା । ଅଦାଲତ ମଧ୍ୟ ଅବୈଧ ସମ୍ପର୍କ ରଖିବା କାରଣରୁ ମହିଳାଙ୍କୁ ଦୋଷୀ ଦର୍ଶାଇଥିଲେ ।

ଏହା ପରେ ସ୍ବାମୀ ଜଣକ ସ୍ତ୍ରୀଙ୍କଠୁ ଛାଡପତ୍ର ଚାହିଁଥିଲେ । ଏହା ପରେ ଏହି ମାମଲାକୁ ପରିବାର ପରାମର୍ଶ କେନ୍ଦ୍ରକୁ ପଠାଯାଇଥିଲା । କିନ୍ତୁ ସ୍ବାମୀ ଜଣକ କୌଣସି ବି ପରିସ୍ଥିତିରେ ପତ୍ନୀଙ୍କଠାରୁ ଛାଡପତ୍ର ନେବାକୁ ଚାହୁଁଥିଲେ । ଅଦାଲତ ସ୍ବାମୀଙ୍କ ପକ୍ଷରେ ଶୁଣାଣି କରିବା ସହ ଛାଡପତ୍ର ଦେବା ପାଇଁ ଆଦେଶ ଦେଇଥିଲେ। ଏହା ସହିତ ତାଙ୍କର ତିନୋଟି ଛୁଆଙ୍କ ଦାୟିତ୍ବକୁ ମଧ୍ୟ ମହିଳା ନ ଦିଆଯାଇ ସ୍ବାମୀଙ୍କୁ ଦିଆଯାଇଥିଲା । ସମ୍ପର୍କରେ ଧେକ୍କା ଦେବା ଅଭିଯୋଗରେ ସ୍ବାମୀ ଜଣକ ସ୍ତ୍ରୀଙ୍କ ବିରୋଧରେ ଅନ୍ୟ ଏକ ମାମଲା ଦାଏର କରିଥିଲେ ।

ସ୍ବାମୀ ଜଣକ ଅଭିଯୋଗ କରିଥିଲେ ଯେ, ସ୍ତ୍ରୀଙ୍କଠୁ ମିଳିଥିବା ଧୋକ୍କା ତାଙ୍କୁ ମାନସିକ ସ୍ତରରେ ବହୁତ ଆଘାତ ଦେଇଛି । ଏଥିପାଇଁ ସେ ତାଙ୍କ ସ୍ତ୍ରୀଙ୍କଠାରୁ କ୍ଷତିପୂରଣ ଚାହୁଁଛନ୍ତି । ଏହି ମାମଲାର ଶୁଣାଣି କରି ଅଦାଲତ ସ୍ବାମୀଙ୍କୁ 10 ଲକ୍ଷ 28 ହଜାର ଟଙ୍କା ଦେବା ପାଇଁ ମହିଳାଙ୍କୁ ଆଦେଶ ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ବିନା ହେଲ୍‌ମେଟ୍‌ରେ ଫ୍ଲାଇଓଭର୍‌ ମନା, କଟକଣା ଜାରି କଲା ପ୍ରଶାସନ

ଏଣିକି ବିନା ହେଲ୍‌ମେଟ୍‌ରେ ଫ୍ଲାଇଓଭର୍‌ରେ ଯାଇପାରିବେ ନାହିଁ। ଏନେଇ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ବିନା ହେଲମେଟ୍‌ରେ ଖଣ୍ଡଗିରିରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଇପାରିବେନି ବାଇକ ଚାଳକ। ଫ୍ଲାଇଓଭରରେ ବାରମ୍ବାର ଦୁର୍ଘଟଣା ଘଟିବା ପରେ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏହି କଟକଣା ଆଜିଠାରୁ ଆସନ୍ତା ଏକମାସ ପର୍ଯ୍ୟନ୍ତ ଜାରି ରହିବ। ବିନା ହେଲମେଟରେ ବାଇକ ଚଲାଇଲେ କିମ୍ବା ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି। ନିକଟରେ ନୟାପଲ୍ଲୀ ଓଭରବ୍ରିଜ୍‌ ଓ ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌ରେ ଦୁର୍ଘଟଣା ଘଟିବା ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।

