ଆଗ୍ରା: ଜଣେ କରୋନାଭାଇରସ୍ ରୋଗୀ ଏବଂ ତାଙ୍କ ପରିବାର ବିରୋଧରେ ମାମଲା ଦାୟର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ହୋଥିବାର ସୂଚନା ରହିଛି। କରୋନାଭାଇରସ୍ ରୋଗୀ ଏବଂ ତାଙ୍କ ପରିବାର ବିରୋଧରେ ଆଗ୍ରା ଜିଲ୍ଲା ପ୍ରଶାସନ ଦ୍ଵାରା ଏହି ମାମଲା ରୁଜୁ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଗ୍ରା କ୍ୟାଣ୍ଟନମେଣ୍ଟ ରେଳ କଲୋନୀରେ ରହୁଥିବା ଏକ ଦମ୍ପତି ହନିମୁନ୍ ପାଇଁ ନିକଟରେ ଇଟାଲୀ ଯାଇଥିଲେ। ସେମାନେ ଫେରିବା ପରେ ତାଙ୍କ ସ୍ୱାମୀ ବେଙ୍ଗାଲୁରୁରେ ଭାଇରସ ପରୀକ୍ଷା କରି ରିପୋର୍ଟ ଆସିବା ପୂର୍ବରୁ ସେ ତାଙ୍କ ପରିବାରକୁ ଫେରିଥିଲେ। ତେବେ ପରୀକ୍ଷା ରିପୋର୍ଟରେ ତାଙ୍କର କରୋନାଭାଇରସ୍ ପଜିଟିଭ ଜଣାପଡିଥିଲା। ସ୍ୱାସ୍ଥ୍ୟ ବିଭାଗର ସଦସ୍ୟଙ୍କ ଏକ ଟିମ୍ ଯିଏ ତତ୍କାଳୀନ ସନ୍ଦିଗ୍ଧ ରୋଗୀଙ୍କ ଘରେ ପହଞ୍ଚି ତାଙ୍କ ଅବସ୍ଥା ବିଷୟରେ ପଚାରିବାରୁ ପୀଡିତ ରୋଗୀଙ୍କ ସ୍ତ୍ରୀ ଏହି ବାବଦରେ ଲୁଚାଇଥିଲେ।
ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗ୍ରା ସଦର ବଜାର ପୋଲିସ ଷ୍ଟେସନରେ ସିଆରପିସି ର ଧାରା ୨୬୯ ଏବଂ ୨୭୦ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାଭାଇରସକୁ ବିଶ୍ୱ ମହାମାରୀ ଘୋଷଣା କରିଛି। ସମଗ୍ର ବିଶ୍ୱରେ ଅତି କମରେ ୧,୪୫,୩୭୪ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ୫,୪୦୦ରୁ ଉର୍ଦ୍ଧ୍ଵ ଲୋକ ଏହି ଜୀବାଣୁ ଯୋଗୁଁ ପ୍ରାଣ ହରାଇଛନ୍ତି। ଏପର୍ଯ୍ୟନ୍ତ ଭାରତରେ ୧୦୭ ରୁ ଅଧିକ ମାମଲା ଚିହ୍ନଟ ହୋଇଛି। (ଏଜେନ୍ସି)