Categories
ଆଜିର ଖବର ଜାତୀୟ ଖବର

ଏଫ୍ଆଇଆର୍ ପରେ ବି ମାନିଲେନି କେନ୍ଦ୍ର ମନ୍ତ୍ରୀ, କହିଲେ ରାହୁଲ ଗାନ୍ଧୀଙ୍କୁ ସଂସଦରେ କହିବି ଆତଙ୍କବାଦୀ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଇଥିବା ବିବୃତ୍ତି ପାଇଁ ରେଳ ରାଜ୍ୟ ମନ୍ତ୍ରୀ ରବନୀତ ସିଂ ବିଟୁଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ପ୍ରକୃତରେ କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ବେଙ୍ଗାଲୁରୁର ହାଇ ଗ୍ରାଉଣ୍ଡ ପୋଲିସ ଷ୍ଟେସନରେ ଏହି ଏଫଆଇଆର ପଞ୍ଜିକୃତ ହୋଇଛି।

ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ଆମେରିକୀୟ ଗସ୍ତ ସମୟରେ ଶିଖମାନଙ୍କ ବିଷୟରେ ଏକ ବିବୃତ୍ତି ଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତିରେ ରବନୀତ ସିଂ ବିଟୁ ତାଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି। ଏହି ବିବୃତ୍ତିକୁ ନେଇ ଅନେକ ବିବାଦ ଦେଖାଦେଇଛି ଏବଂ କଂଗ୍ରେସ ନେତାମାନେ ତାଙ୍କ ବିରୋଧରେ ଅନେକ ରାଜ୍ୟରେ ଏଫଆଇଆର ଦାଖଲ କରିଛନ୍ତି।

ଏହି ପ୍ରସଙ୍ଗରେ ଯେତେବେଳେ ରେଳ ରାଜ୍ୟ ମନ୍ତ୍ରୀ ରବନୀତ ସିଂ ବିଟୁଙ୍କୁ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଇଥିବା ବିବୃତ୍ତିରେ ଦୁଃଖିତ କି ବୋଲି ପଚାରାଯାଇଥିଲା, କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟୁ କହିଛନ୍ତି ଯେ, ମୋତେ କାହିଁକି ଦୁଃଖ ଅନୁଭବ ହେବ? ରବନୀତ ବିଟୁ କହିଛନ୍ତି ଯେ, ‘ଆମେ ପଞ୍ଜାବରେ ଅନେକ ପିଢୀ ହରାଇଛୁ। ପଞ୍ଜାବକୁ ଗାନ୍ଧୀ ପରିବାର ଜଳେଇଦେଲା। ଜଣେ ଶିଖ ଭାବରେ ମୋତେ ଯନ୍ତ୍ରଣା ହୁଏ।

ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟୁ କହିଛନ୍ତି ଯେ, ‘ପରେ ମୁଁ ଜଣେ ମନ୍ତ୍ରୀ, ପ୍ରଥମେ ମୁଁ ଶିଖ। ଯଦି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ସମର୍ଥନ କରନ୍ତି, ତେବେ ଆପଣ କ’ଣ କହିବେ? ତାଙ୍କ ବିବୃତ୍ତି ପାଇଁ ସେ କ୍ଷମା ମାଗିବେ କି ବୋଲି ପଚରାଯିବାରୁ ସେ କହିଛନ୍ତି ଯେ, “ଖଡଗେ ସାହେବ କ୍ଷମା ମାଗିବା ଉଚିତ୍। ସେ ସ୍ପଷ୍ଟ କରିବା ଉଚିତ୍ ଯେ ରାହୁଲ ଗାନ୍ଧୀ ଭାଷଣରେ ଯାହା କହିଛନ୍ତି, କଣ ସେ ଭାବୁଛନ୍ତି ଯେ ଶିଖମାନଙ୍କୁ ଅନୁମତି ନାହିଁ?