Categories
ଆଜିର ଖବର

ଗଙ୍ଗା ପ୍ରଦୂଷଣ ନେଇ ଉଦ୍‌ବେଗ : ତିନୋଟି ରାଜ୍ୟକୁ ଏନ୍‌ଜିଟିର ୨୫ ଲକ୍ଷ ଜରିମାନା

ଗଙ୍ଗା ନଦୀକୁ ବାରମ୍ବାର ପ୍ରଦୂଷିତ କରୁଥିବାରୁ ତିନୋଟି ରାଜ୍ୟକୁ ୨୫ ଲକ୍ଷ ଟଙ୍କାର ଜରିମାନା ପ୍ରଦାନ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଉପରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି) ଅସନ୍ତୋଷ ପ୍ରକାଶ କରିବା ସହିତ ଏହି ୩ଟି ରାଜ୍ୟକୁ ୨୫ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲାଗୁ କରିଛନ୍ତି। ରାଜ୍ୟଗୁଡ଼ିକ ଦୂଷିତ ପାଣିକୁ ସ୍ବଚ୍ଛ ନ କରି ସିଧାସଳଖ ଗଙ୍ଗାକୁ ଛାଡ଼ୁଥିବାରୁ ନଦୀର ଦଳ ଦୂଷିତ ହେଉଛି। ତେଣୁ ଏନଜିଟି ଉପରୋକ୍ତ ୩ ରାଜ୍ୟକୁ ସିୱେଜ ପ୍ରକଳ୍ପ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ କୌଣସି ରାଜ୍ୟ ତାହାକୁ ପାଳନ କରିନାହାନ୍ତି। ବିହାର ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ସିୱେଜ ପ୍ରକଳ୍ପ ଶେଷ କରି ନ ଥିବାବେଳେ ପଶ୍ଚିମବଙ୍ଗା ୨୨ରୁ ୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛି। ଝାଡ଼ଖଣ୍ଡ ବି ଆବଶ୍ୟକ ସଂଖ୍ୟକ ସିୱେଜ ପ୍ରକଳ୍ପ କରିବାରେ ବିଫଳ ହୋଇଛି। ଏ ନେଇ ଏନଜିଟି ୩ ରାଜ୍ୟକୁ ନୋଟିସ ଜାରି କରିଥିଲେ ବି କୌଣସି ରାଜ୍ୟ ପକ୍ଷରୁ ପ୍ରତିନିଧି ହାଜର ହୋଇ ନ ଥିଲେ। ତେଣୁ ରାଜ୍ୟଗୁଡ଼ିକର ଆଭିମୁଖ୍ୟ ଉପରେ ଟ୍ରିବ୍ୟୁନାଲ ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି ଗମ୍ଭୀର ମାମଲାରେ ସରକାରଙ୍କ ସମ୍ବେଦନହୀନତା ଚିନ୍ତାର ବିଷୟ ବୋଲି କହିଛନ୍ତି।

Categories
ଆଜିର ଖବର

ହାର୍ଦ୍ଦିକ୍‌ ଓ ରାହୁଲଙ୍କୁ ୨୦ଲକ୍ଷ ଟଙ୍କା ଜରିମାନା

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ୍‌ ରାହୁଲଙ୍କୁ କଫି ଓ୍ବିଥ୍‌ କରନ୍‌ ମାମଲାରେ ୨୦ ଲକ୍ଷ ଟଙ୍କାର ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। କଫି ଓ୍ବିଥ୍‌ କରନ୍‌ରେ ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ପାଇଁ ଉଭୟ କ୍ରିକେଟରଙ୍କୁ ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତରୁ ବାହାର କରାଯାଇଥିଲା। ଏହାପରେ ଉଭୟ ବିସିସିଆାଇର ଶୃଙ୍ଖଳାଗତ ଟିମ୍‌ ସାମ୍ନାରେ ହାଜର ହୋଇଥିଲେ। ବିସିସିଆଇ ଓମ୍ବଡସ୍‌ମେନ୍‌ ଡିକେ ଜୈନ୍‌ ଉଭୟଙ୍କ ମାମଲାର ବିଚାର କରି ଶନିବାର ୨୦ ଲକ୍ଷର ଅର୍ଥ ଦଣ୍ଡ ଶୁଣାଇଛନ୍ତି। ଏହି ଅର୍ଥ ରାଶିରୁ ୧୦ଜଣ ଅର୍ଦ୍ଧ ସାମରିକ ବାହିନୀଙ୍କ ବିଧବା ପତ୍ନୀଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ। ଅନ୍ୟ ୨୦ ଲକ୍ଷ ଦୃଷ୍ଟିହୀନ କ୍ରିକେଟ ଏକାଡେମୀ(ସିଏବି) କୁ ପ୍ରଦାନ କରାଯିବ ବୋଲି ଜୈନ୍‌ କହିଛନ୍ତି। ଏହି ଅର୍ଥରାଶି ୪ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜୈନ୍‌। ଯଦି ଚାରି ସପ୍ତାହ ମଧ୍ୟରେ ଉଭୟ ଅର୍ଥରାଶି ଜମା ନକରନ୍ତି ଏହା ସେମାନଙ୍କ ମ୍ୟାଚ୍‌ ଫିରୁ କାଟିବା ନେଇ ବିସିସିଆଇକୁ ଆଦେଶ ଦେଇଛନ୍ତି ଜୈନ୍‌। ଉଭୟ ଖେଳାଳି ଅଷ୍ଟ୍ରେଲିଆ ସିରିଜ୍‌ ପାଇଁ ୩୦ ଲକ୍ଷ ହରାଇଛନ୍ତି ମାତ୍ର ଦେଶର ଅନେକ ଲୋକଙ୍କ ଆଦର୍ଶ ହୋଇଥିବାରୁ ଉଭୟଙ୍କର ଏଭଳି ମନ୍ତବ୍ୟ ପାଇଁ ଏହି ଅର୍ଥ ଦଣ୍ଡ ଦିଆଯାଇଛି।

Categories
ଆଜିର ଖବର

ଏନ୍‌ଜିଟି ଭକସୱାଗନ ଉପରେ ଲଗାଇଲା ୫୦୦ କୋଟିର ଜୋରିମନା

ଜର୍ମାନୀ କାର ନିର୍ମାତା କମ୍ପାନୀ ଭକସୱାଗନକୁ ୫୦୦ କୋଟି ଟଙ୍କା ଜୋରିମନା ଦେବାକୁ ପଡ଼ିବ। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆଇନକୁ ଏହି ଉଲ୍ଲଂଘନ କରୁଥିବାର ପ୍ରମାଣ ମିଳିବା ପରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏହି ଜୋରିମନା ଲଗାଇଛନ୍ତି । ୨ ମାସ ମଧ୍ୟରେ ଜୋରିମାନା ପୈଠ କରିବାକୁ ଜର୍ମାନୀର ଏହି କାର କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଭକସୱାଗନ ତାର ସମସ୍ତ ଡିଜେଲ କାରରେ ପ୍ରଦୂଷଣ ମାତ୍ରାକୁ ଲୁଚାଇବାକୁ ଏକ ଠକେଇ ଯନ୍ତ୍ରାଂଶ ଲଗାଇଥିଲା। ପରିଣାମ ସ୍ଵରୂପ ପ୍ରଦୂଷଣ ପରୀକ୍ଷାରେ ଭକସୱାଗନର କାରଗୁଡ଼ିକ ମୁକ୍ତି ପାଇଯାଉଥିଲେ। ଏହି ଠକେଇ ଧରାପଡ଼ିବା ପରେ ଏନଜିଟି ଭକସୱାଗନ କମ୍ପାନୀକୁ ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବାୟୁ ପ୍ରଦୂଷଣ ବଢାଇବା ମାମଲାରେ ଭକସଙଓ୍ବାଗନ୍‌ଙ୍କୁ ୧୦୦ କୋଟି ଟଙ୍କା ଜୋରିମାନା ଭରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏନଜିଟିଙ୍କ ନିର୍ଦ୍ଦେଶକୁ ଖାତିର ନକରି କମ୍ପାନୀ କେବଳ ନିଜର ଏକ ବିଜ୍ଞପ୍ତି ପ୍ରକାଶ କରିଦେଇଥିଲା। ଏହାପରେ ଏନଜିଟି ଏହି ମାମଲାର ଶୁଣାଣି କରି ଅଧିକ ଜୋରିମାନା ସହ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ।